ନବରଙ୍ଗପୁର(ସଂଘର୍ଷ ମିଡିଆ) : – ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ସମ୍ମିଳନୀ କକ୍ଷ ଠାରେ ବ୍ଲକ ସ୍ତରୀୟ “ମୋ ଜଙ୍ଗଲ ଜମି ଯୋଜନା” କାର୍ଯ୍ୟକାରୀ ନେଇ ଏକ ପ୍ରସ୍ତୁତି ବୈଠକ ବିଡ଼ିଓ ଶରତ ମାଝୀ ଙ୍କ ଅଧ୍ୟକ୍ଷତା ରେ ସୋମବାର ଅନୁଷ୍ଠିତ ହୋଇଯାଇଛି l ଏଥିରେ ଜଙ୍ଗଲ ଅଧିକାର କମିଟି ଗଠନ ଓ ପୁନଃର୍ଗଠନ, ସ୍ୱତନ୍ତ୍ର ଗ୍ରାମ ସଭା ଆୟୋଜନ, ବ୍ୟକ୍ତିଗତ/ ଗୋଷ୍ଠୀଗତ ଓ ଗୋଷ୍ଠୀଗତ ସମ୍ବଳ ଅଧିକାର ଦାବୀ ସଂଗ୍ରହ, ଜଙ୍ଗଲ ଗ୍ରାମ ଓ ଅଣ ସର୍ବେକ୍ଷଣ ଗ୍ରାମକୁ ରାଜସ୍ୱ ଗ୍ରାମରେ ପରିଣତ କରିବା ପାଇଁ ପ୍ରଚାର ଓ ପ୍ରସାର କରିବା ଉପରେ ଆଲୋଚନା ହୋଇଥିଲା l ଏହି ବୈଠକ ରେ ତହସିଲଦାର ସଦାଶିବ ଭତ୍ରା, ଗ୍ରାମ ପଞ୍ଚାୟତ ସଂମ୍ପ୍ରସାରଣ ଅଧିକାରୀ ଏ. ଡି ପ୍ରସାଦ, ବ୍ଲକ ମଙ୍ଗଳ ସଂମ୍ପ୍ରସାରଣ ଅଧିକାରୀ ଆଦିତ୍ୟ ନାରାୟଣ ରଥ, ଡାବୁଗାଁ ରାଜସ୍ଵ ନିରୀକ୍ଷକ ଚୈତନ୍ୟ ବେହେରା. ଘୋଡ଼ାଖୁଣ୍ଟା ରାଜସ୍ଵ ନିରୀକ୍ଷକ ଗଙ୍ଗା ମହାଙ୍କୁଡ, ଜୁନାପାଣି ଅତିରିକ୍ତ ରାଜସ୍ଵ ନିରୀକ୍ଷକ ନିଶାରାଣୀ ପଟ୍ଟନାୟକ, ଡ଼ଙ୍ଗରୀଗୁଡା ସରପଞ୍ଚ ରାମ କୁମାର ଗଣ୍ଡ, ଜୁନାପାଣି ସରପଞ୍ଚ ଦୟାନିଧି ଭତ୍ରା, ଅଞ୍ଚଳା ସରପଞ୍ଚ ରମେଶ ମାଝୀ, ମେଦନା ସରପଞ୍ଚ ସୁମିତ୍ରା ମାଝୀ, ବୋରିଗାଁ ସରପଞ୍ଚ ଶୁକୃ ଭତ୍ରା, ବନପାଳ ଉମାକାନ୍ତ ପଟ୍ଟନାୟକ, ପଞ୍ଚାୟତ ନିର୍ବାହୀ ଅଧିକାରୀ ପ୍ରଭାକର ମୁଦୁଲି, ପର୍ଶୁରାମ ମାଳୀ, କାଳୀପଦ କୀର୍ତ୍ତନିଆ ଓ ହଳଧର ଜାନୀ, ବନରକ୍ଷୀ ରୀତାରାଣୀ ବିଶ୍ଵାସରାୟ, ସରସ୍ଵତୀ ମେହେର ଓ ମନୋରଞ୍ଜନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ | ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l