ବୌଦ୍ଧରେ ପ୍ରଥମ ଥର ଵିଜ୍ଞାପନ ପୁସ୍ତିକା ପ୍ରକାଶିତ

16

Get real time updates directly on you device, subscribe now.

ବୌଦ୍ଧ(ସଂଘର୍ଷ ମିଡିଆ) : – ବୌଦ୍ଧରେ ପ୍ରଥମ ଥର ପାଇଁ ଏକ ଵିଜ୍ଞାପନ ପୁସ୍ତିକା ପ୍ରକାଶିତ ହୋଇଛି l ବୌଦ୍ଧର ସମସ୍ତ ସ୍ଥାୟୀ ବାସିନ୍ଦା ଏବଂ ବ୍ୟବସାୟିକ ପ୍ରତିଷ୍ଠାନକୁ ଏହା ପ୍ରତି ମାସ ମାଗଣlରେ ବଣ୍ଟନ କରାଯିବ l ଉକ୍ତ ପୁସ୍ତକରେ ଜ଼ିଲ୍ଲା ପ୍ରଶାସନ ସମେତ ବୌଦ୍ଧ ଜ଼ିଲ୍ଲାରେ ଥିବା ବିଭିନ୍ନ ସଂଗଠନର ସଭାପତି /ସମ୍ପାଦକ ଓ ସଭ୍ୟ, ସଭ୍ୟାଙ୍କ ଫଟୋ ଚିତ୍ର ସହ ଯୋଗାଯୋଗ ନମ୍ବର ଦିଆ ଯାଇଛି l ଜରୁରୀ କାଳୀନ ସେବା ଓ ଯୋଗାଯୋଗ ନମ୍ବର ଗୁଡିକ ଉକ୍ତ ପୁସ୍ତକ ରେ ଅପଡେଟ ହୋଇ ସମସ୍ତଙ୍କ ପାଖରେ ପହଂଚିବ l ସମସ୍ତଙ୍କୁ ସ୍ୱାବଲମ୍ବୀ କରି ବୌଦ୍ଧର ଅର୍ଥନୈତିକ କ୍ଷେତ୍ରକୁ ମଜଭୁତ କରିବା ଏହାର ଲକ୍ଷ୍ୟ l ଛାତ୍ର, ଛାତ୍ରୀଙ୍କ ଠାରୁ ଗୃହିଣୀ ପର୍ଯ୍ୟନ୍ତ ସମସ୍ତେ ନିଜର ସମୟlନୁସାରେ ନିଜର ଆର୍ଥିକ ସ୍ଥିତିକୁ ସ୍ୱଚ୍ଛଳ କରିବାରେ ଏହା ସହାୟକ ହେବ l ଆଜ ତା.(10.11.2022 ରିଖ,) ଏହି ପୁସ୍ତିକାକୁ ବୌଦ୍ଧ ଅତିରିକ୍ତ ଜ଼ିଲ୍ଲାପାଳ ବବିତାରାଣି ଦଳବେହେରା, ଅଧ୍ୟକ୍ଷ, ଏନ. ଏ. ସି. ମୃତ୍ୟୁଞ୍ଜୟ ମିଶ୍ର, ଆଇ. ଆଇ. ସି. ମାଧବା ନନ୍ଦ ନାୟକ ଏବଂ ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାର ସିଂହ ନିଜ ନିଜ କାର୍ଯ୍ୟାଳୟ ପରିସରରେ ଏହି ପୁସ୍ତିକା କୁ ଉନ୍ମୋଚନ କରିଥିଲେ l ଏହି ପୁସ୍ତିକା ର ଉନ୍ମୋଚନ ସମୟରେ ଏହି ପୁସ୍ତକର ପ୍ରକାଶକ ପୂର୍ଣଚନ୍ଦ୍ର ସାହୁ, ଜ଼ିଲ୍ଲା ପାଠଗାର ର ପାଠକ, ପାଠିକା ଉପସ୍ଥିତ ଥିଲେ lରିପୋର୍ଟ, ଉଗ୍ରସେନ କର୍ମୀ, ବୌଦ୍ଧ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More