କଟକ(ସଂଘର୍ଷ ମିଡିଆ ) : କଟକ ଜିଲ୍ଲା ମାହାଙ୍ଗା ବ୍ଲକ ହଳଦିଆ ଦୁର୍ଗାଚରଣ ନାୟକ ମେମୋରିଆଲ କଲେଜ ପରିସରରେ ବ୍ଲକ ସ୍ଥରୀୟ ସ୍ଵାସ୍ଥ୍ୟ ମେଳା ଆୟୋଜନ କରାଯାଇଛି। ମାହାଙ୍ଗା ବ୍ଲକର ବିଭିନ୍ନ ପଞ୍ଚାୟତରୁ ହଜାରରୁ ଉର୍ଦ୍ଧ୍ଵ ରୋଗୀ ନିଜର ସ୍ଵାସ୍ଥ୍ୟ ପରୀକ୍ଷା କରାଇଥିଲେ। ସେମାନଙ୍କୁ ମାଗଣାରେ ଔଷଧ ଯୋଗାଇ ଦିଆଯାଇଥିଲା। ଏହି ସ୍ଵାସ୍ଥ୍ୟ ମେଳାରେ ଏଲୋପାଥିକ ଚିକିତ୍ସା ସହିତ ହୋମିଓପାଥିକ, ଆୟୁରବେଦିକ ଓ ଯୋଗ ଚିକିତ୍ସାର ବ୍ୟବସ୍ଥା ମଧ୍ୟ କରାଯାଇଥିଲା। ମାହାଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଏହି ମେଳାକୁ ପ୍ରତ୍ୟକ୍ଷ ଭାବେ ପରିଚାଳନା କରିଥିଲେ। ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ପ୍ରତାପ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ଵାସ୍ଥ୍ୟ ମେଳା ପରିଦର୍ଶନ କରିଥିଲେ।