ବୌଦ୍ଧ ଜିଲ୍ଲା ପ୍ରଶାସନ ପକ୍ଷରୁ ୩ ବେଆଇନ କ୍ଲିନିକ ସିଲ

13

Get real time updates directly on you device, subscribe now.

ବୌଦ୍ଧ(ସଂଘର୍ଷ ମିଡିଆ) :- ବୌଦ୍ଧ ଜିଲା ପ୍ରଶାସନ ପକ୍ଷରୁ ଶନିବାର ଦିନ ବେଆଇନ ଭାବେ ଚାଲିଥିବା ସହରର ୩ ଗୋଟି କ୍ଳିନିକକୁ ସିଲ କରାଯାଇଥିବା ଜଣାପଡିଛି । ମିଳିଥିବା ସୂଚନା ମୁତାବକ ସହରର ନଟରାଜ ଡାଇଗ୍ନୋଷ୍ଟିକ ଓ ପ୍ରଧାନ ଡେଣ୍ଟାଲ କ୍ଳିନିକ ଓ ଶ୍ରୀସାଇ ଡେଣ୍ଟାଲ କ୍ଳିନିକ୍ କୁ ପ୍ରଶାସନ ପକ୍ଷରୁ ସିଲ କରାଯାଇଛି । ଉକ୍ତ କ୍ଳିନିକ ଗୁଡିକ ସରକାରଙ୍କ ନିୟମ ଅନୁଯାୟୀ ଚଳାଉନଥିବା ଯୋଗୁଁ ସିଲ କରାଯାଇଥିବା ଜଣାପଡିଛି । ଚଢାଉ ସମୟରେ ଉପଜିଲ୍ଲାପାଳ ସନତ କୁମାର ନାଏକ,ଅତିରିକ୍ତ ତହସିଲଦାର ମହମ୍ମଦ ରାଜେରସୁଲ, ଡା .ବିଜୟ କୁମାର ଦାଶ, ଜିଲ୍ଲା ଡ୍ରଗ ଇନିସପେକଟର ସନ୍ତୋଷ କୁମାର ପ୍ରଧାନ ଓ ପୋଲିସ କର୍ମଚାରୀମାନେ ସାମିଲ ଥିଲେ । ଏନେଇ ଜିଲ୍ଲା ଡ୍ରଗ ଇନିସପେକଟର ଶ୍ରୀ ପ୍ରଧାନଙ୍କୁ ପଚାରିବାରୁ ସରକାରଙ୍କ ନିୟମ ଅନୁଯାୟୀ ଆବଶ୍ୟକୀୟ କାଗଜପତ୍ର (କ୍ଲିନିକାଲ ଏଷ୍ଟାବ୍ଲିସମେଣ୍ଟ୍ ପଂଜିକରଣ ପ୍ରମାଣପତ୍ର) ନଥିବାରୁ କ୍ଲିନିକ୍ ଗୁଡିକୁ ସିଲ କରାଯାଇଥିବା ସୁଚନା ଦେଇଛନ୍ତି । ରିପୋର୍ଟ, ଉଗ୍ରସେନ କର୍ମୀ, ବୌଦ୍ଧ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More