ବୌଦ୍ଧ ଜିଲ୍ଲା ହେବ ଗ୍ରୀନ କ୍ଲିନ୍ , ସୂଚନା ଦେଲେ ଏସପି ରାଜ ପ୍ରସାଦ

10

Get real time updates directly on you device, subscribe now.

ବୌଦ୍ଧ(ସଂଘର୍ଷ ମିଡିଆ) : ବୌଦ୍ଧ ଜିଲ୍ଲାକୁ ଗଞ୍ଜେଇ ର ଭୂସ୍ବର୍ଗ କୁହାଯାଉଥିବା ବେଳେ ଏବେ ନୂତନ ଭାବେ ଯୋଗ ଦେଇଥିବା ଏସପି ରାଜ ପ୍ରସାଦ ଉକ୍ତ ଜିଲ୍ଲାକୁ ଗ୍ରୀନ କ୍ଲିନ୍ କରିବାକୁ ଅଣ୍ଟା ଭିଡିଛନ୍ତି। ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଶଗଡା ଫାଣ୍ଡି ଅନ୍ତର୍ଗତ ନଳିକୁପା ଜଙ୍ଗଲରୁ ବ୍ୟାପକ ପରିମାଣର ଗଞ୍ଜେଇ ଜବତ୍ କରିଛି ପୋଲିସ। ଏ ନେଇ ଏସପି ଏକ ପ୍ରେସମୀଟ କରି ସୂଚନା ଦେଇଛନ୍ତି।ମିଳିଥିବା ସୂଚନା ଅନୁଯାୟୀ ଉକ୍ତ ଆଭ୍ୟନ୍ତରୀଣ ଅଞ୍ଚଳରେ ଗଞ୍ଜେଇ ଚୋରା କାରବାର ଚାଲିଥିବା ନେଇ ବୌଦ୍ଧ ଏସପି ସୂଚନା ପାଇଥିଲେ। ଏସପିଙ୍କ ନିର୍ଦ୍ଧେଶ କ୍ରମେ ମନମୁଣ୍ଡା ଥାନା ଅଧିକାରୀ ଅଶ୍ଵିନୀ ଭିତିରିଆ ଏକ ପୋଲିସ ଟିମ ସହ ଉକ୍ତ ଅଂଚଳରେ ଅତର୍କିତ ଚଢାଉ କରିଥିଲେ।ପୋଲିସ କୁ ଦେଖି ଗଞ୍ଜେଇ ମାଫିଆ ମାନେ ଫେରାର ମାରିଥିଲେ।ଘଟଣା ସ୍ଥଳରୁ ପୋଲିସ ୩ ହଜାର ୮ ସହ ୧୧ କେଜି ଗଞ୍ଜେଇ ଜବତ କରି ଥାନାକୁ ଆଣିଥିଲା।ବହୁ ଦିନର ବ୍ୟବଧାନ ପରେ ମନମୁଣ୍ଡା ପୋଲିସ କୁ ବଡ଼ ସଫଳତା ମିଳିଥିବା ଜଣାପଡିଛି।ଏସପି ରାଜ ପ୍ରସାଦ ବୌଦ୍ଧ ଜିଲ୍ଲାରେ ଯୋଗଦେବାର ମାତ୍ର ଦୁଇମାସ ମଧ୍ୟରେ ସମୁଦାୟ 25 ହଜାର 1 ସହ 5 କେଜି ଗଞ୍ଜେଇ ଜବତ କରାଯାଇଥିବା ବେଳେ ଚାଳନାରେ ବ୍ୟବହୃତ 27 ଗୋଟି ବାଇକ୍ 9 ଗୋଟି ଚାରିଚକିଆ ଗାଡି 8 ଗୋଟି ଦେଶୀ ବନ୍ଧୁକ ଓ ଗୋଟିଏ ପିସ୍ତଲ ପୋଲିସ ଜବତ କରିଛି।ଅନ୍ୟ ପଟେ ଗଞ୍ଜେଇ କାରବାରକୁ ନେଇ 63 ଟି ମାମଲା ରୁଜୁ ହୋଇଥିବା ବେଳେ 97 ଜଣଙ୍କ ନାଆଁ ରେ ମାମଲା ରୁଜୁ ହୋଇଥିବା ନେଇ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ଆରକ୍ଷୀ ଅଧିକ୍ଷକ।ଏହି ଗଞ୍ଜେଇ କାରବାର ରେ ସଂପୃକ୍ତ ସମସ୍ତ ମାଫିଆଙ୍କ ବିରୋଧରେ ଆଗକୁ ଆହୁରି ଜୋରଦାର ଅପରେସନ କରାଯିବା ସହିତ ବୌଦ୍ଧ ଜିଲ୍ଲାରୁ ଗଞ୍ଜେଇ ମୂଳପୋଛ କରାଯିବାର ବ୍ୟବସ୍ଥା କରାଯିବ ବୋଲି ସୂଚନା ଦେଇଛନ୍ତି।ଏହି ସାମ୍ବାଦିକ ସମ୍ମିଳନୀ ରେ ଏସ ଡି ପି ଓ ଆନନ୍ଦ ବର୍ଦ୍ଧନ ଗୁରୁ ଓ ମନମୁଣ୍ଡା ଥାନା ଅଧିକାରୀ ଅଶ୍ଵିନୀ ଭିତିରିଆ ପ୍ରମୁଖ ଉପସ୍ଥିତ ଥିଲେ। ରିପୋର୍ଟ, ଉଗ୍ରସେନ କର୍ମୀ, ବୌଦ୍ଧ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More