ନବରଙ୍ଗପୁର (ସଂଘର୍ଷ ମିଡିଆ) : ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ୍ ସଭାଗୃହ ଠାରେ ଶିଶୁ ଅଧିକାର ଓ ସୁରକ୍ଷା , ବାଲ୍ୟ ବିବାହ ନିରାକରଣ , ପୋଷ୍ୟ ସନ୍ତାନ ଗ୍ରହଣ ଓ ଯୌନ ନିର୍ଯ୍ୟାତନା ରୁ ଶିଶୁ ମାନଙ୍କୁ ସୁରକ୍ଷା ଦେବା କ୍ଷେତ୍ରରେ ନବ ନିର୍ବାଚିତ ପଞ୍ଚାୟତ ପ୍ରତିନିଧି ମାନଙ୍କର ଭୂମିକା ଓ ଦାୟିତ୍ଵ ଉପରେ ଆଜି ସଭା ଗୃହରେ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଦ୍ଵାରା ଆୟୋଜିତ ଏହି ଏକ ଦିବସିୟ ତାଲିମ ଶିବିରରେ ବ୍ଲକ ଅଧ୍ୟକ୍ଷା ହେମଲତା ମାଝି ଅଧ୍ୟକ୍ଷତା କରି ବ୍ଲକର ଜଣେବି ଶିଶୁ ଯେପରି ସେମାଙ୍କର ଅଧିକାରରୁ ବଞ୍ଚିତ ନ ହୁଅନ୍ତି ସେ ଉପରେ ସମସ୍ତ ସରପଞ୍ଚ ମାନେ ଦାୟିତ୍ଵବାନ ହୁଅନ୍ତୁ ବୋଲି ନବ ନିର୍ବାଚିତ ପଞ୍ଚାୟତ ପ୍ରତିନିଧି ମାନଙ୍କୁ ଆହ୍ଵାନ ଦେଇଥିଲେ । ପ୍ରାରମ୍ଭରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁରେଶ କୁମାର ପଟ୍ଟନାୟକ ପ୍ରଶିକ୍ଷଣ ଉଦେଶ୍ୟଜ୍ଞାପନ କରିବା ସହିତ ଜିଲ୍ଲାରେ ଶିଶୁ ଅଧିକାର ଓ ସୁରକ୍ଷା ବାଲ୍ୟ ବିବାହ ନିରାକରଣ , ପୋଷ୍ୟ ସନ୍ତାନ ଗ୍ରହଣ ଓ ଯୌନ ନିର୍ଯ୍ୟାତନା ରୁ ଶିଶୁ ମାନଙ୍କୁ ସୁରକ୍ଷା ଦେବା କ୍ଷେତ୍ରରେ ନବ ନିର୍ବାଚିତ ପଞ୍ଚାୟତ ପ୍ରତିନିଧି ମାନଙ୍କର ଭୂମିକା ଓ ଦାୟିତ୍ଵ ବିଷୟରେ ବିଶଦ୍ ଭାବରେ ଆଲୋକପାତ କରିଥିଲେ । ସମ୍ମାନିତ ଅତିଥି ଭାବରେ ପାପଡାହାଣ୍ଡି ଗୋଷ୍ଠି ଉନ୍ନୟନ ଅଧିକାରୀ ରଞ୍ଜିତା ମଲ୍ଲିକ ନିଜର ବ୍ଲକକୁ ଶିଶୁ ଶ୍ରମିକ ଓ ବାଲ୍ୟ ବିବାହ ମୁକ୍ତ ବ୍ଲକ ଭାବରେ ଗଢି ତୋଳିବା ପାଇଁ ନବ ନିର୍ବାଚିତ ପଞ୍ଚାୟତ ପ୍ରତିନିଧି ମାନଙ୍କୁ ନିବେଦନ କରିଥିଲେ । ଅନ୍ୟତମ ଅତିଥି ଭାବରେ ଯୋଗଦେଇ ବ୍ଲକ ଉପାଧ୍ୟକ୍ଷ ସୁଶାନ୍ତ କୁମାର ବେହେରା ନିଜର ବକ୍ତବ୍ୟରେ ସମସ୍ତ ନିର୍ଯ୍ୟାତନା ରୁ ଶିଶୁ ମାନଙ୍କୁ ସୁରକ୍ଷା ଦେବାପାଇଁ ଅନୁରୋଧ କରିଥଲେ । ସାଧନ ବ୍ୟକ୍ତି ଭାବରେ ଅବସର ପ୍ରାପ୍ତ ଶିଶୁ ବିକାଶ ପକଳ୍ପ ଅଧିକାରୀ ତଥା ସମାଜ ସେବୀ ମନୋରମା ମାଝି ଓ ଆକ୍ସନାଏଡ ର ଜିଲ୍ଲା ପରାମର୍ଶ ଦାତା ଫକିର ଚରଣ ରାଉତ ଏହି ଜିଲ୍ଲାରେ ଶିଶୁ ଅଧିକାର ଓ ସୁରକ୍ଷା , ବାଲ୍ୟ ବିବାହ ନିରାକରଣ , ପୋଷ୍ୟ ସନ୍ତାନ ଗ୍ରହଣ ଓ ଯୌନ ନିର୍ଯ୍ୟାତନା ରୁ ଶିଶୁ ମାନଙ୍କୁ ସୁରକ୍ଷା ଦେବା କ୍ଷେତ୍ରରେ ନବ ନିର୍ବାଚିତ ପଞ୍ଚାୟତ ପ୍ରତିନିଧି ମାନଙ୍କର ଭୂମିକା ଓ ଦାୟିତ୍ଵ ଉପରେ ବିଷଦ୍ ଭାବରେ ଆଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବ୍ଲକର ସମସ୍ତ ସରପଞ୍ଚ ଓ ସୁପରଭାଇଜର ମାନେ ଆଲୋଚନାରେ ଅଂଶଗ୍ରହଣ କରି ଶିଶୁ ଜିଲ୍ଲାରେ ଶିଶୁ ଅଧିକାର ଓ ସୁରକ୍ଷା , ବାଲ୍ୟ ବିବାହ ନିରାକରଣ , ପୋଷ୍ୟ ସନ୍ତାନ ଗ୍ରହଣ ଓ ଯୌନ ନିର୍ଯ୍ୟାତନା ରୁ ଶିଶୁ ମାନଙ୍କୁ ସୁରକ୍ଷା ଦେବା କ୍ଷେତ୍ରରେ ନବନିର୍ବାଚିତ ପଞ୍ଚାୟତ ପ୍ରତିନିଧି ମାନଙ୍କର ଭୂମିକା ଓ ଦାୟିତ୍ଵ ଉପରେ ନିଜର ମତାମତ ପ୍ରଦାନ କରିଥିଲେ । ଶେଷରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ର ଲିଗାଲ ପ୍ରୋବେଶନ ଅଫିସର କିଶୋର ଚନ୍ଦ୍ର ମାର୍ଥା ଧନ୍ୟବାଦ ଅର୍ପଣ କରିଥିଲେ । ନବରଙ୍ଗପୁର ଜିଲ୍ଲାରୁ ରବିନାରାୟଣ ମହାନ୍ତି ଙ୍କ ରିପୋର୍ଟ ସଙ୍ଘର୍ଷ ନିୟୁଜ।