ମାଲକାନଗିରି(ସଂଘର୍ଷ ମିଡିଆ) : – ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଶୋଭାଗୃହ ଠାରେ ଆସନ୍ତା ଡ଼ିସେମ୍ବର 15 ତାରିଖ ରେ ଜିଲ୍ଲା ସ୍ତରୀୟ, ମାଲ୍ୟବାନ୍ତ ଉତ୍ସବ ପାଳନ ହେଉଥିବାରୁ ବ୍ଲକ ସ୍ତରୀୟ ଡ଼ିସେମ୍ବର ପ୍ରଥମ ସପ୍ତାହରେ ସମସ୍ତ ବ୍ଲକରେ ମାଲ୍ୟବାନ୍ତ ଉତ୍ସାବ ପାଳନ କରାଯିବା ପାଇଁ ଜିଲ୍ଲା ପ୍ରଶାସନ ଦ୍ୱାରା ନିର୍ଦେଶ ହୋଇଛି, ଏଣୁ ଆଜି ମାଥିଲି ସଭାଗୃହ ଠାରେ ବ୍ଲକ ଅଧ୍ୟକ୍ଷ ଶ୍ରୀ ମହେଶ କୁମାର ବାକା ଙ୍କ ସଭାପତିତ୍ୱ ରେ ବୈଠକ ହୋଇଥିଲା । ଏହି ବୈଠକରେ ମାଥିଲି ବି. ଡି. ଓ. ହୃଷିକେଶ ଗଣ୍ଡ ତହସିଲଦାର ଚନ୍ଦନ କୁମାର ଭୋଇ, ଜ଼ିଲ୍ଲାପରିଷଦ ସଭ୍ୟା ସସ୍ମିତା ମାଝୀ, ଜ଼ିଲ୍ଲାପରିଷଦ ସଭ୍ୟ ହିରଣ୍ୟ ମୁଦୁଲି, ଏ. ବି. ଡି. ଓ ସରୋଜ ପ୍ରଧାନ, ସହକାରୀ ଯନ୍ତ୍ରୀ ହୃଦ୍ଧାନନ୍ଦ ବାଘ, ମଞ୍ଚାସିନ ଥିବା ସ୍ଥଳେ, ସମାଜସେବୀ ସ୍ମୃତିରଞ୍ଜନ, ବରିଷ୍ଟ ସାମ୍ବାଦିକ ଏମ. ଡି. ଆକବର,ଜି. ପି. ଓ. ସୁକାନ୍ତି ଦାସଙ୍କ ସହ ସମସ୍ତ ସ୍କୁଲ କଲେଜ ର ପ୍ରଧାନ ଶିକ୍ଷକ ଶିକ୍ଷକୟତ୍ରି, ସମସ୍ତ ଲୋକ ପ୍ରତିନିଧି, କର୍ମଚାରୀ ଓ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ,ଆସନ୍ତା ଡ଼ିସେମ୍ବର ତିନି ତାରିଖ ରବିବାର ଦିନ ମାଥିଲିରେ ମାଲ୍ୟବାନ୍ତ ଉତ୍ସବ ପାଳନ କରାଯିବାକୁ ନିଷ୍ପତି ନିଆଗଲା ।