ବୌଦ୍ଧ ଜିଲ୍ଲାର ୪୮୮ଟି ଗ୍ରାମ ଓ ବିଜ୍ଞାପିତ ଅଞ୍ଚଳ ପରିଷଦର ସମସ୍ତ ୱାର୍ଡ଼କୁ ବାଲ୍ୟ ବିବାହ ମୁକ୍ତ ଘୋଷଣା କଲେ ଜିଲ୍ଲାପାଳ

9

Get real time updates directly on you device, subscribe now.

ବୌଦ୍ଧ(ସଂଘର୍ଷ ମିଡିଆ ) : ଗତକାଲି ବୌଦ୍ଧ ଜିଲ୍ଲାପାଳଙ୍କ ଦ୍ୱାରା ବୌଦ୍ଧ ବ୍ଲକ, ହରଭଙ୍ଗା ବ୍ଲକ ଓ କଣ୍ଟାମାଳ ବ୍ଲକର 97ଟି ଗ୍ରାମ ଓ ବୌଦ୍ଧ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧୀନରେ ଥିବା ମୋଟ 17ଟି ୱାର୍ଡ଼କୁ ବାଲ୍ୟ ବିବାହ ମୁକ୍ତ ଭାବେ ଘୋଷଣା କରାଯାଇଛି l ଆଜି ପର୍ଯ୍ୟନ୍ତ ବୌଦ୍ଧ ଜିଲ୍ଲାରେ ସର୍ବ ମୋଟ 488 ଟି ଗ୍ରାମ ଓ ବିଜ୍ଞାପିତ ଅଞ୍ଚଳ ପରିଷଦର 15ଟି ୱାର୍ଡ଼କୁ ଜିଲ୍ଲାପାଳଙ୍କ ଦ୍ୱାରା ବାଲ୍ୟ ବିବାହ ମୁକ୍ତ ଘୋଷଣା କରାଯାଇଛି l ଅଧିକରୁ ଅଧିକ ଗ୍ରାମକୁ ବାଲ୍ୟ ବିବାହ ମୁକ୍ତ ଘୋଷଣା କରିବାକୁ ଜିଲ୍ଲାପାଳ ସମସ୍ତ ଜନସାଧାରଣ ଓ ଜିଲ୍ଲା ମହିଳା ଶିଶୁ ବିଭାଗ ରେ କାର୍ଯ୍ୟରତ ସମସ୍ତ କର୍ମଚାରୀ ଙ୍କୁ ପରାମର୍ଶ ଦେଇଛନ୍ତି l ଏଣିକି ଏହି ସମସ୍ତ ଗ୍ରାମ ଓ ବିଜ୍ଞାପିତ ଅଂଚଳରେ ଯଦି କେହି କୌଣସି 21 ବର୍ଷରୁ କମ ବାଳକ ଓ 18 ବର୍ଷରୁ କମ ବାଳିକା ମାନଙ୍କର ବିବାହ କରାଇବେ ସେଥିପାଇଁ ସେହି ବିବାହ ରେ ସମ୍ପୃକ୍ତ ସମସ୍ତ ବ୍ୟକ୍ତି ବିଶେଷ ଆଇନ ଅନୁଯାୟୀ ଦଣ୍ଡିତ ହେବେ ବୋଲି ଘୋଷଣା କରାଯାଇଛି l ଆଜି (24.6.22) ବାଲ୍ୟ ବିବାହ ନିଷେଧ ସଚେତନତା ରଥ ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ବାହାରି କଣ୍ଟାମାଳ, ବୌଦ୍ଧ ଓ ହରଭଙ୍ଗା ବ୍ଲକ ର ବାଲ୍ୟ ବିବାହ ପ୍ରବଣ ଗ୍ରାମକୁ ଯାଇ ଲୋକଙ୍କୁ ସଚେତନ କରିବ l ଏହି ଉପଲକ୍ଷେ ଆଜି ବୌଦ୍ଧ ଜିଲ୍ଲାପାଳ ଶ୍ରୀଯୁକ୍ତ ଲଲାଟେନ୍ଦୁ ମିଶ୍ର ପତାକା ଦେଖାଇ ସଚେତନତା ରଥ ର ଶୁଭାରମ୍ଭ କରିଛନ୍ତି l ଏହି ସଚେତନତା କାର୍ଯ୍ୟକ୍ରମ ଚଳିତ ଜୁନ ମାସ 30 ତାରିଖ ପର୍ଯ୍ୟନ୍ତ ଚାଳିବ l ଶିଶୁ ସୁରକ୍ଷା ଓ ବାଲ୍ୟ ବିବାହ ନିରାକରଣରେ ଜିଲ୍ଲା ପ୍ରଶାସନ ତଥା ଜିଲ୍ଲାପାଳଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି l ବୌଦ୍ଧରୁ ଉଗ୍ରସେନ କର୍ମୀଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More