ବ୍ରହ୍ମଚାରି ସତ୍ୟ ଚୈତନ୍ୟଙ୍କ ତତ୍ଵବଧାନରେ ସାତ ଦିନ ଧରି ଭାଗବତ କାର୍ଯ୍ୟକ୍ରମ ଅନୁଷ୍ଠିତ

26

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ ) : — ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ବାବୁରିଆ ଗ୍ରାମରେ ତା୧୮/୪ ରୁ ତା୨୪ ତାରିଖ ପର୍ଯ୍ୟନ୍ତ ସାତ ଦିନ ବ୍ୟାପି ଭାଗବତ କାର୍ଯ୍ୟକ୍ରମ ଚାଲୁ ରହି ପୁର୍ନାହୁତି ହୋଇ ଯାଇଛି। ଭାଗବତ ପାରାୟଣ ରେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଭକ୍ତ ମାନେ ଭାଗବତ ରସାମ୍ରୁତ ପାନ କରିବା ପାଇଁ ବହୁ ଦୂର ଦିରାନ୍ତରୁ ଆସି ରାତ୍ରି ୧୦ ଘଣ୍ଟା ପର୍ଯ୍ୟନ୍ତ ରହି ପ୍ରସାଦ ସେବନ କରି ନିଜ ଘରକୁ ଫେରିଥାନ୍ତି।ଜଗନ୍ନାଥ ସେବା ସମିତି ଜମାଦାରପଡା ଆନୁକୁଲ୍ୟରେ ଉକ୍ତ କାର୍ଯ୍ୟକ୍ରମ ର୍ ପ୍ରଥମ ଦିନରେ କଟକ ବିଡାନାସୀ ଆଶ୍ରମରୁ ବ୍ରହ୍ମ ଚାରି ସତ୍ୟ ଚୈତନ୍ୟ ସ୍ୱାମୀଜୀ ବାବୁରିଆ ଗ୍ରାମରେ ପଦାର୍ପଣ କରି ସ୍ୱାମୀଜୀଙ୍କ ସହଯୋଗୀ ସଞ୍ଜୟ କୁମାର ଦାସ, ଶୁଭେନ୍ଦ୍ର ବିଶ୍ୱାଳ, ବାବୁ ଶତପଥି,ଅଚ୍ୟୁତ ଭାଇ ଓ ସୁରେଶ ଭାଇ ପ୍ରମୁଖ ଙ୍କ ସହଯୋଗ ରେ କମିଟି ସହାୟତାରେ ସରସ ସୁନ୍ଦର ହୋଇ ଥିଲା।ପରାୟଣ ର ସପ୍ତମ ଦିନରେ ଶ୍ରଦ୍ଧାଳୁ ଭକ୍ତ ରମେଶ ଚନ୍ଦ୍ର ଚୈ।ହାନଙ୍କ ସଭାପତିତ୍ଵରେ ପାରାୟଣ କାର୍ଯ୍ୟ କ୍ରମ ହୋଇ ଥିବା ବେଳେ ରାଜେନ୍ଦ୍ର ଖମାରିଙ୍କ ଦ୍ୱାରା ଏକ ଭକ୍ତି ସଂଗୀତ ସମସ୍ତଙ୍କୁ ବେଶ ଖୁବ ଆନନ୍ଦ ଦେଇ ଥିଲା।ସପ୍ତମ ଦିନରେ ପ୍ରଭୁ ଶ୍ରୀ କୃଷ୍ଣ ଙ୍କ ଜନ୍ମ ବ୍ରୁତାନ୍ତ ଆଲୋଚନା ରହି ଥିବା ବେଳେ ଉକ୍ତ ଗ୍ରାମର ଛୋଟ ଛୋଟ ଝିଅ ମାନଙ୍କ ଦ୍ୱାରା କୃଷ୍ଣ ଲୀଳା ଏକ କାର୍ଯ୍ୟକ୍ରମ ପ୍ରଦର୍ଶନ ଭକ୍ତ ମାନଙ୍କୁ ବେଶ ଆକର୍ସିତ କରି ଥିଲା।ସତେ ଯେପରି ଏଇ ଗ୍ରାମରେ ପ୍ରଭୁ ଶ୍ରୀ କୃଷ୍ଣ ଲୀଳା କରୁଛନ୍ତି।ତିନି ହଜାରରୁ ଉର୍ଦ୍ଧ ଶ୍ରଦ୍ଧାଳୁ ଭକ୍ତ ଗହଳି ଦେଖା ଯାଇ ଥିଲା।ପୁର୍ନାହୁତି ଦିବସରେ ନବମ ଶ୍ରେଣୀ ରୁ ଯୁକ୍ତ ୩ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ବରିଷ୍ଠ ବିଭାଗ ଓ ସଷ୍ଟ ରୁ ଅଷ୍ଟମ ଶ୍ରେଣୀ ଛାତ୍ର ଛାତ୍ରୀ ଙ୍କୁ ନେଇ କନିଷ୍ଠ ବିଭାଗ କରାଯାଇ ପୂରଣ ପରୀକ୍ଷା ପ୍ରତିଯୋଗିତା ଅନୁଷ୍ଠିତ ହୋଇ ପ୍ରଥମ,ଦ୍ୱିତୀୟ,ତୃତୀୟ ମନୋନୀତ କରାଯାଇ ଥିଲା। ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ ଯୋଗ ଦେଇଥିବା ବେଳେ କମିଟି ତରଫରୁ ସ୍ୱାଗତ କରି ପୁଷ୍ପ ମାଲ୍ୟ ପ୍ରଦାନ କରି ମଞ୍ଚ ନିକଟକୁ ପାଛୋଟି ନେଇ ଉତରିୟ ପ୍ରଦାନ କରି ଥିଲେ।ବରିଷ୍ଠ ବିଭାଗ କୃତି ଛାତ୍ର/ ଛାତ୍ରୀ ମାନଙ୍କ ମଧ୍ୟରୁ ପୁଷ୍ପ। ଗୋପାଲ(ପ୍ରଥମ),ଦେବକୀ ପ୍ରଧାନୀ(ଦ୍ୱିତୀୟ),ମାଧବ ସିରା(ତୃତୀୟ) ଏବଂ କନିଷ୍ଠ ବିଭାଗ କୃତି ଛାତ୍ର୍/ଛାତ୍ରୀ ମାନଙ୍କ ମଧ୍ୟରୁ ପୁର୍ଣ ଚନ୍ଦ୍ର ନାୟକ(ପ୍ରଥମ),ବାବୁଲ ମର୍କାମ(ଦ୍ୱିତୀୟ),ନବ କିଶୋର ମର୍କାମ(ତୃତୀୟ),ଏମାନଙ୍କୁ ମୁଖ୍ୟ ଅତିଥି ଙ୍କ ଦ୍ୱାରା ପୁର ସ୍କ୍ରୁତ କରା ଯାଇଥିଲା।ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ଥିବା ଛାତ୍ର ଛାତ୍ରୀ ମାନଙ୍କୁ ମଧ୍ୟ ପୁରସ୍କ୍ରୁତ କରା ଯାଇଥିଲା।ବ୍ରହ୍ମ ଚାରି ସ୍ୱାମୀଜୀ ଙ୍କ ତତ୍ଵାବଧାନ ରେ ଜ୍ଞାନୀ ଗୁଣି ପଣ୍ଡିତ ବର୍ଗ ଓ ମାଁ ମାଉସୀ, ଗୁରୁଜନ ସମସ୍ତଙ୍କ ସହ ହରିବୋଲ ହୁଳହୁଳି,କରତାଳି ସହିତ ନାମ ସଙ୍କିର୍ତନ ର ଆସର ବେଶ ଭକ୍ତିମୟ ପରିବେଶ ସୃଷ୍ଟି କରି ସମସ୍ତ ଶ୍ରଦ୍ଧାଳ ଭକ୍ତ ଙ୍କୁ ଆନନ୍ଦିତ ପ୍ରଦାନ କରୁଥିଲା।ପ୍ରତି ଦିନ ସନ୍ଧ୍ୟାରେ ଭାଗବତ ପାରାୟଣ କୁ ପଣ୍ଡିତ ସୁରେଶ ପଣ୍ଡା,ଜଗନ୍ନାଥ ଶତପଥୀ,ରମେଶ ଚନ୍ଦ୍ର ଚୈ।ହାନ, ବିଜୟ ଚନ୍ଦ୍ର ଦଳେଇ,ବିଜୟାନନ୍ଦ ସଉରି,ଶ୍ୟାମ ସୁନ୍ଦର ସୁନାନି,ଚମୁରୁ ନାୟକ,ମୋହନ ପ୍ରଧାନୀ,କୁଶ ମର୍ଜାମ୍,ସୁରେନ୍ଦ୍ର ସମରଥ,ମୋତି ଧର ମର୍ଜାମ ଓ ରାଜ କୁମାର ସୋରି ପ୍ରମୁଖ ଗ୍ରାମର ଯୁବ ଗୋଷ୍ଟି ପୁର୍ଣ ମାତ୍ରାରେ ସହଯୋଗ କରି ପାରାୟଣ ପ୍ରତ୍ୟେକ ସନ୍ଧ୍ୟାରେ ସରସ ସୁନ୍ଦର ହୋଇ ପୂର୍ଣାହୁତି ସମାପନ ହୋଇ ଥିଲା। ନବଏଅଙ୍ଗପୁର ଜିଲ୍ଲାରୁ ରବିନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିୟୁଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More