ବ୍ରାଉନ ସୁଗାର ଜବତ , ୧ ଗିରଫ

11

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ ) : – ପୁରୀ ଜିଲ୍ଲା ଅବକାରୀ ଅଧିକ୍ଷକ ଶ୍ରୀଯୁକ୍ତ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦେଶ କ୍ରମେ ପୁରୀ ଜିଲ୍ଲା ସଦର ରେଞ୍ଜ ନିରୀକ୍ଷକ ମାନସୀ ସାହୁଙ୍କ ନେତୃତ୍ୱରେ ଏକ ଟିମ ମେରାଇନଥାନା ଅଧୀନ, ହୋଟେଲ ତୋଷାଳୀ ସମ୍ମୁଖ ରାସ୍ତାରେ ଚଢ଼ାଉକରି ସନୋଜ ବେହେରା ,ବୟସ -୨୬ବର୍ଷଙ୍କୁ ଗିରଫ କରି ତାଙ୍କ ଠାରୁ ୭୦ଗ୍ରାମ ବ୍ରାଉନ ସୁଗାର (ହେରୋଇନ ) ଜବତ କରିଛନ୍ତି । ପୁରୀ ଜିଲ୍ଲା ସଦର ରେଞ୍ଜର କେସ ନଂ -୭୨/22-23 ରୁଜୁ କରି କୋର୍ଟ ଚାଲାଣ କରି ଜାମିନ ନାମଞ୍ଜୁର ହେବାରୁ ପୁରୀ କାରାଗାରକୁ ପଠାଯାଇଛି । ଜବତ ବ୍ରାଉନ ସୁଗାରର ମୂଲ୍ୟ ପ୍ରାୟ ୭,୦୦,୦୦୦/-ଟଙ୍କାରୁ ଉର୍ଦ୍ଧ ହେବ । ଏହି ଚଢ଼ାଉରେ ଅବକାରୀ ଉପନିରିକ୍ଷକ ଶ୍ରୀ ରଙ୍କନିଧି ମଲ୍ଲିକ, ବିନୋଦ କୁମାର ବାସ୍କେ,ନାରାୟଣ ବେହେରା, ସ୍ୱଂପ୍ରଞ୍ଜା ଶୁଭଦର୍ଶିନୀ ,ASI ସନ୍ତୋଷ କୁମାର ନାୟକ ,ପୁନଚନ୍ଦ୍ର ନାୟକ,ଏବଂ କର୍ମଚାରୀ ସଞ୍ଜୀବ ହସ୍ତୀ, ରୀତାରାଣୀ ସେଠୀ, ଏସ .କେ ୱରିସ,ଅଭିଜିତ ପ୍ରଧାନ,ଆଶିଷ ପ୍ରଧାନ ପ୍ରମୁଖ ସାମିଲ ଥିଲେ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More