ବୌଦ୍ଧରେ ଜିଲ୍ଲା ସ୍ତରୀୟ ଶ୍ରମିକ ଦିବସ ପାଳିତ

32

Get real time updates directly on you device, subscribe now.

ବୌଦ୍ଧ(ସଂଘର୍ଷ ମିଡିଆ ) : ବୌଦ୍ଧ ଟାଉନ ହଲ ଠାରେ ଆନ୍ତର୍ଜାତୀୟ ଶ୍ରମିକ ଦିବସ ଏବଂ ଜ଼ିଲ୍ଲା ସ୍ତରୀୟ ମଇ ଦିବସ ପାଳିତ ହୋଇ ଯାଇଛି l ଦିବସର ମୁଖ୍ୟ ଅତିଥି ଭାବେ ଜ଼ିଲ୍ଲା ପରିଷଦ ଅଧ୍ୟକ୍ଷl ପ୍ରଭାସିନୀ ଦାସ, ସମ୍ମାନିତ ଅତିଥି ଭାବେ ଅଧ୍ୟକ୍ଷ, ଏନ. ଏ. ସି., ବୌଦ୍ଧ ମୃତ୍ୟଞ୍ଜୟ ମିଶ୍ର, ଅତିରିକ୍ତ ଜ଼ିଲ୍ଲାପାଳ ବବିତାରାଣୀ ଦଳବେହେରା, ମୁଖ୍ୟ ବକ୍ତା ଭାବେ ଡ. ଉଦୟନାଥ ମାଝୀ ଯୋଗ ଦେଇ ଥିବା ବେଳେ ଜ଼ିଲ୍ଲାପାଳ ଶ୍ରୀଯୁକ୍ତ ଲଲାଟେନ୍ଦୁ ମିଶ୍ର ସଭା ରେ ସଭାପତିତ୍ୱ କରିଥିଲେ l ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ, ବସନ୍ତ କୁମାର ସାହୁ ଅତିଥି ମାନଙ୍କୁ ସ୍ୱାଗତ, ପରିଚୟ ପ୍ରଦାନ ଏବଂ ସଭା ସଂଯୋଜନା କରିଥିଲେ l ଜ଼ିଲ୍ଲା ଶ୍ରମ ଅଧିକାରୀ ଶ୍ରୀ ପ୍ରସନ୍ନ କୁମାର ପ୍ରଧାନ ସଭାରେ ନିଜ ବିଭାଗର ବିବରଣୀ ପାଠ ସହ ଶ୍ରମ ଆଇନ, ସରକାର ଙ୍କ ବିଭିନ୍ନ ସହାୟତା ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ l ସମସ୍ତ ଅତିଥି ବୃନ୍ଦ ନିଜ ନିଜ ବକ୍ତବ୍ୟ ରେ ଶ୍ରମିକ ମାନଙ୍କୁ ଉତ୍ସାହିତ କରିଥିଲେ l ଶ୍ରମିକ ମାନଙ୍କ ସୁବିଧା ପାଇଁ ସରକାର ବିଭିନ୍ନ ଶ୍ରମ ଆଇନ ପ୍ରଣୟନ କରି ସେମାନଙ୍କ ସାମାଜିକ ନିରାପତ୍ତl ଉପରେ ଧ୍ୟାନ ଦେବାସହ ଗାଁର ଚାଳ ଘର ହେଉ ବା ସହର ର ବଡ଼ କୋଠାଘର ହେଉ ସବୁ କାମରେ ଶ୍ରମିକ ଙ୍କ ହାତ ର ସ୍ପର୍ଶ ଲାଗିଥାଏ ବୋଲି ବକ୍ତବ୍ୟରେ ଶ୍ରମିକ ମାନଙ୍କୁ ଉତ୍ସl ହିତ କରିଥିଲେ l ଜ଼ିଲ୍ଲା ପ୍ରଶାସନ ସହ ଯୋଗାଯୋଗ କରି ବିଭିନ୍ନ ଯୋଜନା ରୁ ସେମାନେ ଉପକୃତ ହୋଇପାରିବେ ବୋଲି ଅତିଥି ବୃନ୍ଦ ମତ ରଖିଥିଲେ l ପରେ ପରେ ଶ୍ରମିକ ମାନଙ୍କୁ ଶ୍ରମ କାର୍ଡ ଏବଂ ବିଭିନ୍ନ ଯୋଜନା ରେ ସହାୟତl ରାଶି ବଣ୍ଟନ ସହ ଖବର କାଗଜ ବିତରକ ଙ୍କୁ ଅତିଥି ବୃନ୍ଦ ପରିଚୟ ପତ୍ର ବଣ୍ଟନ କରିଥିଲେ l ପ୍ରସୂତି କାଳିନ ସହାୟତା ରେ 119ଜଣ ଙ୍କୁ 1190000/-, ମୃତ୍ୟୁ କାଳିନ ସହାୟତା ରେ 226 ଜଣ ଙ୍କୁ 42900000/-, ଅନ୍ତେଷ୍ଟି କ୍ରିୟା ପାଇଁ 226ଜଣ ଙ୍କୁ 1130000/-,200 ଜଣଙ୍କୁ ପରିଚୟ ପତ୍ର ବଣ୍ଟନ ବ୍ୟବସ୍ଥା ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ରେ ଉପକୃତ ହୋଇ ଥିବା ବେଳେ 2021-22ଆର୍ଥିକ ବର୍ଷ ରେ ଡିଭିଜନାଲ ଶ୍ରମ କମିଶନର, ବୌଦ୍ଧ ପକ୍ଷ ରୁ 233 ଜଣଙ୍କୁ ଶିକ୍ଷା ପାଇଁ 1027200/-,10 ଜଣଙ୍କୁ ବିବାହ ସହାୟତା ପାଇଁ 500000/-, ପ୍ରସୂତି କାଲୀନ ସହାୟତା ରେ 159 ଜଣ ଙ୍କୁ 1590000/-, ମୃତ୍ୟୁ କାଳୀନ ସହାୟତା ପାଇଁ 277ଜଣ ଙ୍କୁ 52200000/-, ଅନ୍ତେଷ୍ଟି କ୍ରିୟା ପାଇଁ 277ଜଣଙ୍କୁ 1385000 /- ଏହିଭଳି ସର୍ବମୋଟ 956 ଜଣଙ୍କୁ 56702200/- ସହାୟତା ରାଶି ଦିଆ ଯିବା ବିଷୟରେ ଶ୍ରୀ ପ୍ରଧାନ ସୂଚନା ପ୍ରଦାନ କରିଥିଲେ l କାର୍ଯ୍ୟକ୍ରମ ଶେଷରେ ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାର ସିଂହ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ବହୁ ଶ୍ରମିକ, ବିଭିନ୍ନ ଟ୍ରେଡ଼ ୟୁନିଅନ ର କର୍ମକର୍ତ୍ତା, ଗଣ ମାଧ୍ୟମ ପ୍ରତିନିଧି (ଉଭୟ ଇଲେକ୍ଟ୍ରୋନିକ୍ସ ଏବଂ ପ୍ରିଣ୍ଟ ମିଡ଼ିଆ ), ୟୁଥ ରେଡକ୍ରସର ସମ୍ପାଦକ ତଥା ଅଧ୍ୟାପକ ପ୍ରବୀର ଦାସ,ବାଲ୍ୟ ବିବାହ ନିଷେଧ ପରାମର୍ଶଦାତ୍ରୀ ପ୍ରବୀଜ୍ଞ୍ୟା ଦାସ, ସ୍ଥପତି ସୁମନ ଷଡ଼ଙ୍ଗୀ ଏବଂ ବୁଦ୍ଧି ଜିବି ମାନେ ଉପସ୍ଥିତ ଥିଲେ l ଜ଼ିଲ୍ଲା ଶ୍ରମ ଅଧିକାରୀଙ୍କ କାର୍ଯ୍ୟlଳୟ ଏବଂ ଡି. ଆଇ. ପି. ଆର. ଓ ଅଫିସର କର୍ମଚାରୀମାନେ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ lବୌଦ୍ଧରୁ ଉଗ୍ରସେନ କର୍ମୀଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More