ବୌଦ୍ଧରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ

8

Get real time updates directly on you device, subscribe now.

ବୌଦ୍ଧ(ସଂଘର୍ଷ ମିଡିଆ) : – ବୌଦ୍ଧ ଜିଲ୍ଲାରେ ବଢ଼ିବାରେ ଲାଗିଛି ତାପମାତ୍ରା । ବିଗତ କିଛିଦିନ ହେଲା ଦିନବେଳା ପ୍ରବଳ ଖରା ଅନୁଭୂତ ହେଉଛି । ସୋମବାର ୪୩.୫ ଡ଼ିଗ୍ରୀ ସେଲସିଅସ ତାପମାତ୍ରା ରହିଥିବା ବେଳେ ବୌଦ୍ଧ ରାଜ୍ୟରେ ଦ୍ୱିତୀୟ ଉତ୍ତପ୍ତ ସହରରେ ପରିଗଣିତ ହୋଇଥିଲା । ମହାନଦୀ କୂଳରେ ବୌଦ୍ଧ ଜିଲ୍ଲା ଅବସ୍ଥିତ । କିନ୍ତୁ ମହାନଦୀରେ ପାଣି ନଥିବାରୁ ନଦୀ ଶଯ୍ୟାର ପଥର ଓ ବାଲିର ଉତ୍ତାପ ବିକିରଣ ସହରକୁ ଆହୁରି ଉତ୍ତପ୍ତ କରିପକାଉଛି ଏହି ଟାଣଖରା । ଟାଣ ଖରା ଯୋଗୁଁ ସକାଳ ୯ଟା ପରେ ଘରୁ ବାହାରିବା କଷ୍ଟକର ହୋଇପଡୁଛି। ରାସ୍ତାଘାଟ ଶୂନଶାନ ହୋଇଯାଉଛି l ଅତି ଜରୁରୀ କାମ ନଥିଲେ ଲୋକେ ଘରୁ ବାହାରକୁ ବାହାରୁ ନାହାନ୍ତି l ଘରୁ ବାହାରିଲେ ଲୋକେ କଳାଚଷମା, ଓଦା ଗାମୁଛା କିମ୍ବା ଟୋପି ମୁଣ୍ଡରେ ପକେଇ ବାହାରୁଛନ୍ତି । ଅନ୍ୟପଟେ ଲୋକେ ଖରାଦାଉରୁ ରକ୍ଷା ପାଇବା ପାଇଁ ମୃଦୁ ପାନୀୟ , ଜୀବନ ଜଳ, ଲସି, ଆଖୁ ରସ ଆଦି ଦୋକାନରେ ଭିଡ଼ ଜମାଉଛନ୍ତି । ପ୍ରଚଣ୍ଡ ରୌଦ୍ରତାପ ଯୋଗୁଁ ଶୁଖିବାରେ ଲାଗିଛି ଜଳାଶୟ । ଯାହାଫଳରେ ଜୀବଜନ୍ତୁ ପାଣି ଟିକେ ପାଇଁ ଡହଳବିକଳ ହେଉଛନ୍ତି । ସେପଟେ ଖରାକୁ ଦୃଷ୍ଟିଦେଇ ପାଣିପାଗ ବିଭାଗ ଜିଲ୍ଲାକୁ ୟେଲୋ ୱାର୍ନିଙ୍ଗ ଜାରି କରିଥିବାବେଳେ ଜିଲ୍ଲା ପ୍ରଶାସନ ମଧ୍ୟ ଅଂଶୁଘାତରୁ ରକ୍ଷା ପାଇବାପାଇଁ ସତର୍କ ସୂଚନା ଜାରି କରିଛି । ଜିଲ୍ଲାରେ କିଛି ସ୍ଥାନରେ ଜଳଛତ୍ର ଖୋଲିଥିଲେ ସୁଦ୍ଧା ଅନେକ ସ୍ଥାନରେ ଏବେବି ଜଳଛତ୍ର ଖୋଲି ନଥିବାରୁ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି । ଯଥାଶୀଘ୍ର ଜନଗହଳି ସ୍ଥାନ ଗୁଡ଼ିକରେ ଜଳଛତ୍ର ଖୋଲିବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି । ଜିଲ୍ଲାରେ ୨ ଦିନ ହେଲା ପ୍ରବଳ ଖରା ଯୋଗୁଁ ତାପମାତ୍ରା ୪୩ ଡିଗ୍ରୀ ଉପରେ ରହୁଥିବା ବେଳେ ଗତ 16 ତାରିଖରେ ବୌଦ୍ଧ 42.5 ଡିଗ୍ରୀ ସେଲସିଅସ ତାପମାତ୍ରା ସହିତ ରାଜ୍ୟର ସର୍ବାଧିକ ଉତ୍ତପ୍ତ ସହର ଥିଲା l ସେହିପରି ମଙ୍ଗଳବାର ମଧ୍ୟ 43.7 ଡିଗ୍ରୀ ସେଲସିଅସ ତାପମାତ୍ରା ସହ ରାଜ୍ୟର ତୃତୀୟ ସର୍ବାଧିକ ଉତ୍ତପ୍ତ ସହର ରହିଛି ବୌଦ୍ଧ l ଏଭଳି ସ୍ଥିତିରେ ପ୍ରବଳ ଖରା ସାଙ୍ଗକୁ ଝାଞ୍ଜି ପବନରେ ଜନସାଧାରଣ ଆଉଟୁ ପାଉଟୁ ହେଉଥିବା ବେଳେ କେବେ ଏଥିରୁ ଆଶ୍ବସ୍ତି ମିଳିବ ତାକୁ ଲୋକେ ଅନାଇ ରହିଛନ୍ତି lରିପୋର୍ଟ, ଉଗ୍ରସେନ କର୍ମୀ, ବୌଦ୍ଧ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More