ନବରଙ୍ଗପୁର(ସଂଘର୍ଷ ମିଡିଆ ) ; – ଆଜି ନବରଙ୍ଗପୁର ଜିଲ୍ଲା ଡ୍ରାଇଭର ମହାସଂଘର ଆହ୍ଵାନ କ୍ରମେ ତେନ୍ତୁଳିଖୁଣ୍ଟି ବ୍ଲକ୍ ସଭାପତି ହିରାଧର ହିଆଲଙ୍କ ନେତୃତ୍ୱରେ ସଙ୍ଘ ତରଫରୁ ଏକ ଦାବି ସମ୍ବଳିତ ପତ୍ର, ଗୋଷ୍ଟି ଉନ୍ନୟନ ଅଧିକାରୀ ଦୁର୍ଯ୍ୟଧନ ଭୋଇଙ୍କୁ ପ୍ରଦାନ କରାଯାଇଥିଲା। ଦାବି ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ଡ୍ରାଇଭର ମାନଙ୍କ ବିଶ୍ରାମ ପାଇଁ ବିଶ୍ରାମ କକ୍ଷ, ସଭା ପରିଚାଳନା ପାଇଁ କାର୍ଯ୍ୟଳୟ, ନଥିବା ଯୋଗୁ ଅନେକ ଅସୁବିଧା ରେ ସମ୍ମୁଖୀନ ହେଉଛନ୍ତି। ସାମାଜିକ କାର୍ଯ୍ୟ ଯଥା ରକ୍ତ ଦାନ, ଅନାଥ ଏବଂ ଗରିବ ପାଇଁ ଅନ୍ନ ଦାନ, ସହିତ ସ୍ୱେଚ୍ଛାସେଵୀ ଭାବେ ବି କାର୍ଯ୍ୟ କରୁଥିବାରୁ ଏସବୁ କାର୍ଯ୍ୟ କରିବା ପାଇଁ ସରକାରୀ ଜାଗା ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି। ଜାଗା ସପର୍କରେ ବିଡ଼ିଓ ତହସିଲଦାର ଙ୍କ ସହିତ ଆଲୋଚନା କରିବେ, ବୋଲି କହିଛନ୍ତି। ଏଥିରେ ଜିଲ୍ଲା ଡ୍ରାଇଭର ମହାସଂଘର ବ୍ଲକ୍ ସଭାପତି ହିରାଧର ହିଆଲ,ବିପିନ୍ ବାଘ, ବିମଳ ବାଘ,, ସୁବେନ୍ଦ୍ର କର୍କରା, ଜଗେନ୍ଦ୍ର କଚିମ୍, ତ୍ରିନାଥ ମାଝୀ, ପିତାମ୍ୱର ଟାକ୍ରୀ,କବି ସୂର୍ଯ୍ୟ ଟାକ୍ରୀ, ଡମୁ ଜାନୀ, ଅଶୋକ ପଟ୍ଟନାୟକ,ପ୍ରଦୀପ ବିଷୋୟୀ,ସମେତ ୧୫ଟି ପଞ୍ଚାୟତରୁ ଆସିଥିବା ସଙ୍ଘର ପ୍ରତିନିଧି ଓ ଶତାଧିକ ଡ୍ରାଇଭର ଉପସ୍ଥିତ ଥିଲେ । ନବରଙ୍ଗପୁର ଜିଲ୍ଲାରୁ ରଵିନାରାୟଣ ମହାନ୍ତିଙ୍କ ରିପୋର୍ଟ୍ ସଙ୍ଘର୍ଷ୍ ନିୟୁଜ୍।