ବୌଦ୍ଧ(ସଂଘର୍ଷ ମିଡିଆ ) : -କରୋନା ମହାମାରୀ ଯୋଗୁଁ ଦୀର୍ଘ ଦୁଇ ବର୍ଷ ହେଲା ପିଲାମାନଙ୍କର ସ୍କୁଲ ପାଠପଢ଼ା ବନ୍ଦ ହୋଇରହିଥିଲା l ବର୍ତ୍ତମାନ ପ୍ରଥମ ଶ୍ରେଣୀ ଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା ଚାଲିଛି l ସବୁ ସ୍କୁଲ ଖୋଲି ସାରିଛି l ତଥାପି କରୋନା ପ୍ରକୋପ କାଁ ଭାଁ ରହିଥିବାରୁ ଆମକୁ ସମ୍ପୂର୍ଣ ସଚେତନତା ସହିତ କୋଭିଡ କଟକଣା ପାଳନ ପୂର୍ବକ ପିଲାଙ୍କୁ ପଢିବା ପାଇଁ ଦ୍ୟାଳୟକୁ ଯିବାକୁ ହେବ l ସରକାରଙ୍କ ନିର୍ଦ୍ଦେଶଆଧାରରେ ଜିଲ୍ଲାର କୋଣ ଅନୁକୋଣରେ ଥିବା ଛାତ୍ର /ଛାତ୍ରୀ, ଅଭିଭାବକ ଅଭିଭାବିକା,ବିଦ୍ୟାଳୟ ପରିଚାଳନା କମିଟି ଓ ଜନସାଧାରଣଙ୍କୁ ସଚେତନ କରିବା ପାଇଁ ଆଜି ତା 12/4/22 ଠାରୁ 17/4/22 ପର୍ଯ୍ୟନ୍ତ ପାଞ୍ଚ ଦିନ ଧରି ଜିଲ୍ଲାର ତିନି ବ୍ଲକ ବୌଦ୍ଧ, ହରଭଙ୍ଗା ଓ କଣ୍ଟାମାଳ ପାଇଁ ତିନୋଟି ଶିକ୍ଷା ସଚେତନତା ରଥ ବୁଲିବା ଯୋଜନା ଶିକ୍ଷାବିଭାଗ ତରଫରୁ କରାଯଇଛି l ଉକ୍ତ ତିନି ରଥକୁ ଜିଲ୍ଲା ପାଳ ଲଲାଟେନ୍ଦୁ ମିଶ୍ର ପତାକା ଦେଖାଇ ଶୁଭ ଉଦଘାଟନ କରିଥିବାବେଳେ ଜିଲ୍ଲା ଶିକ୍ଷା ଅଧିକାରୀ ଡ଼ଃ ଉଦୟନାଥ ମାଝୀ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଘନଶ୍ୟାମ ମେହେର, ବୌଦ୍ଧ ଗୋଷ୍ଠୀ ଶିକ୍ଷା ଅଧିକାରୀ ଧ୍ରୁବ ଚରଣ ଘିବେଲା, ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଦେବେନ୍ଦ୍ର କୁମାର ଦେହୁରୀଙ୍କ ସହିତ ବିଭାଗୀୟ ସମସ୍ତ ଅଧିକାରୀ ଉପସ୍ଥିତ ଥିଲେ l ଯୋଗେନ୍ଦ୍ରଦେବ ଉଚ୍ଚ ବିଦ୍ୟାଳୟର ଛାତ୍ର ମାନେ ବ୍ୟାଣ୍ଡ ବଜାଇବା ସହିତ ସରସରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀମାନେ ନୃତ୍ୟ କରି ଉକ୍ତ କାର୍ଯ୍ୟକ୍ରମକୁ ସ୍ୱାଗତ କରିଥିଲେ l ପ୍ରକାଶ ଥାଉକି ସମସ୍ତ ପିଲାଙ୍କୁ ବିଦ୍ୟାଳୟକୁ ନିୟମିତ ପଠାଇବା, ପୂର୍ବ ଭଳି କୋଭିଡ ନିୟମ ସହିତ ବିଦ୍ୟାଳୟକୁ ଚଳ ଚଞ୍ଚଳ କରିବାକୁ ଆହ୍ୱାନ କରାଯାଇଅଛି lବୌଦ୍ଧରୁ ଉଗ୍ରସେନ କର୍ମୀଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ l