ବୌଦ୍ଧରେ ବିଶ୍ୱ ମ୍ୟାଲେରିଆ ଦିବସ ପାଳିତ

23

Get real time updates directly on you device, subscribe now.

ବୌଦ୍ଧ(ସଂଘର୍ଷ ମିଡିଆ ) : ଚରଦା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଚରଦା ଠାରେ ବିଶ୍ୱ ମ୍ୟାଲେରିଆ ଦିବସ ପାଳିତ ହୋଇଯାଇଅଛି l ଏହି ଦିବସ ପାଳନ ଉପଲକ୍ଷେ ଚରଦା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ନେଇ ମ୍ୟାଲେରିଆ ଦିବସର ସଚେତନତା ପାଇଁ ଏକ ପଦଯାତ୍ରା ଅନୁଷ୍ଠିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମଟିକୁ ମକୁନ୍ଦପୁର ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରର ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଶ୍ରୀମତୀ ଅନୁପମା ସାହୁ ଙ୍କ ତତ୍ୱାବଧାନରେ ମହିଳା ସ୍ୱାସ୍ଥ୍ୟ କର୍ମୀ ଶ୍ରୀମତୀ ସୁଜାତାରାଣୀ ଭୋକ୍ତା, ଆଶା ଦିଦି ଶ୍ରୀମତୀ ସୁଦେଷ୍ନା ନାଏକ, ଅଙ୍ଗନବାଡି କର୍ମୀ ଶ୍ରୀମତୀ ଭାଗ୍ୟବତୀ ରାଉତଙ୍କ ଦ୍ୱାରା ସଂଗଠିତ କରାଯାଇଥିଲା. ଏହି ପଦଯାତ୍ରା ପରେ ଚରଦା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଥିଲା. ଏଥିରେ ଚରଦା ଗ୍ରାମର ଗ୍ରାମବାସୀ, ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଆଦି ଉପସ୍ଥିତ ଥିଲେ. ଏହି କାର୍ଯ୍ୟକ୍ରମ ଗୁଡିକର ମୁଖ୍ୟ ଉଦ୍ଦେଶ୍ୟ ହେଲା ଗ୍ରାମବାସୀ ମାନଙ୍କୁ ମ୍ୟାଲେରିଆ ରୋଗର କାରଣ, ଏହାର ଲକ୍ଷଣ, ଚିକତ୍ସା ଏବଂ ନିରାକରଣ ଏବଂ କିପରି ବିଭିନ୍ନ ଅଭିନଵ ପନ୍ଥା ଅନୁସରଣ କରି ମ୍ୟାଲେରିଆ ପ୍ରକୋପ କମାଇବା ଓ ଜୀବନ ରକ୍ଷା କରିବା ସେ ବିଷୟରେ ଅବଗତ କରାଯାଇଥିଲା l ବୌଦ୍ଧରୁ ଉଗ୍ରସେନ କର୍ମୀଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More