ବ୍ରହ୍ମଚାରି ସତ୍ୟ ଚୈତନ୍ୟଙ୍କ ତତ୍ଵବଧାନରେ ସାତ ଦିନ ଧରି ଭାଗବତ ପାରାୟଣ ଅନୁଷ୍ଠିତ

28

Get real time updates directly on you device, subscribe now.

ନବରଙ୍ଗପୁର (ସଂଘର୍ଷ ମିଡିଆ ) : — ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ବାବୁରିଆ ଗ୍ରାମରେ ସାତ ଦିନ ବ୍ୟାପି ଭାଗବତ କାର୍ଯ୍ୟକ୍ରମ ଚାଲୁ ରହିଛି।ପ୍ରତେହ୍ ସୂର୍ଯ୍ୟ ପୂଜା,ଗୋ ପୂଜା,ଘ୍ରୁତ ଯଜ୍ଞ, ଜ୍ଞାନ ଯଜ୍ଞ,ଅର୍ଣ୍ଣ ଯଜ୍ଞ ଏଥି ସହିତ ଭାଗବତ ପାରାୟଣ ହେଉଅଛି। ମାତୃ ପିତୃ ପୂଜନ,ହରି ହାଟ, ଗ୍ରନ୍ଥ ପରିକ୍ରମା ବିଭିନ୍ନ ସଂସ୍କାର ମୂଳକ କାର୍ଯ୍ୟକ୍ରମ ର ବ୍ୟବସ୍ତା କରାଯାଇ ଥିବା ଜଣା ପଡିଛି।ଉକ୍ତ କାର୍ଯ୍ୟକ୍ରମ ତା୧୮/୪ ରୁ ଆରମ୍ଭ ହୋଇ ତା୨୪/୪ ରେ ପୁର୍ନାହୁତି ହେବାକୁ ଥିବାରୁ ଏ ଆଞ୍ଚଳ ର ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଯୋଗ ଦେଇ ଭାଗବତ ପାରାୟଣ କଥା ଶ୍ରବଣ କରି ଆତ୍ମ ସନ୍ତୋଷ ପାଉଥିବା ଜଣା ପଡିଛି।ଜଗନ୍ନାଥ ସେବା ସମିତି ଜମାଦାରପଡା ଆନୁକୁଲ୍ୟରେ ଉକ୍ତ କାର୍ଯ୍ୟକ୍ରମର ପ୍ରଥମ ଦିନରେ କଟକ ବିଡାନାସୀ ଆଶ୍ରମରୁ ବ୍ରହ୍ମ ଚାରି ସତ୍ୟ ଚୈତନ୍ୟ ସ୍ୱାମୀଜୀ ବାବୁରିଆ ଗ୍ରାମରେ ପଦାର୍ପଣ କରି ଅର୍ସ୍ଵ ଯଜ୍ଞ ସ୍ୱାମୀଜୀଙ୍କ ଦ୍ୱାରା ଅନୁଷ୍ଠିତ ହୋଇ ଥିଲା।ଦ୍ୱିତୀୟ ଦିନରେ ବ୍ରହ୍ମ ଚାରି ସ୍ୱାମୀଜୀଙ୍କ ତତ୍ଵାବଧାନ ରେ ଜ୍ଞାନୀ ଗୁଣି ପଣ୍ଡିତବର୍ଗ ଓ ମା ମାଉସୀ,ଗୁରୁଜନ ସମସ୍ତଙ୍କ ସହ ହରିବୋଲ ହୁଳହୁଳି ସହିତ ନାମ ସଙ୍କିର୍ତନ କରି ଗ୍ରାମର ମାଟି ଦେବତା,ଠାକୁରାଣୀ ମନ୍ଦିର ଏବଂ ଶିବ ମନ୍ଦିରରେ ପୁଜାର୍ଚନା କରାଯାଇ ଥିଲା। ତୃତୀୟ ଦିନରେ ଗ୍ରାମର ଯୁବ ଗୋଷ୍ଟି ମାନଙ୍କ ଦ୍ଵାରା ଗ୍ରାମର ଚତୁର୍ଦ୍ଦିଗସ୍ଥ ରାସ୍ତା ନଳକୂପ ଏବଂ ଗ୍ରାମର ସମସ୍ତ ଦେବା ଦେବି ମନ୍ଦିର ପରିବେଶକୁ ସଫା ସୁତୁରା କରିଥିଲେ।ସନ୍ଧ୍ୟାରେ ଭାଗବତ ପାରାୟଣକୁ ପଣ୍ଡିତ ସୁରେଶ ପଣ୍ଡା,ଜଗନ୍ନାଥ ଶତପଥୀ,ରମେଶ ଚନ୍ଦ୍ର ଚଉହାନ,ବିଜୟ ଚନ୍ଦ୍ର ଦଳେଇ,ବିଜୟାନନ୍ଦ ସଉରି,ଶ୍ୟାମ ସୁନ୍ଦର ସୁନାନି,ଚମୁରୁ ନାୟକ, ମୋହନ ପ୍ରଧାନୀ,କୁଶ ମର୍ଜାମ୍,ସୁରେନ୍ଦ୍ର ସମରଥ,ମୋତି ଧର ମର୍ଜାମ ଓ ରାଜ କୁମାର ସୋରି ପ୍ରମୁଖ ଗ୍ରାମର ଯୁବ ଗୋଷ୍ଠୀ ପୁର୍ଣ ମାତ୍ରାରେ ସହଯୋଗ କରି ପାରାୟଣ ପ୍ରତ୍ୟେକ ସନ୍ଧ୍ୟାରେ ସରସ ସୁନ୍ଦର ହୋଇ ଚାଲିଛି। ନବରଙ୍ଗପୁର ଜିଲ୍ଲାରୁ ରବିନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିୟୁଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More