ବ୍ରାହ୍ମଣଝରିଲୋ ସରକାରୀ ବିଦ୍ୟାଳୟର ୧୯୮୬ ବ୍ୟାଚ ଛାତ୍ର ଛାତ୍ରୀ ମାନଙ୍କ ବନ୍ଧୁମିଳନ

11

Get real time updates directly on you device, subscribe now.

କଟକ(ସଂଘର୍ଷ ମିଡିଆ) : – କଟକ ଜିଲ୍ଲା ବାରଙ୍ଗ ବ୍ଲକ ଅନ୍ତର୍ଗତ ବ୍ରାହ୍ମଣଝରିଲୋ ସରକାରୀ ନୋଡାଲ ବିଦ୍ୟାଳୟ 1986 ବ୍ୟାଚ ଛାତ୍ର ଛାତ୍ରୀମାନଙ୍କ ବନ୍ଧୁ ମିଳନ ଆମ୍ରପଲ୍ଲୀ ରିସର୍ଟସରେ ଅନୁଷ୍ଠିତ ହୋଇଥିଲା।70ଜଣ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରୁ 50 ଜଣ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ।କିଛି ବନ୍ଧୁ ବିଦେଶ ରେ ଅଛନ୍ତି ଓ କିଛି ବନ୍ଧୁ ଆର ପାରିକୁ ଚାଲି ଯାଇଛନ୍ତି। ସବୁ ବନ୍ଧୁମାନେ ଆର ପାରିରେ ଥିବା ବନ୍ଧୁଙ୍କ ପାଇଁ ଦୁଇ ମିନିଟ ପାଇଁ ନିରବ ପାର୍ଥନା କରିଥିଲେ।ଆର ପାରି ରେ ବିଶ୍ୱଜିତ ଜେନା,ମୁକୁନ୍ଦ ଭୋଇ,ଆଲ୍ହାଦିନ ମହାନ୍ତି,ମହମ୍ମଦ ଇଷାକ, ଜ୍ଞାନରଞ୍ଜନ ପତି, ବିରଞ୍ଚି ଦାସ,ମିନୁ ସେଠି ।ନିଜ ନିଜ ମଧରେ ଏକାଠି ପାଇ ଖୁସି ହୋଇଥିଳେ, ସ୍କୁଲ ବେଳର କଥା ମାନେ ପକାଇଥିଲେ। ଗୁରୁଜୀଙ୍କ ଚାଟ ଓ ଆଶ୍ରିବାଦ ସେମାନଙ୍କୁ ଶୃଙ୍ଖଳା ଓ ଭଲ ମଣିଷ ଗଢି ତୋଳିଛି। ଡିସେମ୍ବର ମାସରେ ଗେଟ ଟୁଗେଦର କାର୍ଯ୍ୟକ୍ରମରେ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ସାମିଲ କରି ଆଶୀର୍ବାଦ ଭିକ୍ଷା କରିବେ।ଖାଦ୍ୟପେୟର ବ୍ୟବସ୍ଥା କରାଯାଇଥିଲା।ଏକ ସାଂସ୍କୃତିକ କାର୍ଯ୍ୟକ୍ରମରେ ସମସ୍ତେ ନାଚିଥିଲେ।ଶେଷରେ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କରଥିଲେ।କଟକ ଜିଲ୍ଲା ଗ୍ରାମାଞ୍ଚଳରୁ ସନ୍ତୋଷ ପ୍ରଧାନଙ୍କ ରିପୋର୍ଟ ସଂଘର୍ଷ ନିଉଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More