ଜଗତସିଂହପୁର ( ସଂଘର୍ଷ ମିଡିଆ ) – ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ କୃଷି କାର୍ଯ୍ୟାଳୟ ଠାରେ ଆତ୍ମା କମିଟିର ଅଧ୍ୟକ୍ଷ ବସନ୍ତ ପାଢିଙ୍କ ଅଧ୍ୟକ୍ଷତାରେ ପ୍ରଥମ ବ୍ଲକ କୃଷକ ଉପଦେଷ୍ଟା ମଣ୍ଡଳୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ କୃଷି, ପ୍ରାଣୀ ସମ୍ପଦ ବିକାଶ ବିଭାଗ , ଉଦ୍ୟାନ ଓ ମତ୍ସ୍ୟ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ। ଏଥିରେ କୃଷି ସମ୍ବନ୍ଧୀୟ ସମସ୍ତ ବିଷୟରେ ଆଲୋଚନା କରାଯାଇଥିଲା। ଅତିରିକ୍ତ ପ୍ରାଣୀ ଚିକିତ୍ସକ ଅଧିକାରୀ ଡକ୍ଟର ରାଜା ଉଦୟ ଭାନୁ ରାଉତ ବର୍ତ୍ତମାନ ନାଉଗାଁ ବ୍ଲକ ପଶୁ ଚିକିତ୍ସା କେନ୍ଦ୍ର ଅତି ଦୟନୀୟ ଅବସ୍ଥାରେ ରହିଛି। ଏହାର ଭିତ୍ତିଭୂମିର ଉନ୍ନତି ନିମନ୍ତେ ନିଜର ମତବ୍ୟକ୍ତ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ଜଗନ୍ନାଥ ଦାସ, ସହାୟକ କୃଷି ଅଧିକାରୀ ନିର୍ମାଲ୍ଯ ନାୟକ, ତୁସାର ରଞ୍ଜନ ସ୍ଵାଇଁ,ଅତିରିକ୍ତ ମତ୍ସ୍ୟ ବିଭାଗର ଅଧିକାରୀ ରଞ୍ଜିତ ରାଉତ, ଉଦ୍ୟାନ ବିଭାଗର ଅଧିକାରୀ ଆଶିଷ୍ ମହାନ୍ତି, ଏଟିଏମ ପ୍ରିୟଦର୍ଶି ଦେବାଶିଷ ଦାସ ଓ ବିଟିଏମ ଦିପକରଶ୍ମି ଦାସ, ଅଭିଜିତ ସେଠୀ, ରାଜ କିଶୋର ବାରିକ ଙ୍କ ସମେତ ଆତ୍ମା କମିଟିର ସମସ୍ତ ସଦସ୍ୟ ମାନେ ଉପସ୍ଥିତ ରହି ନିଜ ନିଜର ମତ ପ୍ରକାଶ କରିଥିଲେ।ପରିଶେଷରେ ଚାଷୀ ଭାଇ ମାନଙ୍କୁ ମୁଗ ମଞ୍ଜି ପ୍ରଦାନ କରାଯାଇଥିଲା।