ବ୍ଲକ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

8

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ ) : ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟ|ଳୟ ପ୍ରକୋଷ୍ଠରେ ବ୍ଲକ ସ୍ତରୀୟ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ସୋମବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ନବରଙ୍ଗପୁର ଜିଲ୍ଲାପାଳ ଡ. କମଳ ଲୋଚନ ମିଶ୍ରଙ୍କ ଦ୍ଵାରା ୬୬ଟି ଅଭିଯୋଗ ଶୁଣାଣି କରି ତାର ସମାଧାନ ନିମନ୍ତେ ଜିଲ୍ଲାର ଯେଉଁ ବିଭାଗର ଅଭିଯୋଗ ସେହି ବିଭାଗ ଅଧିକାରୀଙ୍କୁ ସମାଧାନ କରିବା ପାଇଁ ନିର୍ଦେଶ ଦେଇଥିଲେ । ୬୬ଟି ଅଭିଯୋଗ ମଧ୍ୟରୁ ୪୪ ଟି ଅଭିଯୋଗ ବ୍ୟକ୍ତିଗତ, ୨୨ ଟି ଅଭିଯୋଗ ଗୋଷ୍ଠୀଗତ ହୋଇ ଥିବା ବେଳେ ସାନ କୋଇଲାରି, ତାଳବେଡା ଓ ରାବଣାଗୁଡା ଗ୍ରାମରେ ପାନୀୟ ଜଳର ସମସ୍ୟା, ଖ୍ରିଷ୍ଟିଆନ ସମ୍ପ୍ରଦାୟ ଙ୍କର ମଶାଣିକୁ ଯିବା ପାଇଁ ରାସ୍ତା ନିର୍ମାଣ, ଉମୁରାହାଣ୍ଡି ଗ୍ରାମରେ ପଟ୍ଟା ମିଳିବା ପାଇଁ ଆବେଦନ,୧୨ଟି ସ୍ଵୟଂ ସହାୟିକା ଗୋଷ୍ଠୀ ଙ୍କ ଦ୍ଵାରା ଧାନ ପ୍ରକ୍ରିୟା କରଣ ପ୍ଲାଣ୍ଟ ପାଇଁ ଆବେଦନ, ୧୧କେ ଭି ବିଦ୍ୟୁତ୍ ତାର ଗ୍ରାମ ଉପରେ ଯାଇଥିବା ସମସ୍ୟା, ଡାବୁଗାଁ ବସ୍ ଷ୍ଟାଣ୍ଟ ରେ ଦୋକାନ କରି ଜୀବନ ନିର୍ବାହ କରୁଥିବା ଉଛେଦ ହୋଇ ଥିବା ବ୍ୟବସାୟୀ ମାନଙ୍କୁ ସ୍ମାର୍ଟ ବସ ଷ୍ଟାଣ୍ଡ ନିର୍ମାଣ ପରେ ସେହି ସ୍ଥାନମାନଙ୍କରେ ଦୋକାନ ଗୃହ ଯୋଗାଇ ଦେବା, ଡାବୁଗାଁ ଜିଲ୍ଲାପରିଷଦ ସଭ୍ୟ ଗୁପ୍ତ ବିଷୋଇକେଲିଆ ପାର୍ବତି ମନ୍ଦିର କୁ ରାସ୍ତା, ହାଇ ମାସ୍କ୍ ଲାଇଟ୍ ଜଳାଇବା, ବାଇଗାଁ ଠାରୁ ପାତିଆ ଓ ଚିଚିବାଇ ଠାରୁ ବନ୍ଧକଣା ଗ୍ରାମକୁ ପ୍ରଧାନମନ୍ତ୍ରି ସଡକ ଯୋଜନା ରେ ନିର୍ମାଣ କରାଇବା, ଡାବୁଗାଁ ବ୍ଲକ ଅଧକ୍ଷା ବିଣା ମାଝି ନୁତନ ନିରୁପିତ ସ୍ଥାନରେ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ନିର୍ମାଣ ଶିଘ୍ର କରାଇବା ପାଇଁ ଅଭିଯୋଗ, ବୋଡା ଡଙ୍ଗରି ଛୋଟ ପାହାଡ ରେ ପଥର ବ୍ଲାଷ୍ଟିଙ୍ଗ ନକରିବା ପାଇଁ କେରଣ୍ତି, ଟଇଳାଗୁଡା ଓ ଲକଟିପଦର ଗ୍ରାମବାସିଙ୍କ ଅଭିଯୋଗ ଆଦି ମୁଖ୍ୟ ସମସ୍ୟା ରହି ଥିବା ବେଳେ ଦିବ୍ୟାଙ୍ଗ ୩ ଜଣ ଙ୍କୁ ଟ୍ରାଇ ସାଇକେଲ, ଜଣକୁ ହୁଇଲ ଚେୟାର, ୫ଜଣକୁ ଦିବ୍ୟାଙ୍ଗ ପ୍ରମାଣତ୍ର, ଜଣଙ୍କୁ ତୃତୀୟ ଲିଙ୍ଗୀ ପ୍ରମାଣପତ୍ର ଲୋକପ୍ରିୟ ଜିଲ୍ଲାପାଳଙ୍କ ଦ୍ଵାରା ପ୍ରଦାନ କରିଥିଲେ | ଏଭଳି କାର୍ଯ୍ୟକ୍ରମରେ ଗଣମାଧ୍ୟମମାନଙ୍କୁ ସୁଚନା ନ ଦେବାରେ ବ୍ଲକ ପ୍ରଶାସନର କି ମନ୍ଦ ଉଦେଶ୍ୟ ରହିଛି, ଏଥିନେଇ ଜନ ସାଧାରଣରେ ବ୍ଲକ ପ୍ରଶାସନ କୁ ନିନ୍ଦା କରିଛନ୍ତି | ଏଥିରେ ଜିଲା ଆରକ୍ଷୀ ଅଧିକ୍ଷକ ଏସ. ସୁଶ୍ରୀ, ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ରତ୍ନାକର ସାହୁ ଜିଲା ମୁଖ୍ୟ ଚିକିତ୍ସାଧିକାରୀ କାଳିପ୍ରସାଦ ବେହେରା, ଜିଲ୍ଲା ନିଯୋଜନ ଅଧିକାରୀ ତତ୍ଵମସି ମହାପାତ୍ର, ଜିଲା ସୁଚନା ଲୋକ ସମ୍ପର୍କ ଅଧିକାରୀ ହଳଧର ନିହାଲ, ଜିଲା ମଙ୍ଗଳ ଅଧିକାରୀ ସ୍ମୃତିରଞ୍ଜନ ସାମନ୍ତରାୟ, ଜିଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ପାତ୍ର , ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ପ୍ରଶାସକ ଅଭିମନ୍ୟୁ ମାଝି, ଜିଲା ସମାଜ କଲ୍ୟାଣ ଅଧିକାରୀ ସ୍ଵର୍ଣ୍ଣଲତା ବିଶ୍ଵାସ, ଜିଲା ପଞ୍ଚାୟତ ଅଧିକାରୀ ଶିଶିର କୁମାର ପାଣି, ଜିଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ, ଜିଲା ମତ୍ସ୍ୟ ଅଧିକାରୀ ଜି. ଜଗଦୀଶ ରାଓ, ଜିଲା ମୁଖ୍ୟ କୃଷି ଅଧିକାରୀ ଶୁଭେନ୍ଦୁ ନାୟକ, ଜିଲା ଯୋଗାଣ ଅଧିକାରୀ ସଞ୍ଜୀବ ସାହୁ, ଜିଲା ଉଦ୍ୟାନ ଅଧିକାରୀ ପ୍ରଦୋଷ କୁମାର ପଣ୍ଡା, ଡାବୁଗାଁ ବିଡିଓ ଶରତ ମାଝି, ପୂର୍ତ୍ତ ବିଭାଗ ସହକାରୀ ନିର୍ବାହୀ ଅଧିକାରୀ ଅମର କୁମାର ନାୟକ, କନିଷ୍ଠ ଯନ୍ତ୍ରୀ ହରେକୃଷ୍ଣ ରାଉତ, ଅବକାରୀ ନିରିକ୍ଷକ ହରିହର ସିଂହ, ଭାରପ୍ରାପ୍ତ ବ୍ଲକ ପ୍ରାଣୀ ଚିକିତ୍ସାଧିକାରୀ ସାରସ୍ଵତ ସାହୁ ଏବିଡିଓ ପଦ୍ମନାଭ ତ୍ରିପାଠୀ ଓ ଜିଲା ଏବଂ ବ୍ଲକର ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ | ନବରଙ୍ଗପୁର ଜିଲ୍ଲାରୁ ରବିନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିୟୁଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More