ବ୍ଲକ ସ୍ତରୀୟ ଆଣ୍ଟୀ କରପସନ ଫାଉଣ୍ଡେସନ ଅଫ ଇଣ୍ଡିଆର ସଚେତନତା କର୍ମଶାଳା ଅନୁଷ୍ଠିତ

12

Get real time updates directly on you device, subscribe now.

ନବରଙ୍ଗପୁର,୨୧/୧୦(ସଂଘର୍ଷ ମିଡିଆ) : ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ୍ ସମ୍ମିଳନୀ କକ୍ଷ ଠାରେ ଆଜି ବ୍ଲକ୍ ସ୍ତରୀୟ ଦୁର୍ନୀତି ବିରୋଧୀ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥିଭାବେ ନନ୍ଦାହାଣ୍ଡି ଗୋଷ୍ଟି ଉନ୍ନୟନ ଅଧିକାରୀ ଶିବ ଶଙ୍ଖର ମୁର୍ମୁ ଯୋଗ ଦେଇ ଉପସ୍ଥିତ ଦୁର୍ନୀତି ବିରୋଧୀ ବ୍ଲକ୍ ସ୍ତରୀୟ କର୍ମକର୍ତ୍ତା ଙ୍କୁ ନିଜ ବକ୍ତବ୍ୟରେ କହିଥିଲେ ଯେ ପୋଖରୀ ଭିତରେ ମାଛ ଅଛି, ମାଛ ଧରି ପାରିଲେ ହେଲା। ଠିକ୍ ସେହିଭଳି ସବୁ ବିଭାଗରେ ଦୁର୍ନୀତି ହେଉଛି ଏହାକୁ ଧରି ପାରିଲେ ହେଲା। ଦୁର୍ନୀତି କୁ ବିରୋଧ କରିବାକୁ ହେଲେ ଆଦିବାସୀ ହରିଜନ ପଛୁଆ ବର୍ଗ ର ଜନସାଧାଣଙ୍କୁ ଅଧିକ ରୁ ଅଧିକ ସଚେତନ କରିବାର ଆବଶ୍ୟକତା ରହିଛି। ଅନ୍ୟତମ ଅତିଥି ଭାବେ କୋରାପୁଟ ଜିଲ୍ଲା ଦୁର୍ନୀତି ବିରୋଧୀ ଜିଲ୍ଲା ସଭାପତି ପ୍ରଦୀପ କୁମାର ଟାକ୍ରୀ ଯୋଗ ଦେଇ ନିଜ ଅଭିଭାଷଣରେ କହିଥିଲେ ଦୁର୍ନୀତି ଏପରି ଏକ ରୋଗ ଥରେ ଲାଗିଗଲେ ସହଜରେ ଛାଡେ ନାହି। ଏଣୁ ଏପରି ରୋଗ ଠାରୁ ସମସ୍ତେ ସଚେତନ ହୋଇ ଏହାର ବିରୋଧ କରିବାର ଆବଶ୍ୟକତା ରହିଛି ବୋଲି କହିଥିଲେ। ସମ୍ମାନୀୟ ଅତିଥୀ ଭାବେ ନନ୍ଦାହାଣ୍ଡି ଭାରପ୍ରାପ୍ତ ତହସିଲଦାର ଯୋଗ ଦେଉଥିଲେ। ନିମନ୍ତ୍ରିତ ଅତିଥି ଭାବେ ନନ୍ଦାହାଣ୍ଡି ବ୍ଲକ୍ ଅଧ୍ୟକ୍ଷା ରଶ୍ମିତା ମାଝୀ ଯୋଗଦେଇ ଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକ ଉପାଧ୍ୟକ୍ଷ ସଦନ ଗୌଡ, ନବରଙ୍ଗପୁର ଜିଲ୍ଲା ଦୁର୍ନୀତି ବିରୋଧୀ ଶାଖା ର ଜିଲ୍ଲା ସଭାପତି ଲକ୍ଷ୍ମୀ ଚନ୍ଦ୍ର ଟାକ୍ରୀ, ଜିଲ୍ଲା ଦୁର୍ନୀତି ବିରୋଧୀ ମୁଖ୍ୟ ନିର୍ଦ୍ଦେଶକ ଦେବେନ୍ଦ୍ର ଜଗନ୍ନାଥ ନାୟକ,ଉପ ସଭାପତି ହିମାଂଶୁ ଶେଖର ବାଘ, ଡ଼ାବୁଗାଁ ବ୍ଲକ୍ ସଭାପତି ନିରଞ୍ଜନ ହିଆଲ ସମ୍ପାଦକ ପଦୁ ହରିଜନ, ତେନ୍ତୁଳିଖୁଣ୍ଟି ବ୍ଲକ୍ ସଭାପତି ଭଲାବାଘ୍, କୋଷାଗୁମୁଡ଼ା ବ୍ଲକ୍ ସଭାପତି ପୂର୍ଣ୍ଣ ମିର୍ଗାନ, ସବ୍ରଜିତ୍ ତ୍ରିପାଠୀ ସମେତ ୧୦ଟି ବ୍ଲକ୍ ର ଦୁର୍ନୀତି ବିରୋଧୀ କର୍ମକର୍ତ୍ତା ଉପସ୍ଥିତ ଥିଲେ।ଆଜିର କାର୍ଯ୍ୟକ୍ରମ କୁ ନନ୍ଦାହାଣ୍ଡି ବ୍ଲକ୍ ସଭାପତି ପ୍ରଶାନ୍ତ ଖୂରା ପରିଚାଳନା କରିଥିବା ବେଳେ, ବ୍ଲକ୍ ସମ୍ପାଦକ ରବି ଗୌଡ ୧୦ଟି ବ୍ଲକ୍ ର କର୍ମକର୍ତ୍ତା ଙ୍କୁ ଧନ୍ୟବାଦ୍ ଦେଇଥିଲେ। ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତି ଙ୍କ ରିପୋର୍ଟ୍ ସଙ୍ଘର୍ଷ ନିୟୁଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More