ବୌଦ୍ଧ ଏନଏସିର ବୁଲା ଗାଈ ଗୋରୁଙ୍କୁ ପ୍ରତିପାଳନ ନିମନ୍ତେ ମାହେଶ୍ୱରୀ ଗୋଶାଳାକୁ ହସ୍ତାନ୍ତର

11

Get real time updates directly on you device, subscribe now.

ବୌଦ୍ଧ(ସଂଘର୍ଷ ମିଡିଆ ) : ବୌଦ୍ଧ ଏନ ଏ ସି ମଧ୍ୟରେ ବୁଲୁଥିବା 50ଗୋଟି ଗାଈ ଗୋରୁଙ୍କୁ ମଥୁରା ପଂଚାୟତ ଦନ୍ତାପାଳି ସ୍ଥିତ ମାହେଶ୍ୱରୀ ଗୋଶାଳା ଓ ଜର ଆଶ୍ରମକୁ ହସ୍ତାନ୍ତର କରି ପ୍ରତିପୋଷଣ ନିମନ୍ତେ ଦାୟିତ୍ୱ ଅର୍ପଣ କରିଛନ୍ତି l ମାହେଶ୍ୱରୀ ଗୋଶାଳାରେ ବର୍ତ୍ତମାନ ସର୍ବମୋଟ 386 ଗୋଟି ଗୋମାତାଙ୍କୁ ତିନି ବର୍ଷରୁ ଉର୍ଦ୍ଧ ହେବ ପ୍ରତିପାଳନ କରି ଆସୁଥିବା ମାହେଶ୍ୱରୀ ଗୋଶାଳାର ଅଧକ୍ଷ ନିର୍ଗୁଣ ମହାକୁଡ଼ ଓ ସମ୍ପାଦକ କୃତ୍ତିବାସ ପଲିଆ ପ୍ରକାଶ କରିଛନ୍ତି l ଆଜି ବୌଦ୍ଧ ଗୋ ଶ୍ରଦ୍ଧା ଗୃହରୁ ସକାଳେ ରାଜବାଟି ମାହେଶ୍ୱରୀ ପିଠ ର ପୂଜକ ପୁରୁଷୋତ୍ତମ ମହାକୁଡ଼ ଗୋପୂଜନ କରିଥିବା ବେଳେ ଏନ ଏ ସି ନିର୍ବାହୀ ଅଧିକାରୀ ଇ. ମନରଞ୍ଜନ ପଣ୍ଡା, କର୍ମଚାରୀ ପ୍ରଫୁଲ୍ଲ ପଟ୍ଟନାୟକ, ପ୍ରଦୀପ ପ୍ରଧାନ ଯୋଗ ଦେଇ ହସ୍ତାନ୍ତର କରିଥିଲେ l ଏହି ଅବସରରେ ବିଶିଷ୍ଟ ଗୋସେବିକା ତାରାକାନ୍ତି ପଟେଲ, ବାବା କମଳ ଦଳେଇ, ପୁଷ୍ପାଞ୍ଜଳି ଦାସ ଉପସ୍ଥିତ ଥିଲେ l ପ୍ରାଣୀ କଲ୍ୟାଣ ମଞ୍ଚ ର ସମ୍ପାଦକ ଅରୁଣ ମେଣ୍ଡିଲି, ସଦସ୍ୟ ଦେବ ଥାଟି, ଧନଞ୍ଜୟ ପାତ୍ର ଓ ଅନ୍ୟମାନେ ସହଯୋଗ କରିଥିଲେ l ବୌଦ୍ଧ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More