ବୌଦ୍ଧ ଜଗନ୍ନାଥ ସଡ଼କରେ ମହାନଦୀ ବନ୍ୟା ଜଳ ପ୍ରବାହିତ

11

Get real time updates directly on you device, subscribe now.

ବୌଦ୍ଧ(ସଂଘର୍ଷ ମିଡିଆ) : ଲଗାଣ ବର୍ଷା ଯୋଗୁଁ ବୌଦ୍ଧ ଜିଲାରେ ବନ୍ୟା ପରିସ୍ଥିତି ଗମ୍ଭୀର ଆକାର ଧାରଣ କରିଛି l ବିଭିନ୍ନ ରାସ୍ତାରେ ଯୋଗାଯୋଗ ବିଛିନ୍ନ ହୋଇ ପଡ଼ିଥିବା ଦେଖିବାକୁ ମିଳିଛି l ମହାନଦୀ ଜଳସ୍ତର ବୃଦ୍ଧି ପାଉଥିବାରୁ ପୂର୍ତ୍ତବିଭାଗ ଅଧୀନରେ ଥିବା ବୌଦ୍ଧ ହରଭଙ୍ଗା ପୁରୁଣା ଜଗନ୍ନାଥ ସଡ଼କର କରଡ଼ି ଗ୍ରାମର ଚର୍ତୁପାର୍ଶ୍ୱ ରାସ୍ତା ଉପରେ 3ରୁ 4ଫୁଟ ପ୍ରବାହିତ ହେଉଛି ବନ୍ୟା ଜଳ l ଫଳରେ ଉକ୍ତ ଗ୍ରାମ କୁ ଯୋଗାଯୋଗ ବିଛିନ୍ନ ହୋଇପଡିଛି l ଜିଲ୍ଲା ରେ ଆଜକୁ 5ଦିନ ଧରି ଲଗାଣ ବର୍ଷା ହେତୁ ଜିଲ୍ଲାରେ ପ୍ରଭାହିତ ହେଉଥିବା ଛୋଟ ବଡ଼ ନଦୀ ନାଳ ଫୁଲିବାରେ ଲାଗିଛି l ଆଜିସକାଳୁ ବର୍ଷା ଲାଗିରହିଥିଲେ ମଧ୍ୟ ହୀରାକୁଦ ଜଳଭଣ୍ଡାର 34ଗେଟ ଖୋଲାଯାଇଥିବାରୁ ମହାନଦୀର ବନ୍ୟା ଜଳ ଖାଲୁଆ ଅଂଚଳରେ ପସି ବନ୍ୟା ସୃଷ୍ଟି କରିଛି l ତଳିଆ ଅଞ୍ଚଳ ର ଲୋକେ ନାହିଁ ନ ଥିବା ର ଅସୁବିଧା ସମ୍ଭୁଖିନହେଉଛନ୍ତି l ରିପୋର୍ଟ, ଉଗ୍ରସେନ କର୍ମୀ, ସଂଘର୍ଷ ନ୍ୟୁଜ, ବୌଦ୍ଧ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More