ବୌଦ୍ଧ ଜବାହାର ନବୋଦୟ ବିଦ୍ୟାଳୟରେ ଟୟ ବେସଡ଼ ଲାର୍ଣ୍ଣିଙ୍ଗ ୱାର୍କଶପ ଅନୁଷ୍ଠିତ

12

Get real time updates directly on you device, subscribe now.

ବୌଦ୍ଧ(ସଂଘର୍ଷ ମିଡିଆ) :- ପେସ ସେଣ୍ଟି କାର୍ଯ୍ୟକ୍ରମ ଅନ୍ତର୍ଗତ ଆଜି ବୌଦ୍ଧ ଜବାହାର ନବୋଦୟ ବିଦ୍ୟାଳୟରେ Toy Based Learning Workshopର ଆୟୋଜନ କରାଯାଇଥିଲା l ସରସରା ୟୁ. ପି. ସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀ ବସନ୍ତ କୁମାର ସାହୁଙ୍କୁ ନବୋଦୟ ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ଜୋଲି ଟୋମି ପୁଷ୍ପ ଗୁଚ୍ଛ ଓ ଉପଢୌକନ ଦେଇ ସ୍ୱାଗତ ଜଣାଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ l ଶ୍ରୀ ବସନ୍ତ କୁମାର ସାହୁ ଛାତ୍ର ଛାତ୍ରୀଙ୍କୁ କଣ୍ଢେଇ ଦ୍ୱାରା କିପରି ଜ୍ଞାନ ଆହରଣ କରାଯାଇ ପାରିବ ସେ ବିଷୟରେ ବିସ୍ତୃତ ଭାବରେ ବୁଝାଇଥିଲେ l ଶ୍ରୀ ବସନ୍ତ କୁମାର ସାହୁଙ୍କୁ NCERT ତରଫରୁ ଜଣେ କୁଶଳୀ କଣ୍ଢେଇ ନଚାଇ ପଢାଇ ପାରୁଥିବା ଯୋଗୁଁ ଓ ପେଡା ଗୋଜି କୁ ଅନୁକରଣ କରୁଥିବା ଯୋଗୁଁ ପୁରସ୍କାର ପ୍ରଦାନ କରାଯାଇଛି l ନବୋଦୟ ବିଦ୍ୟାଳୟ ର ସମସ୍ତ ଶିକ୍ଷକମାନେ ଛାତ୍ର ଛାତ୍ରୀ ଙ୍କ ସହିତ ଏହି କାର୍ଯ୍ୟକ୍ରମ କୁ ମନଭରି ଉପଭୋଗ କରିଥିଲେ l ସରସରା ୟୁ. ପି. ସ୍କୁଲର ଛାତ୍ର ଛାତ୍ରୀ ମାନେ କାର୍ଯ୍ୟକ୍ରମର ଶେଷରେ ସୁନ୍ଦର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ l ଜବାହାର ନବୋଦୟ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ନିଜ ନିଜ ହାତରେ ମୁଖା ଓ କଣ୍ଢେଇ ପ୍ରସ୍ତୁତ କରିବା ସଂଗେ ସଂଗେ ମନଭରି ଆନନ୍ଦ ଲାଭ କରିଥିଲେ l ବିଦ୍ୟାଳୟ ର ଭାଇସ ପ୍ରିନସିପାଲ ଶ୍ରୀ ସୁରେଶ କୁମାର ସାହୁ ମଞ୍ଚ ପରିଚାଳନା କରିବା ସଂଗେ ସଂଗେ ଶେଷରେ ଧନ୍ୟବାଦ ଜ୍ଞାପନ କରିଥିଲେ l ବିଦ୍ୟାଳୟ ର କଳା ଶିକ୍ଷକ ଶ୍ରୀ ଅଲେଖ ତ୍ରିପାଠୀଙ୍କ ଦ୍ୱାରା କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଥିଲା l ରିପୋର୍ଟ, ଉଗ୍ରସେନ କର୍ମୀ, ବୌଦ୍ଧ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More