ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ “ସର୍ଗିଫୁଲ” -୨୦୨୨ଅନୁଷ୍ଠିତ

12

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ) : – ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦର ମହକୁମାସ୍ଥିତ ଜିଲା ଅନୁସୂଚିତ ଜନଜାତି ଓ ଜାତି ବିଭାଗ ଦ୍ଵାରା ପରିଚାଳିତ ଡାବୁଗାଁ ସରକାରୀ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ “ସର୍ଗିଫୁଲ” -୨୦୨୨ ବୁଧବାର ଅନୁଷ୍ଠିତ ହୋଇଯାଇଛି | ଅନୁସୂଚିତ ଜନଜାତି ଓ ଜାତି ଛାତ୍ର ଛାତ୍ରୀଙ୍କ ପ୍ରତିଭା ଅନ୍ଵେଷଣ ପାଇଁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଡାବୁଗାଁ ବ୍ଲକ ର ଡାବୁଗାଁ ସରକାରୀ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବଡଓଲମା ଆଶ୍ରମ ବିଦ୍ୟାଳୟ -୧, ବଡଓଲମା ଆଶ୍ରମ ବିଦ୍ୟାଳୟ-୨ ଓ ବୋରିପଦର ଆଶ୍ରମ ବିଦ୍ୟାଳୟ ର ପିଲା ମାନେ ବିଭିନ୍ନ ପ୍ରତିଯୋଗୀତାରେ ଭାଗନେଇଥିଲେ | ଏଥିରେ ପୂର୍ବାହ୍ନରେ ଡାବୁଗାଁ ତହସିଲଦାର କୃଷ୍ଣଚନ୍ଦ୍ର ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ | ପରେ ତର୍କବିତର୍କ, ବକୃତା, ସାଧାରଣ ଜ୍ଞାନ, ଚିତ୍ରାଙ୍କନ, ସୃଜନଶୀଳଲିଖନ ଭଳି କନିଷ୍ଠ ଓ ବରିଷ୍ଠ ବିଭାଗ ରେ ପ୍ରତିଯୋଗୀତା ଓ ଏକକ ନୃତ୍ୟ, ଏକକ ଅଭିନୟ ଓ ଦଳଗତ ନୃତ୍ୟ ଆଦି ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା | କନିଷ୍ଠ ବିଭାଗରେ ବକୃତା ପାଇଁ ବିଷୟ- ବିଦ୍ୟାଳୟରେ ଖେଳକୁଦର ଆବଶ୍ୟକତା, ସୃଜନଶୀଳ ଲିଖନ ରେ ବିଷୟ- ଛାତ୍ର ଜୀବନରେ ଶୃଙ୍ଖଳାର ଆବଶ୍ୟକତା, ଚିତ୍ରାଙ୍କନରେ ବିଷୟ- ଜଙ୍ଗଲରେ ହାତୀ ଡାଳଭାଙ୍ଗି ଖାଉଥିବାର ଦୃଶ୍ୟ ଏବଂ ବରିଷ୍ଠ ବିଭାଗରେ ବକୃତା ପାଇଁ ବିଷୟ-ବିଦ୍ୟାଳୟରେ ଦଣ୍ଡମୁକ୍ତ ଆଞ୍ଚଳ ବ୍ୟବସ୍ଥା, ସୃଜନଶୀଳ ଲିଖନ ରେ ବିଷୟ- ପଞ୍ଚାୟତିରାଜ ବ୍ୟବସ୍ଥାର ଉପଯୋଗୀତା ଓ ଚିତ୍ରାଙ୍କନରେ ବିଷୟ- ଆକାଶରେ କଳାମେଘ ସନ୍ଦର୍ଶନରେ ନୃତ୍ୟରତ ମୟୂର ଉପରେ ପ୍ରତିଯୋଗୀତା ହୋଇଥିଲା | ଏହି ସମସ୍ତ ପ୍ରତିଯୋଗିତାରେ ୧ମ, ୨ୟ ଓ ୩ୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରଯାଇଥିଲା | ଏହି ସମସ୍ତ କାର୍ଯ୍ୟକ୍ରମରେ ୧ମ ସ୍ଥାନ ଅଧିକାର କରିଥିବା ଛାତ୍ର ଛାତ୍ରୀ ମାନେ ଜିଲା ସ୍ତରୀୟ ସର୍ଗିଫୁଲ କାର୍ଯ୍ୟକ୍ରମରେ ଭାଗ ନେବେ | ଶେଷରେ ଦଳଗତ ନୃତ୍ୟରେ ଡାବୁଗାଁ ସରକାରୀ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (୧ମ), ବୋରିପଦର ଆଶ୍ରମ ବିଦ୍ୟାଳୟ (୨ୟ) ଓ ବଡଓଲମା ଆଶ୍ରମ ବିଦ୍ୟାଳୟ-୨ (୩ୟ) ସ୍ଥାନ ଅଧିକାର କରିଥିଲେ | ଏଥିରେ ବିଚାରକ ଭାବେ ଅବସରପ୍ରାପ୍ତ ଶିକ୍ଷକ ନିତ୍ୟାନନ୍ଦ ମହାନ୍ତି, ଅଜୟ ବଲ୍ଲଭ ପଣ୍ଡା ଓ ଲକ୍ଷ୍ମୀକାନ୍ତ ରଥ ପ୍ରମୁଖ ପ୍ରତିଯୋଗୀତା ପରିଚାଳନା କରିଥିଲେ | ଏଥିରେ ମୁଖ୍ୟ ଅତିଥି ବ୍ଲକ ଅଧ୍ୟକ୍ଷା ବୀଣା ମାଝି, ସମ୍ମାନୀତ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ସଦାନନ୍ଦ ନାୟକ, ରାଜ୍ୟସଭା ସାଂସଦ ପ୍ରତିନିଧି ରାମାରାଓ ଚୌଧୁରୀ,ସାଂସଦ ପ୍ରତିନିଧି ଏମ୍. ଆପ୍ପା ରାଓ, ଡାବୁଗାଁ ସରକାରୀ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ତଥା ଅଧ୍ୟକ୍ଷ ସୁକାନ୍ତ କୁମାର ସ୍ଵାଇଁ, ଡାବୁଗାଁ ବ୍ଲକ ମଙ୍ଗଳ ସଂମ୍ପ୍ରସାରଣ ଅଧିକାରୀ ପ୍ରିୟଚାନ୍ଦ ମଲ୍ଲିକ, ବଡଓଲମା ଆଶ୍ରମ ବିଦ୍ୟାଳୟ -୧ ପ୍ରଧାନ ଶିକ୍ଷକ ରଞ୍ଜନ କୁମାର ବେହେରା, ବଡଓଲମା ଆଶ୍ରମ ବିଦ୍ୟାଳୟ-୨ ପ୍ରଧାନ ଶିକ୍ଷକ ଦୁର୍ଜନ ଭତ୍ରା, ବୋରିପଦର ଆଶ୍ରମ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପି. ଭାସ୍କର ରାଓ ପ୍ରମୁଖ ମଞ୍ଚାସୀନ ଥିଲେ | ଏଥିରେ ୪ ଟି ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଶିକ୍ଷୟତ୍ରୀ, ଶିକ୍ଷକ ମାନେ ଯୋଗ ଦେଇଥିଲେ | ନବରଙ୍ଗପୁର ଜିଲ୍ଲାରୁ ରବି ନରୟଣ ମହନ୍ତିଙ୍କ ରିପୋର୍ଟ୍ ସଙ୍ଘର୍ଷ୍ ନିୟୁଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More