ବୌଦ୍ଧ(ସଂଘର୍ଷ ମିଡିଆ) : -ଖୋର୍ଦ୍ଧା -ବଲାଙ୍ଗୀର ରେଳପଥ କାର୍ଯ୍ୟ ତ୍ୱରାନ୍ୱିତ ଦାବିରେ ଆଜି ଖୋର୍ଦ୍ଧା -ବଲାଙ୍ଗୀର ରେଳପଥ ସଂଘର୍ଷ ସମିତି ପକ୍ଷରୁ ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ରେ ଗଣଧାରଣା ଦିଆଯାଇଛି l ବୌଦ୍ଧ ଜିଲ୍ଲା ରେ ଉକ୍ତ ରେଳପଥର ସର୍ବାଧିକ ରେଳପଥ ଥିବା ବେଳେ ବୌଦ୍ଧ ଜିଲ୍ଲାରେ ରେଳକାମ ଧୀର ଓ ମନ୍ଥର ଗତିରେ ଚାଲିଛି l ରେଳପଥ ନିର୍ମାଣ ପାଇଁ ଜଙ୍ଗଲ ଜମିର ଆବଶ୍ୟକ ଥିବାବେଳେ ଆବଶ୍ୟକ ଅନୁମତି ମିଳିପାରୁନଥିବାରୁ ଚାରିଛକ ଠାରୁ ଵାଣିଗୋଚ୍ଛା ମଧ୍ୟରେ ରେଳପଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ପାରୁନାହିଁ l ତେଣୁ ଆଜି ବୌଦ୍ଧ ଜିଲ୍ଲାର ବିଭିନ୍ନ ଅଞ୍ଚଳର ସାମାଜିକ ସଂଗଠନ ଓ ବୁଦ୍ଧିଜୀବୀ ଗଣଧାରଣା ରେ ସାମିଲ ହୋଇଥିବା ଦେଖିବାକୁ ମିଳିଛି l ରିପୋର୍ଟ, ଉଗ୍ରସେନ କର୍ମୀ,ବୌଦ୍ଧ ।