ଗଜପତି(ସଂଘର୍ଷ ମିଡିଆ) : – – ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ବ୍ରହ୍ମପୁର ସମବାୟ କେନ୍ଦ୍ର ବ୍ୟାଙ୍କ ଲିଃ ବ୍ୟାଙ୍କର ସମ୍ମୁଖରେ ଉକ୍ତ ସମବାୟ ବ୍ୟାଙ୍କ କର୍ମଚାରୀମାନେ ଧାରଣା ଦେଇଥିବାର ଦେଖିବାକୁ ମିଳିଛି। ଅଲ ଓଡ଼ିଶା ସେଣ୍ଟରଲ କୋପରେଟିଭ ଏମ୍ପଲୋଇ ମାନଙ୍କ ପକ୍ଷରୁ ତିନିଦିନିଆ ଧର୍ମଘଟ କରିଥିବାର ଦେଖିବାକୁ ମିଳିଛି।ରାଜ୍ୟ ସମବାୟ ବ୍ୟାଙ୍କ କର୍ମଚାରୀଙ୍କ ଆହ୍ୱାନ କ୍ରମେ ପାରଳାଖେମୁଣ୍ଡିର ବି ସି ସି ବ୍ୟାଙ୍କ ସମ୍ମୁଖରେ କର୍ମଚାରୀ ଆନ୍ଦୋଳନ କରାଯାଇଥିବା ଦେଖିବାକୁ ମିଳିଛି। ବି ସି ସି ବ୍ୟାଙ୍କ ନିୟମରେ ସଂଶୋଧନ, ପେନସନ କର୍ପସ ଫଣ୍ଡର କାର୍ଯ୍ୟକାରୀ, 7ମ ପେ କମିଶନସ ଲାଗୁ କରି ଏରିଅର 2016ରୁ ଲାଗୁ କରିବା ଇତ୍ୟାଦି ଦାବି ଗୁଡିକ ରହିଛି। ଗଜପତି ରୁ ବିବେକାନନ୍ଦ ବେହେରା