ବୌଦ୍ଧ ଜବାହାର ନବୋଦୟ ବିଦ୍ୟାଳୟରେ ବିଜ୍ଞାନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

12

Get real time updates directly on you device, subscribe now.

ବୌଦ୍ଧ(ସଂଘର୍ଷ ମିଡିଆ) : – ପାଲଝର ସ୍ଥିତ ବୌଦ୍ଧ ଜବାହାର ନବୋଦୟ ବିଦ୍ୟାଳୟ ରେ ଵିଜ୍ଞାନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ବିଦ୍ୟାଳୟର ପ୍ରିନସିପାଲ ଶ୍ରୀମତୀ ଜଲି ଟମି ଓ ଭାଇସ ପ୍ରିନସିପାଲ ଶ୍ରୀ ଏସ. କେ. ସାହୁ ସମସ୍ତ ବୈଜ୍ଞାନିକ ମାନଙ୍କୁ ସାଲ ଓ ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ ଜଣାଇବା ସହ ମୁଖ୍ୟ ଅତିଥି ବୈଜ୍ଞାନିକ ଶ୍ରୀ କେ. କେ. ନନ୍ଦ ଦୀପ ପ୍ରଜ୍ଜଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ l ଏହି କାର୍ଯ୍ୟକ୍ରମରେ ବୈଜ୍ଞାନିକ ଡକ୍ଟର ବି. ମଲ୍ଲିକ, ପ୍ରଫେସର କେ. କେ. ନନ୍ଦ, ପ୍ରଫେସର ପି. କେ ସାହୁ, ଡକ୍ଟର ଏସ. ଏନ. ଷଡ଼ଙ୍ଗୀ ପ୍ରମୁଖ ଯୋଗଦେଇଥିଲେ l ବିଦ୍ୟାଳୟ ରେ “Fun Science experiment ” ଡକ୍ଟର ବି. ମଲ୍ଲିକଙ୍କ ଦ୍ୱାରା ଛାତ୍ର ଛାତ୍ରୀ ମାନଙ୍କୁ ଦେଖାଇବାର ବ୍ୟବସ୍ଥା କରାଯାଇଥିଲା l ବୌଦ୍ଧ ଚାରଵାଟିଆ ଅଞ୍ଚଳରେ ଜନ୍ମ ଗ୍ରହଣ କରିଥିବା ମୁଖ୍ୟ ଅତିଥି ପ୍ରଫେସର କେ. କେ. ନନ୍ଦ “Exciting Photoluminescoat Materials ” ଉପରେ ସୁନ୍ଦର ବକ୍ତବ୍ୟ ପ୍ରଦାନ କରି ଛାତ୍ର ଛାତ୍ରୀ ମାନଙ୍କ ମନକୁ ଆକର୍ଷଣ କରିବା ସହ ଭବିଷ୍ୟତରେ ବୈଜ୍ଞାନିକ ହେବା ପାଇଁ ପ୍ରେରିତ କରିଥିଲେ l ପ୍ରଫେସର ପି. କେ. ସାହୁ “Homic energy and its Application” ଉପରେ ଛାତ୍ର ଛାତ୍ରୀ ଙ୍କୁ ବୁଝାଇଥିଲେ l ଡକ୍ଟର ଏସ. ଏନ. ଷଡ଼ଙ୍ଗୀ “Nano Science : Thinking Big and Working Small ” ଉପରେ ବୁଝାଇବା ସହ ମଞ୍ଚରେ ଜୀବନ୍ତ ପରୀକ୍ଷା କରି ଛାତ୍ର ଛାତ୍ରୀଙ୍କୁ ବୁଝାଇଥିଲେ l ଛାତ୍ର ଛାତ୍ରୀ ମାନେ ଅତି ଉତ୍କଣ୍ଠାର ସହ ମଞ୍ଚ ଉପରେ ବୈଜ୍ଞାନିକ ମାନଙ୍କ ସହ ବିଭିନ୍ନ ପରୀକ୍ଷା ନିରୀକ୍ଷାରେ ସାମିଲ ହୋଇ କାର୍ଯ୍ୟକ୍ରମକୁ ଭରପୁର ଉପଭୋଗ କରିଥିଲେ l ବିଦ୍ୟାଳୟରେ ସମସ୍ତ ବୈଜ୍ଞାନିକ ମାନଙ୍କର ବକ୍ତବ୍ୟ ଛାତ୍ର ଛାତ୍ରୀ ମାନଙ୍କୁ ଭବିଷ୍ୟତରେ ବୈଜ୍ଞାନିକ ହେବା ପାଇଁ ପ୍ରେରଣା ଯୋଗାଇଥିଲା l ଭାରତର ପଦାର୍ଥ ବିଜ୍ଞାନ ବିଭାଗ, ଭୁବନେଶ୍ୱରରେ କାର୍ଯ୍ୟରତ ସମସ୍ତ ବୈଜ୍ଞାନିକ ମାନେ ଛାତ୍ର ଛାତ୍ରୀଙ୍କ ସମସ୍ତ ପ୍ରଶ୍ନର ଉତ୍ତର ଦେବା ସଂଗେ ସଂଗେ ସେମାନେ ଭବିଷ୍ୟତରେ କିପରି ସେଠାରେ ଅଧ୍ୟୟନ ଓ ଗବେଷଣା କରିପାରିବେ ସେ ବିଷୟରେ ବିସ୍ତୃତ ଭାବରେ ବୁଝାଇଥିଲେ l ବିଦ୍ୟାଳୟ ର ଶ୍ରୀ ଦିଲ୍ଲୀପ କୁମାର ବଡତ୍ୟାଙ୍କ ଦ୍ୱାରା ମଞ୍ଚ ପରିଚାଳନା କରାଯାଇଥିଲା l ଏପରି ବୈଜ୍ଞାନିକ କାର୍ଯ୍ୟକ୍ରମର ଆୟୋଜନ କରିଥିବାରୁ ଜବାହାର ନବୋଦୟ ବିଦ୍ୟାଳୟର ପ୍ରିନସିପାଲଙ୍କୁ ଅଭିଭାବକ ମାନେ ଧନ୍ୟବାଦ ଜ୍ଞାପନ କରିଛନ୍ତି l କାର୍ଯ୍ୟକ୍ରମର ଶେଷରେ ବରିଷ୍ଠ ଅଧ୍ୟାପକ ଶ୍ରୀ କୈଳାଶ ଚନ୍ଦ୍ର ଭୋଇ ( ଜୀବ ବିଜ୍ଞାନ ) ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ଓ ଅନ୍ୟାନ୍ୟ କର୍ମକର୍ତ୍ତା ମାନଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ l ବୌଦ୍ଧରୁ ଉଗ୍ରସେନ କର୍ମୀଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More