ବୌଦ୍ଧରେ ବାହୁଡା ଯାତ୍ରା ଧୁମଧାମରେ ପାଳିତ

31

Get real time updates directly on you device, subscribe now.

ବୌଦ୍ଧ(ସଂଘର୍ଷ ମିଡିଆ ) : : ବୌଦ୍ଧର ପ୍ରସିଦ୍ଧ ବାହୁଡା ଯାତ୍ରା ମହାସମାରୋହରେ ପାଳିତ ହୋଇଯାଇଛି । ପ୍ରଭୁ ଶ୍ରୀଜଗନ୍ନାଥ ଭାଇ ଭଉଣୀଙ୍କ ସହ ନଅ ଦିନର ଲୀଳାଖେଳା ପରେ ନିଜ ମନ୍ଦିରକୁ ବାହୁଡିଛନ୍ତି । ମାଉସୀ ମା ମନ୍ଦିରରେ ସକାଳ ନୀତିକାନ୍ତି ପରେ ତିନି ଠାକୁରଙ୍କୁ ସ୍ୱତନ୍ତ୍ର ବେଶ କରାଯିବାପରେ ଅପରାହ୍ନ ୪ ଟାରେ ବ୍ରାହ୍ମଣସେବକମାନଙ୍କ ଦ୍ୱାରା ତିନି ଠାକୁରଙ୍କୁ ମନ୍ଦିରରୁ ବାହାରକୁ ଅଣାଯାଇ ଗୋଟିପହଣ୍ଡିରେ ନିଆଯାଇଥିଲା । ଏହି ସମୟରେ ଭକ୍ତମାନଙ୍କ ଦ୍ୱାରା ବଡଦାଣ୍ଡର ବିଭିନ୍ନ ସ୍ଥାନରେ ପରମ୍ପରା ମୁତାବକ ବାଟଭୋଗ ସବୁ ଲାଗି କରାଯାଇଥିଲା । ବ୍ରାହ୍ମଣସେବକଙ୍କ କାନ୍ଧରେ ତିନିଠାକୁର ଝୁଲି ଝୁଲି ପହଣ୍ଡିଯାତ୍ରାରେ ଯିବାବେଳେ ସଂକୀର୍ତ୍ତନ , ଘଣ୍ଟ,ଶଙ୍ଖ ନାଦରେ ବଡଦାଣ୍ଡ ପ୍ରକମ୍ପିତ ହୋଇଥିଲା । ଠାକୁରମାନଙ୍କୁ ରଥାରୁଢ କରାଯିବାପରେ ପରମ୍ପରା ଅନୁଯାୟୀ ଶିଶୁମାନଙ୍କ ରଥ ଛୁଆଁ ଓ ବୌଦ୍ଧ ରାଜପରିବାରର ସତ୍ତ୍ଵlଧାରୀ ଦେବେନ୍ଦ୍ର ପ୍ରସାଦ ଦେବଙ୍କ ଦ୍ୱାରା ଛେରା ପହଁରା ନିତି ସଂପୂର୍ଣ୍ଣ ହୋଇଥିଲା । ସନ୍ଧ୍ୟା ସମୟରୁ ଝିପି ଝିପି ବର୍ଷା ସତ୍ତ୍ୱେ ରଥାରୁଢ ତିନି ଠାକୁରଙ୍କୁ ଦର୍ଶନ କରିବାକୁ ପ୍ରବଳ ଭକ୍ତଙ୍କ ସମାଗମ ହୋଇଥିଲା । ସେହିପରି ହରିଗୁଢି ରଥରେ ତିନି ଠାକୁର ରଥାରୁଢ ହେବାପରେ ପରମ୍ପରା ଅନୁଯାୟୀ ମହିଳା ମାନେ ରଥ ଟାଣିଥିଲେ । ଜିଲ୍ଲା ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଧାରା ବିବରଣୀ ପ୍ରଦାନ ସହିତ ସୂଚନା କେନ୍ଦ୍ର ଖୋଲାଯାଇ ଉତ୍କଳ ପ୍ରସଙ୍ଗ ବିକ୍ରୟ କରାଯାଇଥିଲା । ଅଧ୍ୟାପକ ପ୍ରତାପ କୁମାର ରଥ,ଚନ୍ଦ୍ରକାନ୍ତ ନାଏକ,ହୃଷିକେଶ ପ୍ରଧାନ,ଇଂ. ସଞ୍ଜୟ କୁମାର ପଣ୍ଡା,ସୁଶାନ୍ତ କୁମାର ମହାପାତ୍ର .ଜ୍ଞାନ ରଞ୍ଜନ ଶତପଥୀ,ଉମେଶ ପ୍ରସାଦ ମେହେର,ସନ୍ତୋଷ କର୍ଣ୍ଣ,ଦୁଃଖିଶ୍ୟାମ ବେହେରା,ଶିବଦତ୍ତ ପଟ୍ଟନାୟକ ପ୍ରମୁଖ ଧାରା ବିବରଣୀ ପ୍ରଦାନ କରିଥିଲେ । ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର,ଏସପି ଜ୍ଞାନରଞ୍ଜନ ମହାନ୍ତି, ଅତିରିକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରା,ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଅଶ୍ୱିନୀ କୁମାର ମେହେର,ଉପଜିଲ୍ଲାପାଳ ସନତ କୁମାର ନାଏକ, ତହସିଲଦାର ଦେବୀ ପ୍ରସାଦ ଦାଶ,ସଂସ୍କୃତି ଅଧିକାରୀ ଶୁକ୍ରୁ ସ୍ୱାଇଁ ଓ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରିତାକାନ୍ତିି ବଳିୟାରସିଂହ ପ୍ରମୁଖ ଉପସ୍ଥିତ ରହିତ ବାହୁଡା ଯାତ୍ରାର ବିଭିନ୍ନ କାର୍ଯ୍ୟ ତଦାରଖ କରିବା ସହିତ ରଥ ଟାଣିଥିଲେ । କିନ୍ତୁ ପ୍ରଶାସନ ପକ୍ଷରୁ ପୂର୍ବ ପ୍ରସ୍ତୁତି ଓ ବାରମ୍ବାର ନିବେଦନ ସତ୍ତ୍ୱେ ପହଣ୍ଡି ଓ ରଥ ଟଣାରେ ବହୁ ବିଳିମ୍ବ ଯୋଗୁଁ ଦୂର ଦୁରାନ୍ତରୁ ଆସିଥିବା ଭକ୍ତମାନେ ରଥ ଟଣା ଶେଷ ନହେବା ପୁର୍ବରୁ ଚାଲିଯିବା ସହ ବିଳମ୍ବ ଯୋଗୁଁ ବହୁ ଭକ୍ତଙ୍କ ମନରେ ଅଶାନ୍ତି ଭାବ ପ୍ରକାଶ ପାଇଥିଲା । ଜନଗହଳିକୁ ଦୃଷ୍ଟିରେ ରଖି ଜିଲ୍ଲା ପୋଲିସ ପକ୍ଷରୁ ବ୍ୟାପକ ଭାବରେ ପୋଲିସ ମୃତୟନ ହୋଇଥିଲେ । ତେବେ ରଥଯାତ୍ରା ଭଳି ବାହୁଡାଯାତ୍ରା ମଧ୍ୟ ସକାଳୁ ପହଣ୍ଡି ଆରମ୍ଭ କରାଯାଇ ଠିକ୍ ସମୟରେ ରଥଟଣା ହୋଇଥିଲେ ବହୁ ଭକ୍ତ ରଥାରୁଢ ଠାକୁରଙ୍କ ଦର୍ଶନ କରିପାରିଥାନ୍ତେ ବୋଲି ସାଧାରଣରେ ମତପ୍ରକାଶ ପାଇଛି ।ବୌଦ୍ଧରୁ ଉଗ୍ରସେନ କର୍ମୀଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More