କେନ୍ଦ୍ରାପଡା(ସଂଘର୍ଷ ମିଡିଆ ) -: କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ ନିକିରାଇ ମହାବୀର ନୋଡାଲ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ପାର୍ଥ ସାରଥୀ ବେହେରାଙ୍କ ନେତୃତ୍ୱ କ୍ରମେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି ବିଜ୍ଞାନ ମେଳାରେ ପଚାଶରରୁ ଉର୍ଦ୍ଧ ପ୍ରୋଜେକ୍ଟ ପଦର୍ଶୀତ ହୋଇଥିବା ବେଳେ ବିଭିନ୍ନ ସ୍କୁଲରୁ ଆସିଥିବା ଛାତ୍ର ଛାତ୍ରୀ ମାନେ ନିଜର ପ୍ରୋଜେକଟ ସହ ମେଳାରେ ଭାଗ ନେଇଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରାପଡ଼ା ଲୋକପ୍ରିୟ ବିଧାୟକ ଶଶୀଭୁଷଣ ବେହେରା ସ୍କୁଲରେ ପହଞ୍ଚି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିବା ବେଳେ ଜିଲ୍ଲାପାଳ ଅମ୍ରିତ ଋତୁରାଜ,ଜିଲ୍ଲା ଶିକ୍ଷା ଅଧିକାରୀ ସଂଜୀବ କୁମାର ସିଂହ ଉପସ୍ଥିତି ଥିଲେ. ବିଜ୍ଞାନ ଯୁଗରେ ଜଣେ ଛାତ୍ରର କେତେ ଆବଶ୍ୟକତା ତାହା ଆମେ ଜାଣିଛେ.ବିଜ୍ଞାନ ସହିତ ସାରା ବିଶ୍ୱ ଜଡିତ କଥାରେ ଅଛି ଯେଉଁ ଦେଶର ବିଜ୍ଞାନ ଯେତେ ସକ୍ରିୟ ସେହି ଦେଶ ସେତେ ବିକାଶ ଶିଳ ତେଣୁ ମାଧ୍ୟମିକ ହେଉ କି ଉଚ୍ଚ ମାଧ୍ୟମିକ ହେଉ ସବୁ ସ୍ତରରେ ପିଲାମାନଙ୍କୁ ବିଜ୍ଞାନ ସହିତ ଯୋଡି ରଖିବା ନିତ୍ୟାନ୍ତ ଆବଶ୍ୟକ. ଛାତ୍ର ଛାତ୍ରୀଙ୍କ ଜ୍ଞାନର ବିକାଶ ସହ ସେମାନଙ୍କୁ ଶୃଙ୍ଖଳିତ କରିବାରେ ବିଜ୍ଞାନର ଭୂମିକା ଅନେକ ହୋଇଥିଏ. ଛାତ୍ର ଛାତ୍ରୀ ଙ୍କ ଦ୍ୱାରା ନୂତନ ଶୈଳୀରେ ସମାଜକୁ ନୂତନ ଦିଗଦର୍ଶନ ଦେବା ବିଜ୍ଞାନର ମୁଖ୍ୟ ଲକ୍ଷ .ଏହାପରେ ଅତିଥି ମାନେ ଛାତ୍ର ଛାତ୍ରୀ ମାନଙ୍କ ପ୍ରୋଜେକ୍ଟ ବୁଲି ଦେଖିବା ସହ ବିଜ୍ଞାନ ମେଳାର ସାରତ୍ବ ସମ୍ପର୍କରେ ଆଲୋଚନା କରିଥିଲେ .ଏହି ମେଳାରେ ବିଭିନ୍ନ ସ୍କୁଲରୁ ଆସିଥିବା ପିଲାମାନଙ୍କ ମଧ୍ୟରେ କୁଇଜ ପ୍ରତିଯୋଗିତା କରାଯିବା ସହ ଭାଷଣ ରେ 60ରୁ 70ଛାତ୍ର ଛାତ୍ରୀ ଭାଗ ନେଇଥିଲେ.ମହାବୀର ନୋଡାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପାର୍ଥ ସାରଥୀ ବେହେରା ଓ ସ୍କୁଲ ଅନ୍ୟ ଶିକ୍ଷକ ମାନଙ୍କ ଅଦମ୍ୟ ଚେଷ୍ଟାରେ ଏହି ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଛି ଯାହା ଜିଲ୍ଲା ଶିକ୍ଷା ଅଧିକାରୀ ସଂଜୀବ କୁମାର ସିଂହ ପ୍ରଧାନ ଶିକ୍ଷକ ପାର୍ଥ ସାରଥୀଙ୍କୁ ତାଙ୍କ କାର୍ଯ୍ୟ ପାଇଁ ସାଧୁବାଦ ଦେଇଥିଲେ ।