ବୌଦ୍ଧ ଜବାହାର ନବୋଦୟ ବିଦ୍ୟାଳୟରେ ଡାକ ଟିକଟ, ଷ୍ଟାମ୍ପ ଓ ଦେଶ ବିଦେଶର ମୁଦ୍ରା ପ୍ରଦର୍ଶନ

33

Get real time updates directly on you device, subscribe now.

ବୌଦ୍ଧ(ସଂଘର୍ଷ ମିଡିଆ ) : ଆଜି ବୌଦ୍ଧର ସୁନାମଧନ୍ୟ ସଂଗ୍ରାହକ ଶ୍ରୀ ବିଶ୍ୱନାଥ ମିଶ୍ର ନିଜ ଉଦ୍ୟମରେ ସଂଗ୍ରହ କରିଥିବା ଡାକ ଟିକଟ, ଷ୍ଟାମ୍ପ, ଦେଶ ବିଦେଶର ମୁଦ୍ରା ଓ ନୋଟକୁ ବୌଦ୍ଧ ପାଲଝର ସ୍ଥିତ ଜବାହାର ନବୋଦୟ ବିଦ୍ୟାଳୟରେ ପ୍ରଦର୍ଶନ କରିଥିଲେ l ଏହି ପ୍ରଦର୍ଶନୀ ରେ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଓ ଶିକ୍ଷକ ବୃନ୍ଦ ବୁଲି ଦେଖିଥିଲେ l ଏହି ପ୍ରଦର୍ଶନୀ ରେ ଶ୍ରୀ ମିଶ୍ର ଛାତ୍ର ଛାତ୍ରୀ ମାନଙ୍କୁ ସଂସ୍କୃତି, ମହାପୁରୁଷ ମାନଙ୍କର ବାଣୀ ଓ କର୍ମ, ମୁଦ୍ରା ଆଦି ଡାକ ଟିକଟ ଓ ମୁଦ୍ରା ମାଧ୍ୟମରେ ଅବଗତ କରାଇ ପ୍ରଦର୍ଶନୀ ର ଦୃଷ୍ଟି ଆକର୍ଷଣ କରାଇଥିଲେ l ନବୋଦୟ ବିଦ୍ୟାଳୟ ର ଅଧ୍ୟକ୍ଷା ଶ୍ରୀମତୀ ଜୋଲି ଟୋମି ଶ୍ରୀ ମିଶ୍ରଙ୍କର ଏହି ମହାନ କାମକୁ ପ୍ରସଂଶା କରିଥିଲେ ଏବଂ ପିଲାମାନଙ୍କୁ ନିଜ ନିଜର ପାଠ ପଢା ବ୍ୟତୀତ ବିରତି ସମୟରେ କିଛି ନୂଆ ଜିନିଷ ତିଆରି କରିବା ବା ସଂରକ୍ଷଣ କରିବା ପାଇଁ ପ୍ରେରଣା ଦେଇଥିଲେ lରିପୋର୍ଟ, ଉଗ୍ରସେନ କର୍ମୀ, ସଂଘର୍ଷ ନ୍ୟୁଜ, ବୌଦ୍ଧ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More