ବୌଦ୍ଧରେ ଶେଷ ହେଲା କଳାକାର ଚୟନ ପ୍ରକ୍ରିୟା

10

Get real time updates directly on you device, subscribe now.

ବୌଦ୍ଧ(ସଂଘର୍ଷ ମିଡିଆ) : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପ୍ରାୟୋଜିତ ପଂଜିକୃତ କଳାକାରଙ୍କ ଦୁଇଦିନିଆ ଚୟନ ପ୍ରକ୍ରିୟା ବୌଦ୍ଧ ଟାଉନହଲଠାରେ ଶାନ୍ତି ଶୃଙ୍ଖଳାର ସହିତ ଶେଷ ହୋଇଛି । ଏହି ଚୟନ କାର୍ଯ୍ୟକ୍ରମରେ ଜିଲ୍ଲାର ବଛା ବଛା ୨୧ ଗୋଟି ସାଂସ୍କୃତିକ ଦଳ ଅଂଶଗ୍ରହଣ କରି ସେମାନଙ୍କର କଳା ପ୍ରଦର୍ଶନ କରିଥଲେ । ସେମାନଙ୍କ ମଧ୍ୟରୁ ଗୌର ନିତାଇ ସଂକୀର୍ତ୍ତନ ମଣ୍ଡଳୀ କରଞ୍ଜକଟା,ରାଧାକୃଷ୍ଣ ସଂକୀର୍ତ୍ତନ ମଣ୍ଡଳୀ ପଲସପାଟ,ଜାଗୃତୀ ବିଜୟା ପାଲା ସଂସଦ, ମହାକୁଡ ପାଲି,ଯାତ୍ରୀ ଖଟଖଟିଆ,ପୁର୍ଣ୍ଣମାସୀ ସଂକୀର୍ତ୍ତନ ମଣ୍ଡଳୀ ବାଉଁଶୁଣୀ ଟିକିରାପଡା,ଗେହ୍ଲାମା କଳାନିକେତନ ବୌଦ୍ଧ,ରାମଲୀଳା ନାଟ୍ୟ ସଂସଦ ବାଉଁଶୁଣୀ ଛକ,ଶ୍ରୀଚୈତନ୍ୟ ଠାକୁର ସଂକୀର୍ତ୍ତନ ମଣ୍ଡଳୀ,ଆକୃତି ବୌଦ୍ଧ,ରୁଦ୍ର ଭୈରବୀ କ୍ଲବ ବୌଦ୍ଧ ଓ ପ୍ରଣାମ ଅନୁଷ୍ଠାନ ବୌଦ୍ଧ ସର୍ବଶ୍ରେଷ୍ଠ ବିବେଚିତ ହୋଇଥିଲେ । ସେହିପରି ଶ୍ରୀଶ୍ରୀ ଜଗାବଳିଆ ସାଂସ୍କୃତିକ ମଣ୍ଡଳୀ ହାଟଗାଁ ,ବାବା ଚମ୍ପେଶ୍ୱର କଳା ପରିଷଦ କେଲାକଟା,ଗୌତମ ବୁଦ୍ଧ ରାଷ୍ଟ୍ରୀୟ ଶାନ୍ତି ପରିଷଦ କେଳାକଟା,ମା ପୁର୍ଣ୍ଣମାସୀ ପାଲା ସଂସଦ ବ୍ରାହ୍ମଣୀ,ମା ପନ୍ଥେଇ ଦୁର୍ଗା ପାଲା ସଂସଦ ବଡଖଲିଗାଁ ମଧ୍ୟ ସେମାନଙ୍କର ଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଚାରକ ଭାବେ ଲକ୍ଷ୍ମଣ ମହାପାତ୍ର. ତୁଷାରକାନ୍ତ ପଟ୍ଟନାୟକ , ଭବାନୀ ଶଙ୍କର ମହାପାତ୍ର. ହରିହର ପ୍ରଧାନ, ବାସୁଦେବ ପାତ୍ର, ବସନ୍ତ କୁମାର ବୋଷ ପ୍ରମୁଖ ଯୋଗ ଦେଇଥିଲେ । ଜିଲ୍ଲା ସଂସ୍କୃତି ଅଧିକାରୀ ଶୁକ୍ରୁ ସ୍ୱାଇଁ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରା ଓ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହ କାର୍ଯ୍ୟକ୍ରମକୁ ତଦାରଖ କରିବା ସହ ଯୋଗଦେଇଥିବା କଳାକାର ମାନଙ୍କୁ ଉତ୍ସାହିତ କରିଥିଲେ । ସର୍ବଶ୍ରେଷ୍ଠ କଳା ପ୍ରଦର୍ଶନ କରିଥିବା ସାଂସ୍କୃତିକ ଦଳ ଗୁଡିକୁ ଆଗାମୀ ଦିନରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ କରାଯିବ ବୋଲି ଜଣାପଡିଛି ।ବୌଦ୍ଧରୁ ଉଗ୍ରସେନ କର୍ମୀଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More