ବୌଦ୍ଧରେ ହସ୍ତତନ୍ତ ବଜାର ପାଇଁ ଜିଲ୍ଲାପାଳଙ୍କ ସହିତ ବରଗଡ଼ ବ୍ୟବସାୟୀଙ୍କ ଆଲୋଚନା

10

Get real time updates directly on you device, subscribe now.

ବୌଦ୍ଧ(ସଂଘର୍ଷ ମିଡିଆ) : ବୌଦ୍ଧରେ ହସ୍ତ ତନ୍ତ ଓ ସମ୍ବଲପୁରୀ ଶାଢ଼ୀର ବଜାର ଖୋଲିବାକୁ ଜିଲ୍ଲାପାଳ ଶ୍ରୀଯୁକ୍ତ ସତ୍ୟରଞ୍ଜନ ସାହୁଙ୍କ ଉଦ୍ୟମ ଜାରି ରହିଛି l ଗତ ମାସ 28 ତାରିଖ ଦିନ ଏହାକୁ ବାସ୍ତବ ରୂପ ଦେବା ପାଇଁ ବୌଦ୍ଧ ଜିଲ୍ଲାପାଳ ବରଗଡ଼ ବାଲିଯୋରୀ ଠାରେ ଥିବା କପଡା ବଜାର ପରିଦର୍ଶନ କରିଥିଲେ l ସେଠାରେ ପ୍ରତ୍ୟକ୍ଷ ଅନୁଧ୍ୟାନ କରିବା ସହ ସ୍ଥାନୀୟ ବ୍ୟବସାୟୀଙ୍କ ସହିତ ଆଲୋଚନା କରିଥିଲେ ଏବଂ ବୌଦ୍ଧକୁ ବ୍ୟବସାୟୀ ମାନଙ୍କୁ ଆସିବାକୁ ଅନୁରୋଧ କରିଥିଲେ l ବୌଦ୍ଧ ଜିଲ୍ଲାପାଳଙ୍କ ସହ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ର ପ୍ରକଳ୍ପ ନିର୍ଦ୍ଦେଶକ ଅଶ୍ୱିନୀ କୁମାର ମେହେର ଓ ବୌଦ୍ଧ ସଦର ତହସିଲଦାର ଦେବୀ ପ୍ରସାଦ ଦାସ ବରଗଡ଼ ବାଲିଯୋରୀ ବଜାରକୁ ପରିଦର୍ଶନରେ ଯାଇଥିଲେ l ଏହି ପରିପ୍ରେକ୍ଷୀରେ ଆଜି ବରଗଡ଼ର ବ୍ୟବସାୟୀ ପ୍ରମୋଦ ମେହେରଙ୍କ ନେତୃତ୍ୱରେ ସର୍ବଶ୍ରୀ ପ୍ରକାଶ ମେହେର,ଅଯୋଧ୍ୟା ମେହେର, ଶିବ ମେହେର, ନବ ମେହେର, ଚେୟାରମେନ ମେହେର, ଘନଶ୍ୟାମ ମେହେର, ଗିରିଧାରୀ ମେହେର, ଶ୍ରିଫଳା ମେହେର, ମନୋହର ମେହେର, ଜୟକୁମାର ମେହେରଓ ରବୀନ୍ଦ୍ର ମେହେର ଯୋଗ ଦେଇ ଜିଲ୍ଲାପାଳଙ୍କ ସହିତ ବୌଦ୍ଧ ରେ ହସ୍ତ ତନ୍ତ ଓ ସମ୍ବଲପୁରୀ ବସ୍ତ୍ରର ବ୍ୟବସାୟ ସଫଳ ହୋଇପାରିବ ସେ ବିଷୟରେ ଆଲୋଚନା କରିଥିଲେ lବୌଦ୍ଧରୁ ଉଗ୍ରସେନ କର୍ମୀଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More