ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ୨୦୨୨ ଅନୁଷ୍ଠିତ

14

Get real time updates directly on you device, subscribe now.

ନବରଙ୍ଗପୁର୨୬/୧୦/ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକରେ ବ୍ଳକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଦିବ୍ୟ ହୃଦୟ ବାଳିକା ଉଚ୍ଚବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ବ୍ଳକର ସମସ୍ତ ପଂଚାୟତର ବିଦ୍ୟାଳୟର କ୍ଳଷ୍ଟର ସ୍ତରର କୃତୀ ପ୍ରତିଯୋଗୀ ଏଥିରେ ଭାଗ ନେଇଥିଲେ। କଳା ସଂସ୍କୃତିକୁ ବଞ୍ଚାଇ ରଖିବା ସୁରଭି ହିଁ ଏକ ମାତ୍ର ମାଧ୍ୟମ । ନାଚ ଗୀତ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ କଳାକୃତିକୁ ବଞ୍ଚାଇ ରଖିବା ପାଇଁ ସୁରଭି ମାଧ୍ୟମରେରେ ଏହି କାର୍ଯ୍ୟକ୍ରମ ହେଉଛି ବୋଲି ବ୍ଲକ ଶିକ୍ଷା ଅଧିକାରୀକହିଥିଲେ। ସୁରଭି ଦ୍ୱାରା ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବା ପାଇଁ ମଞ୍ଚ ମିଳିପାରୁଛି ବୋଲି ସମ୍ମାନିତ ଅତିଥି ମତ ରଖିଥିଲେ। ଏହି କାର୍ଯକ୍ରମରେ ପ୍ରବନ୍ଧ, ନାଚ, ଗୀତ ,ଖେଳ କୂଦ ପରିବେଷଣ କରିଥିବା ପ୍ରଥମ,ଦିତିୟ,ତ୍ରୁତିୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇ ଥିଲା। ଏହି ବ୍ଲକ ସ୍ତରୀୟ ସୁରଭିର କୃତୀ ପ୍ରତିଯୋଗୀ ଜିଲ୍ଲା ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ରେ ଭାଗ ନେବେ। ସରକାର ମୋ ସ୍କୁଲ ଯୋଜନାରେ ଗୃହ ନିର୍ମାଣ ପାଇଁ ନୁଆଗୁଡ଼ାର ଗୋବର୍ଦ୍ଧନ ଗୌଡ଼ ନିଜର ୭୫ ସେଣ୍ଟ ଜମିରୁ ୬୦ ସେଣ୍ଟ ବିଦ୍ୟାଳୟ କୁ ପ୍ରଦାନ କରିଥିବାରୁ ଉକ୍ତ ବ୍ୟକ୍ତିକୁ ସମ୍ମାନିତ କରାଯାଇଥିଲା। ଡେଙ୍ଗପଦର ବିଦ୍ୟାଳୟର ପୁରାତନ ଛାତ୍ର ବାସୁଦେବ ବିଷୋୟୀ ମୋ ବିଦ୍ୟାଳୟ ପାଣ୍ଠି କୁ ୧୦ ହଜାର ବ୍ଳକ ସ୍ତରରେ ପ୍ରଥମ କରି ପ୍ରଦାନ କରିଥିବାରୁ ସମ୍ମାନିତ କରାଯାଇଥିଲା। ସେହିପରି ପୂଜାରୀଗୁଡାର ପୁରାତନ ଛାତ୍ର ସୁରେଶ ପାତ୍ର ପ୍ରଥମେ ନିଜ ବିଦ୍ୟାଳୟ କୁ ୧୦ ହଜାର ଦେଇ ବିଦ୍ୟାଳୟକୁ ଏକ ଲକ୍ଷ ସଂଗ୍ରହ କରି ମୋ ବିଦ୍ୟାଳୟ ପାଣ୍ଠି କୁ ପ୍ରଦାନ କରିଥିବାରୁ ପାତ୍ରଙ୍କୁ ବି ସମ୍ମାନିତ କରାଯାଇଛି। ମୋ ବିଦ୍ୟାଳୟ ପାଣ୍ଠିକୁ ଅଞ୍ଚଳଗୁମା ପଂଚାୟତ ର ପୂର୍ବତନ ସରପଞ୍ଚ ସୂର୍ଯ୍ୟ ରନ୍ଧାରୀ ଓ ପୂଜାରୀଗୁଡା ପୂର୍ବତନ ସରପଞ୍ଚ କୁମର ପୂଜାରୀ,ପ୍ରଥମ କରି ଏକ ଲକ୍ଷ ଲେଖାଏଁ ପ୍ରଦାନ କରିଥିଲେ। ଏହି ଦୁଇ ପୂର୍ବତନ ସରପଂଚଙ୍କୁ ସମ୍ମାନିତ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିବା କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ, ଜିଲ୍ଲା ଶିକ୍ଷାଧିକାରୀ ପ୍ରଦୀପ କୁମାର ନାଗ , ଗୋଷ୍ଟି ଉନ୍ନୟନ ଅଧିକାରୀ ଦୁର୍ଯ୍ୟୋଧନ ଭୋଇ, ତହସିଲଦାର ପ୍ରଦୀପ କୁମାର କର,ତେନ୍ତୁଳିଖୁଣ୍ଟି ବ୍ଳକର ଦୁଇ ଜିଲା ପରିଷଦ ସଭ୍ୟ କୃଷ୍ନା ମଞ୍ଜରୀ ବିଷୋୟୀ, ରତିକାନ୍ତ ପଣ୍ଡା, ଉପାଧ୍ୟକ୍ଷ ରାଜେନ୍ଦ୍ର ବିଷୋୟୀ,ଏ ବିଇଓ ମଧୁସୂଦନ ବାଘ, ରମେଶ ଟାକ୍ରୀ, ହେଲେନ ସୁନା ସମେତ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ସଭାପତି କ୍ଷେତ୍ର ମୋହନ ବିଶୋଇ ମଞ୍ଚାସିନ ଥିଲେ। ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ୍ ସଙ୍ଘର୍ଷ ନିୟୁଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More