ବ୍ରାହ୍ମଣ ସୀତାପୁର ଗ୍ରାମରେ ଠାକୁରାଣୀ ପର୍ବ ପାଳିତ

10

Get real time updates directly on you device, subscribe now.

ଗଜପତି(ସଂଘର୍ଷ ମିଡିଆ) : -ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଉପକଣ୍ଠସ୍ଥ ବ୍ରାହ୍ମଣ ସୀତାପୁର ଗ୍ରାମରେ ଠାକୁରାଣୀ ଯାତ୍ରା ମହାଆଡ଼ମ୍ବରରେ ଆରମ୍ଭ ହୋଇଛି । ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ୯ ଦିନ ଧରି ଏହି ଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ ପ୍ରତିଦିନ ବିଭିନ୍ନ ସାସ୍କୃତିକ କାର୍ଯ୍ୟକ୍ରମ ମଧ୍ଯ ପରିବେଷଣ ହେଉଅଛି । ସୋମବାର ମଧ୍ଯରାତ୍ରିରେ ଗାଁର ଗ୍ରାମଦେବୀ ମା ସୀତାପୁରୀଆଣି, ମା ଜଗନ୍ନାଥପୁରୀଆଣି ଓ ମା ଗୋପାଳପୁରୀଆଣିଙ୍କୁ ବାଣ, ବାଜା ଓ ପଟୁଆର ସହ ଆବାହନ କରି ଆଣିବା ପରେ ଗ୍ରାମ ମଧ୍ଯରେ ନିର୍ମିତ ଅସ୍ଥାୟୀ ମନ୍ଦିରରେ ସ୍ଥାପନ କରାଯାଇଥିଲା । ଆଜି ପ୍ରଥମ ଦିବସରେ ତିନି ଠାକୁରାଣୀ ଗ୍ରାମ ପରିକ୍ରମା କରିଥିଲେ। ପ୍ରତି ୫ବର୍ଷରେ ଅନୁଷ୍ଠିତ ହେଉଥିବା ଏହି ଯାତ୍ରାରେ ବହୁ ସଂଖ୍ଯାରେ ଲୋକ ଯୋଗଦେଇ କୋଳାହଳମୟ ସ୍ରୁଷ୍ଟି ହୋଇଛି । ଆଖପାଖ ଗାଁରୁ ଭକ୍ତମାନଙ୍କ ସହ ସୁଦୂର ହାଇଦ୍ରାବାଦ, ଚେନ୍ନାଇ, ମହାରାଷ୍ଟ୍ର ଆଦି ସ୍ଥାନରୁ ଲୋକମାନେ ଯୋଗ ଦେଇଛନ୍ତି। ଗ୍ରାମରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି।ଗ୍ରାମବାସୀ ଏହି କାର୍ଯ୍ୟକ୍ରମରେ ମିଳିତ ହେବା ସହ ସହଯୋଗ ମଧ୍ୟ କରୁଛନ୍ତି। ଗଜପତିରୁ ବିବେକାନନ୍ଦ ବେହେରାଙ୍କ ରିପୋର୍ଟ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More