ବ୍ଲକ ସ୍ତରୀୟ ୱାର୍ଡ ମେମ୍ବର ସଂଘର କର୍ମକର୍ତ୍ତାଙ୍କ ସହ ବିଧାୟକଙ୍କ ଆଲୋଚନା

9

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ): – ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ୍ ଅନ୍ତର୍ଗତ ୧୫ଟି ଗ୍ରାମ ପଞ୍ଚାୟତ ର ପଞ୍ଚାୟତ ସ୍ତରୀୟ ସଭାପତି ଆଜି ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ ଙ୍କୁ ସାକ୍ଷାତ କରି ପଞ୍ଚାୟତ ର ଉନ୍ନତି ମୂଳକ କାର୍ଯ୍ୟ ସମ୍ପକରେ ଧ୍ୟାନ ଦେବାକୁ କହିଛନ୍ତି। ପଞ୍ଚାୟତ ରେ ଏବେ ମଧ୍ୟ ଲୋକେ ଯୋଗାଣ ବିଭାଗ ପକ୍ଷରୁ ପଡ଼ି କାର୍ଡ ଟି ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଧବା, ବିକଳାଙ୍ଗ, ବୃଦ୍ଧ ବୃଦ୍ଧl ଭତ୍ତା ପାଇଁ ନାହି ନ ଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି। ପାନୀୟ ଜଳର ଉତ୍କଟ ସମସ୍ୟା ଉପରେ ଧ୍ୟାନ ଦେବା,ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ଯୋଗ୍ୟ ହିତାଧିକାରୀ ଙ୍କୁ ତୁରନ୍ତ କାର୍ଯ୍ୟାଦେଶ ପ୍ରଦାନ କରିବା କୁ ଦୃଷ୍ଟି ଦେବାକୁ କହିଥିଲେ। ଆଲୋଚନା ସମୟରେ ତେନ୍ତୁଳିଖୁଣ୍ଟି ବ୍ଲକ୍ ପଞ୍ଚାୟତ ସଭାପତି ଭଜମନ ସିଂ, ଉପସଭାପତି ମାଳା ନାଗ, କପିଳାସ ମାଝୀ, ଡମୁରୁ କର୍କରା, ଯୀଶୁଦାନ ବାଘ, ଜଳେଦ୍ର ଜାନୀ, ଭୋଲାନାଥ ବାଘ, କମଲୋଚନ ପ୍ରଧାନୀ, ସରୋଜିନୀ ଟାକ୍ରୀ, ବୁଲୁ ହରିଜନ, ସୁରେନ୍ଦ୍ର ଗରଡା, ସୁଜିତ୍ କୁମାର ନାୟକ, ସମେତ ୧୫ଟି ଗ୍ରାମ ପଞ୍ଚାୟତ ସଭାପତି ଉପସ୍ଥିତ ଥିଲେ। ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More