ବୌଦ୍ଧ କେନ୍ଦ୍ର ସମବାୟ ବ୍ୟାଙ୍କ ନିର୍ଦ୍ଦେଶକ ପଦ ପାଇଁ ପ୍ରାର୍ଥୀପତ୍ର ଦାଖଲ

10

Get real time updates directly on you device, subscribe now.

ବୌଦ୍ଧ(ସଂଘର୍ଷ ମିଡିଆ) : – ବୌଦ୍ଧ କେନ୍ଦ୍ର ସମବାୟ ବ୍ୟାଙ୍କର ନିର୍ଦ୍ଦେଶକ ପଦବୀ ପାଇଁ ନାମାଙ୍କନ ଦାଖଲ ପ୍ରକ୍ରିୟା ଶେଷ ହୋଇଛି l ବୌଦ୍ଧ ଓ କନ୍ଧମାଳ ଜିଲ୍ଲାରେ ରହିଥିବା 15 ଟି ଜୋନ ପାଇଁ 45 ଜଣ ପ୍ରାର୍ଥୀ ଓ ପ୍ରାର୍ଥୀନୀ ସେମାନଙ୍କର ନାମାଙ୍କନପତ୍ର ଦାଖଲ କରିଛନ୍ତି l ମିଳିଥିବା ସୂଚନା ଅନୁସାରେ 1 ନମ୍ବର ଜୋନ ପାଇଁ ଅଶ୍ୱିନୀ କୁମାର ପ୍ରଧାନ, ପୂର୍ଣ୍ଣଚନ୍ଦ୍ର ଭୋଇ, ଭୂମିସୂତା ମେହେର ଓ ସୁଶାନ୍ତ ବାଘ ନାମାଙ୍କନପତ୍ର ଦାଖଲ କରିଥିବା ବେଳେ 2 ନମ୍ବର ଜୋନ ପାଇଁ ଲିଙ୍ଗରାଜ ଜଗଦଲା, ଗଣେଶ୍ୱର ନାଏକ ଓ ମମତା ମେହେର,3 ନମ୍ବର ଜୋନ ପାଇଁ ପ୍ରମୋଦ କୁମାର ରଣା ଓ ନରେଶ ପ୍ରଧାନ,4 ନମ୍ବର ଜୋନ ପାଇଁ ଅରୁଣ କୁମାର ପ୍ରଧାନ, ନବୀନ କୁମାର ଦେହୁରୀ ଓ ବିକ୍ରମ ପ୍ରଧାନ,5 ନମ୍ବର ଜୋନ ପାଇଁ ଫିଲିମିନା ପ୍ରଧାନ, ପଙ୍କଜିନୀ ପଟ୍ଟନାୟକ ଓ ପଦ୍ମାବତୀ ଭୋଇ,6 ନମ୍ବର ଜୋନ ପାଇଁ ଦିଲ୍ଲୀପ କୁମାର ମେହେର, ବିମଳ ପ୍ରଧାନ, ନିରଞ୍ଜନ ଖମାରୀ ଓ ଗୋବିନ୍ଦ ଅମାତ,7 ନମ୍ବର ଜୋନ ପାଇଁ ଡୁଗୁନୀ ଦିଗାଲ, ରଂଜିତ ମହାନନ୍ଦିଆ, ଲୁଲୁ ସେଠୀ ଓ ମିନୁ ମହାଳିକ,8 ନମ୍ବର ଜୋନ ପାଇଁ ସଂଗୀତା ନାଏକ, ସୁଶୀଲ କୁମାର ଯାନୀ ଓ ନବୀନ ପ୍ରଧାନ,9 ନମ୍ବର ଜୋନ ପାଇଁ ସଚ୍ଚିଦାନନ୍ଦ ପ୍ରଧାନ ଓ ବସନ୍ତ କୁମାର ପ୍ରଧାନ,10 ନମ୍ବର ଜୋନ ପାଇଁ ବୃଷଭ କହଁର, ବ୍ରହ୍ମାଶଙ୍କର କହଁର ଓ ଶତପଥୀ ପ୍ରଧାନ,11 ନମ୍ବର ଜୋନ ପାଇଁ ଲୀନା ମହାପାତ୍ର,12 ନମ୍ବର ଜୋନ ପାଇଁ ସୁବୋଧ କୁମାର ପ୍ରଧାନ, ଗଣେଷ ମେହେର ଓ ଭଗବାନ ମେହେର,13 ନମ୍ବର ଜୋନ ପାଇଁ ରାଜେନ୍ଦ୍ର କୁମାର ମେହେର ଓ ଶୈଳେନ୍ଦ୍ର ପ୍ରଧାନ,14 ନମ୍ବର ଜୋନ ପାଇଁ କିଶୋର କୁମାର ମେହେର, ବିଜୟ ପ୍ରଧାନ, ସୁରେଶ ପାଣ୍ଡେ ଓ ପ୍ରଫୁଲ୍ଲ କୁମାର ପ୍ରଧାନ ଏବଂ 15 ନମ୍ବର ଜୋନ ପାଇଁ ଧନେଶ୍ୱରୀ ମେହେର ଓ ମମତା ପ୍ରଧାନ ନାମାଙ୍କନ ପତ୍ର ଦାଖଲ କରିଥିବା ଜଣାପଡିଛି l 11 ନମ୍ବର ଜୋନ ରେ ବିଜୁ ଜନତା ଦଳ ର ବରିଷ୍ଠ ନେତା ତାରେଣୀ ମହାପାତ୍ର ଙ୍କ ଭାଇ ସ୍ବର୍ଗତ ଅଶ୍ୱିନୀ କୁମାର ମହାପାତ୍ର ଙ୍କ ପତ୍ନୀ ଲୀନା ମହାପାତ୍ର ଜଣେ ମାତ୍ର ପ୍ରାର୍ଥୀନୀ ଭାବରେ ନାମାଙ୍କନ ପତ୍ର ଦାଖଲ କରି ନିର୍ଦ୍ୱନ୍ଦ୍ୱରେ ସମବାୟ ବ୍ୟାଙ୍କ ନିର୍ଦ୍ଦେଶକ ଭାବରେ ନିର୍ବାଚିତ ହୋଇଥିବା ବେଳେ ଅନ୍ୟ 14 ଟି ଜୋନ ରେ ପ୍ରତିଦ୍ବନ୍ଦୀତା ହେବ ବୋଲି ଜଣାପଡିଛି l ଦଳୀୟ ଚିହ୍ନ ରେ ନିର୍ବାଚନ ହେଉନଥିଲେ ମଧ୍ୟ ନିର୍ବାଚନ ରେ ସମବାୟ ବିଭାଗର ଗୁରୁତ୍ୱ ଯୋଗୁଁ ଶାସକ ଦଳ ସମସ୍ତ 15 ଟି ଜୋନ ଦାଖଲ କରିବା ଲକ୍ଷ୍ୟ ରେ ରଣନୀତି ପ୍ରସ୍ତୁତ କରିଥିବା ସୂଚନା ମିଳିଛି l ମନ୍ତ୍ରୀ ପ୍ରଦୀପ କୁମାର ଅମାତ, ଦଳୀୟ ପର୍ଯ୍ୟବେକ୍ଷକ ସୌଭାଗ୍ୟ କୁମାର ନାୟକ ଓ କଣ୍ଟାମାଳ ବିଧାୟକ ମହୀଧର ରଣା ଓ ଅନ୍ୟାନ୍ୟ ବିଜୁ ଜନତା ଦଳ ର ବରିଷ୍ଠ ନେତା ଙ୍କ ଉପସ୍ଥିତି ରେ ସମବାୟ ନିର୍ବାଚନ ରେ ନିର୍ଦ୍ଦେଶକ ପଦବୀ ପାଇଁ ପ୍ରାର୍ଥୀ ଚୟନ କରାଯାଇଥିବା ଜଣାପଡିଛି l ଗତକାଲି ପ୍ରାର୍ଥୀ ପତ୍ର ଦାଖଲ ର ଶେଷ ତାରିଖ ଥିବା ବେଳେ ଆସନ୍ତା 14 ତାରିଖ ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପରେ ଚୁଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ ଓ 30 ତାରିଖ ଦିନ ନିର୍ବାଚନ ହେବ ବୋଲି ସୂଚନା ମିଳିଛି l ବୌଦ୍ଧରୁ ଉଗ୍ରସେନ କର୍ମୀଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More