ବ୍ଲକସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

10

Get real time updates directly on you device, subscribe now.

ନବରଙ୍ଗପୁର/ଡାବୁଗାଁ, (ସଂଘର୍ଷ ମିଡିଆ) : – ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ କାର୍ଯ୍ୟ|ଳୟର ଅଭିଯୋଗ ପ୍ରକୋଷ୍ଠରେ ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ସୋମବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ନବରଙ୍ଗପୁର ଜିଲ୍ଲାପାଳ ଡଃ କମଳ ଲୋଚନ ମିଶ୍ରଙ୍କ ଦ୍ଵାରା ୨୩ ଟି ଅଭିଯୋଗ ର ଶୁଣାଣି କରି ତାର ସମାଧାନ ନିମନ୍ତେ ଜିଲ୍ଲାର ଯେଉଁ ବିଭାଗର ଅଭିଯୋଗ ସେହି ବିଭାଗ ଅଧିକାରୀଙ୍କୁ ସମାଧାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ୨୩ ଟି ଅଭିଯୋଗ ମଧ୍ୟରୁ ୧୩ ଟି ଅଭିଯୋଗ ବ୍ୟକ୍ତିଗତ, ୧୦ ଟି ଅଭିଯୋଗ ଗୋଷ୍ଠୀଗତ ହୋଇଥିବା ବେଳେ ଡାବୁଗାଁରେ ଥିବା ଶବ ବ୍ୟବଚ୍ଛେଦ ଗୃହ ଭଗ୍ନ ଅବସ୍ଥାରେ ଥିବାରୁ ଏହାର ମରାମତି କରିବା, ପୂର୍ତ୍ତ ବିଭାଗ ରାସ୍ତାରୁ ଚିକିଲି ଗ୍ରାମକୁ ଯାଇଥିବା ରାସ୍ତାର ମରାମତି କରାଯିବା, ମେଦନା ଗ୍ରାମର ସରକାରୀ ଉଚ୍ଚ ବିଦ୍ୟାଳୟର ନୂତନ ଶ୍ରେଣୀ ଗୃହ ନିର୍ମାଣ ଓ ବାଳିକା ମାନଙ୍କ ପାଇଁ ଛାତ୍ରୀନିବାସ ନିର୍ମାଣ କରିବା, ଡାବୁଗାଁ ନୂତନ ବସଷ୍ଟାଣ୍ଡରେ ଥିବା ଷ୍ଟଲ ଗୁଡିକୁ ବିଭିନ୍ନ ଦୋକାନୀଙ୍କୁ ପ୍ରଦାନ କରିବା, ଘୋଡାଖୁଣ୍ଟା ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାନୀୟଜଳ ଯୋଗାଣ ର ସୁବିଧା କରିବା, ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମରାମତି ଓ ନୂତନ କଲ୍ୟାଣୀ ମଣ୍ଡପ ନିର୍ମାଣ କରିବା, ମେଣ୍ଡ୍ରା ଗ୍ରାମ ନିକଟରେ ଚାଲିଥିବା ଭାରତମାଳା ପ୍ରକଳ୍ପ ରେ ରାସ୍ତାକାର୍ଯ୍ୟ ୩/୪ ମାସ ବନ୍ଦ କରିବା, କେନ୍ଦୁପତ୍ର ବନାଞ୍ଚଳ କାର୍ଯ୍ୟ|ଳୟ ପଛପଟେ ଥିବା ବଡ ବଡ ଗଛ ଗୁଡିକ ପବନରେ ଭାଙ୍ଗି ଯାଇ ସେଠାରେ ରହୁଥିବା ଲୋକଙ୍କ ଘର ଉପରେ ପଡି କ୍ଷତି ଘଟୁଛି, ଉକ୍ତ ଗଛ ଗୁଡିକ କାଟିବା ଓ ବିଦ୍ୟୁତ ଖୁଣ୍ଟ ପୋତାଯାଇ ବିଦ୍ୟୁତ ଯୋଗାଣ କରିବା, ବିଜୁଗୁଡା ଗ୍ରାମ ରାସ୍ତା ମରାମତି କରିବା ଓ ଗିର୍ଲିଗୁଡା ପ୍ରାଥମିକ ବିଦ୍ୟାଳୟର ଜମି ପଟ୍ଟା ପ୍ରଦାନ କରିବା ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଥିଲା | ଏହାସହ ଦିବ୍ୟାଙ୍ଗ ୧ ଜଣ ଙ୍କୁ ହୁଇଲ ଚେୟାର ଓ ୧୧ ଜଣଙ୍କୁ ମଧୁବାବୁ ପେନସନ ଯୋଜନାରେ ଭତ୍ତା ଜିଲ୍ଲାପାଳ ଙ୍କ ଦ୍ଵାରା ପ୍ରଦାନ କରାଯାଇଥିଲା | ଏଥିରେ ନବରଙ୍ଗପୁର ଆରକ୍ଷୀ ଅଧିକ୍ଷକ ଏସ. ସୁଶ୍ରୀ, ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତୋ, ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅନ୍ୟା ଦାସ, ଉପଜିଲ୍ଲାପାଳ ଦୂର୍ଯ୍ୟଧନ ଭୋଇ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ପାତ୍ର , ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ନୀଳମଣି ଦିଲ୍ଲୀପଚାନ୍ଦ ବେହେରା, ଜିଲ୍ଲା ପଞ୍ଚାୟତ ଅଧିକାରୀ ଶିଶିର କୁମାର ପାଣି, ଜିଲ୍ଲା ମଙ୍ଗଳ ଅଧିକାରୀ ପାଲକା ରବୀନ୍ଦ୍ର, ଜିଲ୍ଲା ସୂଚନା ଓ ଜନସମ୍ପର୍କ ଅଧିକାରୀ ହଳଧର ନିହାଲ, ଜିଲ୍ଲା ଯୋଗାଣ ଅଧିକାରୀ ସଞ୍ଜୀବ ସାହୁ, ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ, ଡାବୁଗାଁ ବିଡିଓ ଶରତ ମାଝି, ତହସିଲଦାର କୃଷ୍ଣ ଚନ୍ଦ୍ର ଦାସ, ସିଡିପିଓ ଗୀତାଞ୍ଜଳି ମହାରଣା, ଡାବୁଗାଁ ବନାଞ୍ଚଳ ଅଧିକାରୀ ସେତୁରଞ୍ଜନୀ ଗମାଙ୍ଗ, ଏବିଡିଓ ପଦ୍ମନାଭ ତ୍ରିପାଠୀ, ପୂର୍ତ୍ତ ବିଭାଗ କନିଷ୍ଠ ଯନ୍ତ୍ରୀ ହରେକୃଷ୍ଣ ରାଉତ, ଭାରପ୍ରାପ୍ତ ବ୍ଲକ ପ୍ରାଣୀ ଚିକିତ୍ସାଧିକାରୀ ସାରସ୍ଵତ ସାହୁ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଯତୀନ ପାଣିଗ୍ରାହୀ, ବନପାଳ ଉମାକାନ୍ତ ପଟ୍ଟନାୟକ, ଜଳ ଓ ପରିମଳ ବିଭାଗ କନିଷ୍ଠ ଯନ୍ତ୍ରୀ ଶ୍ୟାମସୁନ୍ଦର ବେସ୍ରା ଓ ଜିଲ୍ଲା ଏବଂ ବ୍ଲକର ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ | ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ସହ ଡାବୁଗାଁ ପ୍ରତିନିଧି ଜି ବିନୋଦ କୁମାରଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More