ବ୍ଲକ ସ୍ତରୀୟ ଅକ୍ଷୟ ତୃତୀୟା ଦିବସ ପାଳିତ

9

Get real time updates directly on you device, subscribe now.

ନବରଙ୍ଗପୁର—ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଜୁନାପାଣି ଗ୍ରାମପଞ୍ଚାୟତ ଗିର୍ଲା ଗ୍ରାମରେ ଅକ୍ଷୟ ତୃତିୟା କୃଷକ ଦିବସ ମହାଆଡମ୍ବରରେ କୃଷକ ବିଭାଗ ଦ୍ଵାରା ପାଳିତ ହୋଇଯାଇଛି। ଏହି ଅବସରରେ ଧନସିଂ ପୁଝାରୀଙ୍କ ଦ୍ଵାରା ଜମି ଉପରେ ମହାଲକ୍ଷ୍ମୀଙ୍କ ଫଟୋରେ ଫୁଲ,ଚନ୍ଦନ,ଧୁପ,ଦୀପ ପ୍ରଦାନକରିଥିଲେ।କର୍ତ୍ତା ଭାବେ କୃଷକ ସୁଚନା ଓ ପରାମର୍ଶ କେନ୍ଦ୍ର ଅଧକ୍ଷଏମ୍ ବୁଲୁ ରାଓ ଯୋଗ ଦେଇ ପୁଜାକାର୍ଜ୍ୟ ସମାପନ କରି ଅଖିମୁଠି ଚାଷୀ ରାମ ଭତ୍ରାଙ୍କ ଜମିରେ ବୁଣିଥିଲେ।ଏତଦ୍ ବ୍ୟତିତ ଉପସ୍ଥିତ ସମସ୍ତ ଅତିଥିମାନଙ୍କ ଦ୍ଵାରା ଅଖିମୁଠି ଅନୁକୁଳ କରିଥିଲେ।ଏହାପରେ ଆୟୋଜିତ ସଭାରେ କୃଷକ ସୁଚନା ଓ ପରାମର୍ଶ କେନ୍ଦ୍ର ଅଧକ୍ଷ ଶ୍ରୀ ରାଓଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଏମ୍ ଆପ୍ପା ରାଓ, ସମ୍ମାନୀତ ଅତିଥି ଭାବେ ଡାବୁଗାଁ ତହସିଲଦାର କୃଷ୍ନ ଚନ୍ଦ୍ର ଦାସ,
ସୁରେନ୍ଦ୍ର କୁମାର ମିଶ୍ର,ଜିଲ୍ଲା ପରିଷଦ ସଭ୍ୟ୍ ଜୋନ-୧ ଧନସିଂ ଭତ୍ରା,ଜୋନ୍-୨ ଗୁପ୍ତ ବିଷୋୟୀ,ଜୁନାପାଣି ସରପଞ୍ଚ ଦୟାନିଧି ଭତ୍ରା,ଜୁନାପାଣି ଗ୍ରାମ ପଞ୍ଚାୟତ ସମିତି ସଭ୍ୟା ଚନ୍ଦ୍ରକଳା ଭତ୍ରା,ଗୋଷ୍ଟି ପ୍ରାଣୀଧନ ଚିକିତ୍ସାଧିକାରୀ ଡ.ସାରସ୍ଵତ ସାହୁ ମଞ୍ଚରେ ଉପସ୍ତିତ ଥିବାବେଳେ ସହକାରୀ କୃଷି ଅଧିକାରୀ ସୌମେନ୍ଦ୍ର ବିଶ୍ଵାସ ମଞ୍ଚ ପରିଚାଳନା କରିଥିଲେ।ମଞ୍ଚରେ ଉପସ୍ତିତ ସମସ୍ତ ଅତିଥି ମାନଙ୍କୁ ଉପଢୌକନ ଦେଇ ସମ୍ମାନୀତ କରି ସଭା କାର୍ଜ୍ୟଆରମ୍ଭ କରି ଥିଲେ।ଅଧକ୍ଷ ଶ୍ରୀ ରାଓ ସମସ୍ତ ଚାଷୀମାନଙ୍କୁ ଚାଷସମ୍ବନ୍ଧୀୟ ସୁଚନା ଦେଇ ଥିବାବେଳେ ମୁଖ୍ୟ ଅତିଥି ଚାଷ ଉପରେ ସରକାରୀ ସହାୟତା ଉପରେ ଆଲୋଚନା କରିଥିଲେ।ସମ୍ମାନୀତଅତିଥି ତହସିଲଦାର ଶ୍ରୀ ଦାସ ଜୟ ଯବାନ – ଜୟ କିଷାନ କଥା ଉପରେ ଯବାନ ଯେପରି ଆମଦେଶକୁ ସୁରକ୍ଷା ଦେଉଛନ୍ତି,କିଷାନ ସେପରି ଆମକୁ ଖାଦ୍ୟ ଯୋଗାଇ ଦେଉଛନ୍ତି,ଏମାନଙ୍କ ଭୁମିକା ଗୁରୁତ୍ଵପୁର୍ଣ ଉପରେ ବ୍ୟାପକ ବୁଝାଇ ଥିଲେ।କୃଷି ଅଧିଦର୍ଶକ ମମତା ସାହୁ,ନିଳକଣ୍ଠ ପଣ୍ଡା, କିଶୋର ଚନ୍ଦ୍ର ନାୟକ,ସୁଧାନ୍ସୁ ବରାଡ,ଗ୍ରାମ୍ୟ କୃଷି କର୍ମଚାରୀ ଶୁଶାନ୍ତ କୁମାର ରାଉତ,ଆତ୍ମାର ବି ଟି ଏମ ସୁରେନ୍ଦ୍ର ସିଂ କୌରବ,ଏ ଟି ଏମ୍ କେ.ଉଦୟ କୁମାରୀଙ୍କ ସହ ସମସ୍ତ କୃଷକ ସାଥି ସହଯୋଗ କରି ଥିବାବେଳେ ଜୁନାପାଣି ପଞ୍ଚାୟତର ବିଭିନ୍ନ ଗ୍ରାମରୁ ଆସିଥିବା ବହୁ ଚାଷୀ ଉପସ୍ତିତ ରହି ଅକ୍ଷୟ ତୃତିୟା କ୍ରୁଷକ ଦିବସକୁ ଶରସ ସୁନ୍ଦର କରିଥିଲେ ।ଶେଷରେ ଜୁନାପାଣି ସରପଞ୍ଚ ଦୟାନିଧି ଭତ୍ରା ଧନ୍ୟବାଦ ଦେବାପରେ ସଭାପତିଙ୍କ ନିର୍ଦେଶକ୍ରମେ ସଭା ସାଙ୍ଗ କରାଯାଇଥିଲା। ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ସହ ଡାବୁଗାଁ ବ୍ଲକ ପ୍ରତିନିଧି ଜି ବିନୋଦ କୁମାରଙ୍କ ରିପୋର୍ଟ ସଙ୍ଘର୍ଷ ନିୟୁଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More