ବୌଦ୍ଧ(ସଂଘର୍ଷ ମିଡିଆ ) : ବୌଦ୍ଧ ସହରସ୍ଥିତ ସଂସ୍କୃତି ଭବନ ପରିଦର୍ଶନ କରିଛନ୍ତି ଜିଲ୍ଲା ସଂସ୍କୃତି ଅଧିକାରୀ ଶୁକ୍ରୁ ସ୍ୱାଇଁ l କରୋନା ମହାମାରୀ ପାଇଁ ଦୁଇବର୍ଷ ହେଲା ବନ୍ଦ ଥିଲା ଏହି କାର୍ଯ୍ୟାଳୟ l ତେଣୁ ଏହାର ଉନ୍ନତି ପାଇଁ ଆଜି ଜିଲ୍ଲା ସଂସ୍କୃତି ଅଧିକାରୀ ଶୁକ୍ରୁ ସ୍ୱାଇଁ ପରିଦର୍ଶନ କରିଥିଲେ l ତାଙ୍କ ସହ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିଆରସିଂ ମଧ୍ୟ ଉପସ୍ଥିତ ଥିଲେ l ପାଠାଗାର ସମ୍ପର୍କରେ ବିଭିନ୍ନ ସୁବିଧା ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ । ପାଠାଗାରର ଉନ୍ନତି ଦିଗରେ ଯତ୍ନବାନ ହେବା ପାଇଁ ସମସ୍ତ ଙ୍କୁ ସହଯୋଗ କରିବା ପାଇଁ ପରାମର୍ଶ ଦେଇଥିଲେ । ଅନାବନା ଗଛ ପରିଷ୍କାର ସହିତ ପି ଡବ୍ଲୁ ଡି କୁ କାର୍ଯ୍ୟ ହସ୍ତାନ୍ତର କରିବା ପାଇଁ ଆଲୋଚନା କରିଥିଲେ । ଏହି ଅବସରରେ ଅବସର ପ୍ରାପ୍ତ ଲାଇବ୍ରେରୀଆନ ଲଷ୍ମୀ ଧର ନାଏକ, ଲାଇବ୍ରେରୀଆନ, ଯୁଧିଷ୍ଠିର ପ୍ରଧାନୀ, କର୍ମଚାରୀ ଅକ୍ଷୟ ମହାକୁଡ଼, ସୁବାସୀନି ସେଠୀ, କନିଷ୍ଠ ସହାୟକ ମଣ୍ଟୁ ପାଣ୍ଡେ ଓ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିଆରସିଂ ଉପସ୍ଥିତ ଥିଲେ lବୌଦ୍ଧରୁ ଉଗ୍ରସେନ କର୍ମୀଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ l