ବୌଦ୍ଧ(ସଂଘର୍ଷ ମିଡିଆ ) : ବୌଦ୍ଧ ସହରର ବିଭିନ୍ନ ସ୍ଥାନରେ ରାସ୍ତା ଅବରୋଧ କରିଥିବା ସ୍ଥାନ ଗୁଡିକୁ ଚିହ୍ନଟ କରାଯାଇ ଉଛେଦ କରାଯିବ l ବିଶେଷ କରି ସହରର ମୁଖ୍ୟ ରାସ୍ତାରେ ଏହି ଉଛେଦ ପ୍ରକ୍ରିୟା ପ୍ରଥମେ କରାଯିବ l ଏଥିପାଇଁ ପୂର୍ତ୍ତ ବିଭାଗ, ତହସିଲ, ଏନ. ଏ. ସି., ପୋଲିସ ଅଧିକାରୀ ଏବଂ କର୍ମଚାରୀଙ୍କୁ ନେଇ ଟିମ ଗଠନ କରାଯିବ l ପାର୍କିଂ ସ୍ଥାନ ନିରୂପଣ ପାଇଁ ତହସିଲଦାର ଏବଂ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଛି l ପୂର୍ତ୍ତ ବିଭାଗ ଅଧିକାରୀଙ୍କୁ ବିଭିନ୍ନ ସ୍ଥାନରେ ନୋ ପାର୍କିଂ ବୋର୍ଡ଼ ଲଗାଇବା ପାଇଁ ଦାୟିତ୍ୱ ଦିଆଯାଇଛି l ହାତୀଶାଲ ଛକ ଠାରୁ ରଇ ଠାଣି, ବାଘଗୁଡା ଛକଠାରୁ ୱlୟର ଲେସ ଛକ ପର୍ଯ୍ୟନ୍ତ ଏହି ଦୁଇଟି ସ୍ଥାନ ଚିହ୍ନଟ କରାଯାଇ ରାସ୍ତା ପ୍ରଶସ୍ତିକରଣ କରାଯିବl ପାଇଁ ଏକ ପ୍ରସ୍ତୁତି ବୈଠକ ଜ଼ିଲ୍ଲାପାଳ, ବୌଦ୍ଧ ଶ୍ରୀ ଲଲାଟେନ୍ଦୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ଜ଼ିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇ ଯାଇଛି l ବୌଦ୍ଧ ସହରକୁ ସୌନ୍ଦର୍ଯ୍ୟ କରଣ ପାଇଁ ବିଭିନ୍ନ ବିଷୟରେ ଆଲୋଚନା କରାଯାଇଥିଲା l ଉକ୍ତ ବୈଠକରେ ଅତିରିକ୍ତ ଜ଼ିଲ୍ଲାପାଳ ବବିତାରାଣୀ ଦଳବେହେରା, ପି. ଡି. ଡି. ଆର. ଡି. ଏ. ଅଶ୍ୱିନୀ କୁମାର ମେହେର, କାର୍ଯ୍ୟ ନିର୍ବାହୀ ଅଧିକାରୀ ଇଂ. ମନୋରଞ୍ଜନ ପଣ୍ଡା, ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାର ସିଂହ, ଅଧ୍ୟକ୍ଷ, ଏନ. ଏ. ସି. ମୃତ୍ୟୁଞ୍ଜୟ ମିଶ୍ର, ପୂର୍ତ୍ତ ବିଭାଗ, ଉଦ୍ୟାନ ବିଭାଗ, ଜଳ ବିଭାଜିକା ପ୍ରକଳ୍ପ ଅଧିକାରୀ, ଜ଼ିଲ୍ଲା ସଂସ୍କୃତି ଅଧିକାରୀ ଶୁକୃ ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ lବୌଦ୍ଧରୁ ଉଗ୍ରସେନ କର୍ମୀଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ l