ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଏଣିକି ମିଳିବ ସମସ୍ତ ପ୍ରକାର ଅଲଟ୍ରାସାଉଣ୍ଡ ସୁବିଧା

8

Get real time updates directly on you device, subscribe now.

ବୌଦ୍ଧ(ସଂଘର୍ଷ ମିଡିଆ ) : ଆଧୁନିକ ଚିକିତ୍ସା ବ୍ୟବସ୍ଥାରେ ସରକାର ସମସ୍ତ ପ୍ରକାର ଚିକିତ୍ସା ସେବା ସାଧାରଣଲୋକଙ୍କୁ ଯୋଗାଇଦେବା ପାଇଁ ପ୍ରତିଶୃତିବଦ୍ଧ ହୋଇଥିବାବେଳେ ବୌଦ୍ଧବାସୀଙ୍କ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଣିକି ସମସ୍ତ ପ୍ରକାର ଅଲଟ୍ରାସାଉଣ୍ଡ ସୁବିଧା ସଂପୁର୍ଣ୍ଣ ମାଗଣାରେ ଯୋଗାଇଦେବାର ବ୍ୟବସ୍ଥା କରାଯାଇଛି । ଜିଲ୍ଲାର ସାଧାରଣଲୋକ ଚିକିତ୍ସାଳୟରେ ଅଲଟ୍ରାସାଉଣ୍ଡ ଭଳି ସୁବିଧା ନପାଇ ବାହାର ଜିଲ୍ଲାକୁ ଯିବା ସହିତ ଅଧିକ ଖର୍ଚ୍ଚାନ୍ତ ହୋଇଆସୁଥିଲେ । ପ୍ରକାଶଥାଉକି ପୂର୍ବରୁ ଚିକିତ୍ସାଳୟରେ ଦୁଇଗୋଟି ଅଲଟ୍ରାସାଉଣ୍ଡ ମେସିନ ଥାଇ ମଧ୍ୟ ବିଶେଷଜ୍ଞ ଡାକ୍ତର ଅଭାବରୁ ତାହା ସବୁ ପ୍ରକାର ରୋଗୀଙ୍କ କାର୍ଯ୍ୟରେ ଲାଗିପାରୁନଥିଲା । ପୂର୍ବରୁ କେବଳ ପ୍ରସୂତୀ ମା ମାନେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଲଟ୍ରାସାଉଣ୍ଡ ସୁବିଧା ପାଇପାରୁଥିବାବେଳେ ଏଣିକି ସମସ୍ତ ପ୍ରକାର ଅଲଟ୍ରାସାଉଣ୍ଡ ସୁବିଧା ମିଳିପାରିବ ବୋଲି ଜଣାଯାଇଛି । ପ୍ରତ୍ୟେକ ଗୁରୁବାରଦିନ ମୁଖ୍ୟ ଚିକିତ୍ସାଳୟରେ ଏହି ସୁବିଧା ମିଳିପାରିବ ବୋଲି ଜଣାପଡିଛି । ଏଥିପାଇଁ ଜଣେ ରେଡିଓଲୋଜିଷ୍ଟ,ନେଫ୍ରୋଲୋଜିଷ୍ଟ ଓ ଆନାସ୍ଥେସିଆ ବିଶେଷଜ୍ଞ ଡାକ୍ତରଙ୍କୁ ପ୍ରତ୍ୟେକ ଗୁରୁବାର ଦିନ ରୋଗୀଙ୍କୁ ସେବା ଯୋଗାଇଦେବାକୁ ମୁଖ୍ୟ ଚିକିତ୍ସାଳୟରେ ଉପସ୍ଥିତ ରହିବାକୁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି । ଗତ ଗୁରୁବାର ଦିନଠାରୁ ଏହି ସେବା ଯୋଗାଇ ଦିଆଯାଇଥିବାବେଳେ ପ୍ରଥମ ଦିବସରେ ୨୦ ଜଣ ରୋଗୀଙ୍କ ଅଲଟ୍ରାସାଉଣ୍ଡ କରାଯାଇଥିବା ଜଣାଯାଇଛି ।ରିପୋର୍ଟ, ଉଗ୍ରସେନ କର୍ମୀ, ସଂଘର୍ଷ ନ୍ୟୁଜ, ବୌଦ୍ଧ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More