ବ୍ଲକ ପ୍ରଶାସନ ସାଜିଛି ନିରବଦ୍ରଷ୍ଟା :ଶୋଚନୀୟ ଅବସ୍ଥାରେ ପଡାଲଗୁଡା ଗ୍ରାମ ମୁଖ୍ୟ ରାସ୍ତା

9

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ): – ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ପଡାଲଗୁଡା ଗ୍ରାମ ପଞ୍ଚାୟତର ପଡାଲଗୁଡା ଗ୍ରାମର ମୂଖ୍ୟ ରାସ୍ତା ମରଣଯନ୍ତା ଏବଂ ଶୋଚନୀୟ ଅବସ୍ଥା ହୋଇପଡ଼ିଛି। ଏହି ଗ୍ରାମର ମୁଖ୍ୟ ରାସ୍ତା ଦୀର୍ଘ ଦିନ ଧରି ମରଣଯନ୍ତା ଅବସ୍ଥାରେ ରହିଛି। ଗ୍ରାମରେ ଯାତାୟାତ କରୁଥିବା ଏହି ରାସ୍ତାରେ ବଡ ବଡ ଗାତ ହୋଇ ପଡ଼ିଛି, ଯାହା ଫଳରେ କି ଚାରି ଚକିଆ ଯାନ ଏବଂ ଦୁଇ ଚକିଆ ଯାନ ଯାତାୟତ କରିବା କଷ୍ଟକର ହୋଇପଡିଥିବା ବେଳେ ଗ୍ରାମବାସୀ ମାନେ ମଧ୍ୟ ଏହି ରାସ୍ତାରେ ଯାତାୟାତ କରିବା କଷ୍ଟକର ହୋଇପଡିଛି। ପଡାଲଗୁଡା ଗ୍ରାମ ନିକଟରେ ଥିବା ଉଚ୍ଚ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ ମାନେ ମଧ୍ୟ ସ୍କୁଲ ଯିବା ଆସିବା ସମୟରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ଦୀର୍ଘ ଦିନ ଧରି ବର୍ଷା ଲାଗିଥିବାରୁ ଏହି ରାସ୍ତାର ଅବସ୍ଥା କହିଲେ ନ ସରେ। ରାସ୍ତାର ମଝିରେ ଏବଂ ଉଭୟ ପାର୍ଶ୍ବରେ ବଡ଼ ଗାତ ରହିଥିବା ହେତୁ ବର୍ଷାପାଣି ଭର୍ତ୍ତି ହୋଇ ପଡ଼ୁଛି। ଯାହାଫଳରେ ପ୍ରବଳ ବର୍ଷା ହେଲେ ଏହି ଗ୍ରାମର ମୁଖ୍ୟ ରାସ୍ତାରେ ଆଣ୍ଠୁଏ ଲେଖାଏଁ ପାଣିରେ ଲୋକେ ଯାତାୟାତ କରୁଥିବା ଦେଖିବାକୁ ମିଳିଛି।ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଜାମ୍ବୁଗୁଡା,ସିଉନୀ,ତୋଣ୍ଡା, ପୁରୁଣା ପାଣିଗୁଡାର ଲୋକେ ଏହି ପଡାଲଗୁଡା ଗ୍ରାମର ମୂଖ୍ୟ ରାସ୍ତା ଉପରେ ଯାତାୟତ କରିବା ନିମନ୍ତେ ନିର୍ଭର କରିଥାନ୍ତି। କିନ୍ତୁ ଏହି ରାସ୍ତା ମରଣଯନ୍ତା ପାଲଟିଛି। ଯାହାଫଳରେ ଏହି ଆଖପାଖ ଅଞ୍ଚଳରେ ବସବାସ କରୁଥିବା ଲୋକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରି କହିଛନ୍ତି। ଭାରତ ସରକାରଙ୍କ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ଏବଂ ରାଜ୍ୟ ସରକାରଙ୍କ ବିଜୁ ପକ୍କା ରାସ୍ତା ଯୋଜନା ମାନ ରହିଥିଲେ ମଧ୍ୟ ଆଜି ଯାଏଁ ଏହି ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ପଡାଲଗୁଡା ଗ୍ରାମର ମୂଖ୍ୟ ରାସ୍ତା ମରାମତି କରାଯାଉନାହିଁ। ଏମିତି କି ଯଦି କୈାଣସି ଗ୍ରାମବାସୀ ଅସୁସ୍ଥ ହେଲେ ଆମ୍ବୁଲାନ୍ସ ମଧ୍ୟ ଆସିବା କଷ୍ଟକର ହୋଇପଡୁଛି।ଏହିପରି ଭାବେ ଏହି ଗ୍ରାମର ମୂଖ୍ୟ ରାସ୍ତା ମରଣଯନ୍ତା ଏବଂ ଶୋଚନୀୟ ଅବସ୍ଥା ହୋଇପଡ଼ିଛି। ଏହି ପଡାଲଗୁଡା ପଞ୍ଚାୟତ ଅଧିନରେ ଥିବା ପଡାଲଗୁଡା ଗ୍ରାମର ମୁଖ୍ୟ ରାସ୍ତା ମରଣଯନ୍ତା ପାଲଟିଥିବା ବିଷୟରେ ନବରଙ୍ଗପୁର ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ , ସ୍ଥାନୀୟ ସରପଞ୍ଚ, ସମିତି ସଭ୍ୟଙ୍କୁ ସ୍ଥାନୀୟ ବାସିନ୍ଦା ମାନେ ଜଣାଇଥିବା ଗ୍ରାମବାସୀ ମାନେ ଅଭିଯୋଗ କରି କହିଛନ୍ତି। କିନ୍ତୁ କୈାଣସି ସୁଫଳ ମିଳୁନାହିଁ ବୋଲି ସ୍ଥାନୀୟ ଗ୍ରାମବାସୀ ମାନେ ନିରାଶ ହୋଇ କହିଛନ୍ତି। ତେବେ ଏହି ପଡାଲଗୁଡା ଗ୍ରାମ ରାସ୍ତା ଦେଇ ଅନେକ ଯାନବାହାନ ଚଳାଚଳ କରୁଛି ଏବଂ ଏହି ରାସ୍ତା ଦେଇ ପାଖ ଆଖି ଅଞ୍ଚଳର ଗ୍ରାମବାସୀ ମାନେ ମଧ୍ୟ ଯାତାୟାତ କରୁଛନ୍ତିି, ଯଦି ଏହି ମରଣଯନ୍ତା ରାସ୍ତା ପାଇଁ କୈାଣସି ଦୁର୍ଘଟଣା ଘଟିଲେ ଦାୟୀ କିଏ ରହିବ ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ଏକ ଚର୍ଚ୍ଚାର ବିଷୟ ପାଲଟିଛି। ନବରଙ୍ଗପୁର ସହରଠୁ ମାତ୍ର ୩ କିଲୋମିଟର ଦୂରରେ ଅବସ୍ଥିତ ଏହି ପଡାଲଗୁଡା ଗ୍ରାମ। ସହରକୁ ଲାଗି ଏହି ପଡାଲଗୁଡା ପଞ୍ଚାୟତ ଏବଂ ଏହି ପଡାଲଗୁଡା ଗ୍ରାମ ଅବସ୍ଥିତ। କିନ୍ତୁ ବ୍ଲକ ପ୍ରଶାସନ ଆଜି ଯାଏଁ କୈାଣସି ପ୍ରକାର ପଦକ୍ଷେପ ଗ୍ରହଣ କରୁ ନ ଥିବା ଜଣାପଡିଛି। ତେବେ ବ୍ଲକ ପ୍ରଶାସନ ନିରବଦ୍ରଷ୍ଟା ସାଜିଛନ୍ତି ବୋଲି ଗ୍ରାମବାସୀ ମାନେ କହିଛନ୍ତି। “ଚେଇଁ ଶୋଇଥିବ ଯିଏ ତାକୁ ଉଠେଇବ କିଏ” ଏହି ଭଳି ଭାବେ ଦୀର୍ଘ ନିଦ୍ରାରେ ବ୍ଲକ ପ୍ରଶାସନ ଶୋଇଥିବା ସ୍ଥାନୀୟ ଗ୍ରାମବାସୀ ମାନେ କହିଛନ୍ତି।ତେବେ କେବେ ଏହି ସରକାରୀ ବାବୁ ମାନଙ୍କ କୁମ୍ଭ ନିଦ୍ରା ଭାଙ୍ଗିବ, ଏବଂ କେବେ ଏହି ପଡାଲଗୁଡା ଗ୍ରାମର ମୁଖ୍ୟ ରାସ୍ତା ମରାମତି ହେବ ତାହା ଏବେ ଦେଖିବାକୁ ବାକି ରହିଲା। ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More