ବୌଦ୍ଧ ଜିଲ୍ଲାରେ ଜନ ସାଧାରଣଙ୍କୁ ଦୟା ଦେଖାଉଛନ୍ତି କି ସରକାରୀ ବାବୁ ?

12

Get real time updates directly on you device, subscribe now.

ବୌଦ୍ଧ(ସଂଘର୍ଷ ମିଡିଆ) : – ପୁଣି ବୌଦ୍ଧ ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତିର ଗନ୍ଧ। ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକର ତଳଗାଁ ପଂଚାୟତର ବିଭିନ୍ନ ସମସ୍ଯାକୁ ନେଇ ଗତକାଲି ପଂଚାୟତବାସୀ ଦୀର୍ଘ ୩ ଘଣ୍ଟା କାଳ ଟାଇଁ ଟାଇଁ ଖରାରେ ବିଡିଓଙ୍କୁ ଅଟକ ରଖି ପଂଚାୟତର ମୂଖ୍ଯ ସମସ୍ଯା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନାମ ଥିବା ଯୋଗ୍ୟ ହିତାଧିକାରୀଙ୍କୁ କାଟି ଅଯୋଗ୍ୟ ହିତାଧିକାରୀଙ୍କୁ ସେହି ସ୍ଥାନ ରେ ପୁରାଇଥିବା ଅଭିଯୋଗ କରିଛନ୍ତି। ପୁଣି ବାର୍ଦ୍ଧକ୍ଯ ବୁଢା ବୁଢୀମାଙ୍କ ଦୁଃଖ କହିଲେ ନସରେ । କେବେ ପଂଚାୟତ କର୍ଯ୍ୟାଳୟକୁ ତ କେବେ ବ୍ୟାଙ୍କକୁ ଦୌଡ଼ି ଦୌଡ଼ି ନୟାନ୍ତ ହୋଇ ସାରିଲେଣି । କାହାର ଭତା ଟଙ୍କା ୪ମାସରେ ପାସବୁକକୁ ଆସୁଛି ତ ଆଉ କାହାର ୨ମାସରେ ଥରେ । ଉକ୍ତ ପଂଚାୟତରେ ୧୬ଟିଓ୍ବାଡ ଥିବା ବେଳେ ପଲ୍ଲୀ ସଭା ଏବଂ ଗ୍ରାମ ସଭା ମଧ୍ଯ ଠିକରେ ହେଉନି । ଏସବୁ ସମସ୍ୟା ଯୋଜନା ଜନହିତକର କାମରେ ଆସୁନଥିବା କୁ ନେଇ ଗତମାସରେ ପଂଚାୟତର ସହସ୍ରାଧିକ ମହିଳା ପୁରୁଷ ବ୍ଲକକୁ ଯାଇ ଦାବିପତ୍ର ବିଡିଓଙ୍କୁ ଦେଇଥିଲେ । ବିଡିଓ ରବିନ୍ଦ୍ର ନାଥ କହଁର ପଂଚାୟତବାସୀଙ୍କୁ କହିଥିଲେ ମୁଁ ଯାଇ ଗାଁ ଗାଁ ବୁଲି ତଦନ୍ତ କରିବି । ସେହି ଅନୁସାରେ GPEO ଯତ୍ନ ମିଶ୍ର, ବ୍ଲକ ସମାଜ ମଂଗଳ ଅଧିକାରୀ ପ୍ରଦୀପ କୁମାର ନାୟକ, PEO ଗୁରୁଚରଣ ସେଠି, ବିରଂଚିନାରାୟଣପଣ୍ଡା, ସରପଂଚ ପ୍ରତିମା କହଁର, ଏବଂ , ଵ୍କକର ଆସିଷ୍ଟାଣ୍ଟ୍ ଇଂଜିନିୟର ବିଭାଗର ଅଧିକାରୀଗଣ ପହଂଚିଥିଲେ। ହେଲେ ବିଡିଓ ଦିବା ୧୨ଟା ସମୟରେ ପହଞ୍ଚିଲା ବେଳେ ଲୋକମାଙ୍କ ଗହଳିଦେଖି ବୁଦ୍ଧିବଣା ହୋଇଯାଇଥିଲା । କଣ କରିବେ ଜାଣି ପାରିଲେ ନାହିଁ । ପ୍ରାୟ ୧ଘଣ୍ଟା କାଳ ସମସ୍ତ ଅଧିକାରୀଂକ ସହ PEO ଅଫିସରେ ବୈଠକ କରିଥିଲେ । ଶେଷରେ ଲୋକେ ହୋ ହାଲା କଲାପରେ ବିଡିଓ ବାହାରକୁ ଆସିଥିଲେ ଏବଂ ସାମୁହିକ ସମସ୍ୟା ପ୍ରତି ପଚାରି ବୁଝିଥିଲେ ଏବଂ ମିଟିଂ ପରେ ଖଳିସାହି ଗ୍ରାମକୁ ଯାଇ ୧୮ଟି ପ୍ରଧାନମନ୍ତ୍ରୀ ଆବାସଗ୍ରୁହ ବିନା ପଇସା ବିନା ଅଡ଼ର୍ ରେ କାମ ଆରମ୍ଭ କରିଥିବାରୁ , ସେଠାକୁ ଯାଇ ଦେଖିଥିଲେ ତାପରେ ଲୁଣ୍ଡୁରୀଝୋରୀ ରାକାଡି, ଗଣ୍ଡାପାଜୁ ଯାଇ ଯୋଗ୍ୟ ହିତାଧିକାରୀଙ୍କୁ ବାଦ ପକାଇଥିବା ଚାଳଛପର ଦଦରା ଘରର ମାନ ଦେଖିଥିଲେ । ଏସବୁର କାର୍ପଟଦାର PEO ଗୁରୁଚରଣ ସେଠି, ସେ ଏହି ପଂଚାୟତରେ ଦୀର୍ଘ ୧୦ବର୍ଷ ହେବ ରହିଥିବାରୁ ମନ ଇଛାରେ ଦୁର୍ନୀତି କରି ଚାଲିଛନ୍ତି । ଏଣୁ PEO ଜିଆରଏସଂକୁ ଅନ୍ୟତ୍ର ପଂଚାୟତକୁ ବଦଳୀ ପାଇଁ ଜନସାଧାରଣ ଦାବୀ କରିଛନ୍ତି । ଏଥିପ୍ରତି ଜିଲ୍ଲାପାଳ ପଦକ୍ଷେପ ନେବାପାଇଁ ଦାବୀ ହୋଇଥିବା ବେଳେ କେବେ ସୁଧୁରିବେ ବୌଦ୍ଧ ଜିଲ୍ଲାରେ କାର୍ଯ୍ୟରତ ଦୁର୍ନୀତିଗ୍ରସ୍ତ ଅଫିସର ଓ ନ୍ୟାୟ ପାଇବେ ଜନସାଧାରଣ ତାହା ଦେଖିବାକୁ ବାକି ରହିଲା । ରିପୋର୍ଟ, ଉଗ୍ରସେନ କର୍ମୀ, ବୌଦ୍ଧ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More