ବ୍ଲକ ସ୍ଥରୀୟ ଭିନ୍ନକ୍ଷମ ଶିବିର ଅନୁଷ୍ଠିତ

11

Get real time updates directly on you device, subscribe now.

ଭଦ୍ରକ(ସଂଘର୍ଷ ମିଡିଆ) : : ଭଦ୍ରକ ଜିଲ୍ଲା ଭଣ୍ଡାରି ପୋଖରୀ ବ୍ଲକ୍ ସ୍ଥରୀୟ ଭୀମଭୋଇ ଭିନ୍ନକ୍ଷମ ଚିହ୍ନଟ ଶିବିର ସ୍ଥାନୀୟ ଜୁନିଅର ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ବିଡିଓ ଦେବଦତ୍ତ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିରକୁ ମୁଖ୍ୟ ଅତିଥି ବିଧାୟକ ପ୍ରତିନିଧି ପ୍ରୟାସକାନ୍ତି ସାମଲ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ,ପଞ୍ଚାୟତ ସମିତି ଅଧ୍ୟକ୍ଷା, ତହସିଲଦାର, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ଜିଲ୍ଲାପରିଷଦ ସଦସ୍ୟ, ସ୍ଥାନୀୟ ସରପଞ୍ଚ ଓ ସମିତି ସଭ୍ୟ ଯୋଗ ଦେଇଥିଲେ। ଶିବିରରେ ବିଭିନ୍ନ ବର୍ଗର ୨୫୧ ଜଣ ଅନଲାଇନ ପଞ୍ଜିକରଣ କାରୀ ବିଶେଷଜ୍ଞ ଡ଼ାକ୍ତରୀ ଦଳଙ୍କୁ ସ୍ବାସ୍ଥ୍ୟ ଗତ ସମସ୍ୟା ଦେଖାଇଥିଲେ। ଏହି ଡ଼ାକ୍ତରୀ ଦଳ ମଧ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅସ୍ଥିଶଲ୍ୟ ବିଶେଷଜ୍ଞ ଡ଼ାକ୍ତର ୟୁ.କେ ଜେନା, ଭେଷଜ ବିଶେଷଜ୍ଞ ଡ଼ାକ୍ତର ଅମୂଲ୍ୟ କୁମାର ଦାସ, ଚକ୍ଷୁ ବିଶେଷଜ୍ଞ ଡ଼ାକ୍ତର ଏସ. କେ.ସିଂ, ନାସା,କର୍ଣ୍ଣ ଓ ଗଳା ରୋଗ ବିଶେଷଜ୍ଞ ସିତାଶ୍ରୀ ସେଠୀ,ଶିଶୁରୋଗ ବିଶେଷଜ୍ଞ ଡ଼ାକ୍ତର କମଳାକାନ୍ତ ସ୍ୱାଇଁ ପ୍ରମୁଖ ନିଜନିଜ ବିଭାଗରେ ପଞ୍ଜିକରଣକାରୀଙ୍କ ସ୍ବାସ୍ଥ୍ୟ ସମସ୍ୟା ଦେଖିଥିଲେ। ବ୍ଲକ ସାମାଜିକ ସୁରକ୍ଷା ଅଧିକାରିଣୀ ସାନ୍ତ୍ଵନା ଦାସ,ସୁଧାଂଶୁ ପାଢ଼ୀଙ୍କ ସମେତ ବ୍ଲକ ଓ ମହାବିଦ୍ୟାଳୟର ସମସ୍ତ କର୍ମଚାରୀ,ବିକଳାଙ୍ଗ ମଞ୍ଚର ସଦସ୍ୟ ମାନେ ଶିବିରକୁ ପରିଚାଳନା କରିଥିଲେ। ଭଣ୍ଡାରି ପୋଖରୀରୁ ରାଜକିଶୋର ଜେନାଙ୍କ ରିପୋର୍ଟ ସଂଘର୍ଷ ନିୟୁଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More