ବ୍ଲକ କାର୍ଯ୍ୟାଳୟ ଭିତରୁ ଫାଇଲ୍‌ ଚୋରି

8

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ବ୍ଲକ କାର୍ଯ୍ୟାଳୟ ଭିତରୁ ଫାଇଲ୍‌ ଚୋରି। ପୁରୀ ସଦର ବ୍ଲକ କାର୍ଯ୍ୟାଳୟରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ। ଦୁଇଜଣ ଦୁର୍ବୁତ୍ତ ଫାଇଲ୍ ଚୋରି କରି ନେଉଥିବାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ମାର୍ଚ୍ଚ ୧୭ ତାରିଖ ଶୁକ୍ରବାର ଦିନ ଏଭଳି ଘଟଣା ଘଟିଥିବା ବେଳେ ବ୍ଲକ କାର୍ଯ୍ୟାଳୟର ସୁରକ୍ଷାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ ବ୍ଲକ୍ କାର୍ଯ୍ୟାଳୟରୁ ଫାଇଲ ଚୋରି ହୋଇଥିବା ନେଇ ସମୁଦ୍ର କୂଳ ଥାନାରେ ଅଭିଯୋଗ କରିଛନ୍ତି ବିଡିଓ ସମ୍ବିତ ଶତପଥୀ। ଗତ ୧୭ ତାରିଖ ସନ୍ଧ୍ୟା ୬ଟା ସମୟରେ ବ୍ଲକ କାର୍ଯ୍ୟଳୟରେ ପସି କିଛ ଦୁର୍ବୁତ୍ତ କେରାଣ୍ଡିପୂର ପଞ୍ଚାୟତର ସହକରୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଦୁଇଟି ଫାଇଲ ଚୋରି କରିଥିବା ଏତଲାରେ ଦର୍ଶାଇଛନ୍ତି ବିଡ଼ିଓ। ତେବେ ଫାଇଲ୍‌ ଚୋରି ହେବାର ୧୩ ଦିନ ପରେ ଅର୍ଥାତ୍ ଗତ ୩୦ ତାରିଖରେ ସମୁଦ୍ର କୂଳ ଥାନାରେ ଅଭିଯୋଗ ହେବା ନେଇ ସନ୍ଧେହ ସୃଷ୍ଟି କରିଛି। ସେପଟେ ସମୁଦ୍ର କୂଳ ଥାନା ପୋଲିସ 87/23ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ମାମଲା ରୁଜୁ ହେବାର ତିନିଦିନ ବିତିଯାଇଥିଲେ ମଧ୍ୟ ଅଭିଯୁକ୍ତମାନଙ୍କୁ ମାନଙ୍କୁ ଧରିବାରେ ପୋଲିସ ସଫଳ ହୋଇ ନାହିଁ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More