ବୌଦ୍ଧରେ କଳାକାରଙ୍କ ପାଇଁ ଦୁଇ ଦିନିଆ ଚୟନ ପ୍ରକ୍ରିୟା ଆରମ୍ଭ

30

Get real time updates directly on you device, subscribe now.

ବୌଦ୍ଧ(ସଂଘର୍ଷ ମିଡିଆ ) : ଆଜି ଠାରୁ ବୌଦ୍ଧ ଜିଲ୍ଲାରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପ୍ରାୟୋଜିତ ପଂଜିକୃତ କଳାକାରଙ୍କ ଦୁଇଦିନିଆ ଚୟନ ପ୍ରକ୍ରିୟା ବୌଦ୍ଧ ଟାଉନହଲଠାରେ ଆରମ୍ଭ ହୋଇଛି । କାର୍ଯ୍ୟକ୍ରମର ପ୍ରଥମ ଦିନରେ ହରଭଙ୍ଗା ଏବଂ କଣ୍ଟାମଳ ବ୍ଲକର ବଛା ବଛା ସାଂସ୍କୃତିକ ଦଳ ଯେଉଁମାନେ କି ଅନଲାଇନ ମାଧ୍ୟମରେ ପଂଜିକୃତ ହୋଇଥିଲେ ସେହି କଳାକାରମାନେ ଏହି ଚୟନ ପ୍ରକ୍ରିୟାରେ ଯୋଗଦେଇଥିଲେ । 8 ତାରିଖ ଦିନ ବୌଦ୍ଧ ଏନଏସି ଓ ବୌଦ୍ଧ ବ୍ଳକର କଳାକାରମାନେ ଏହି ଚୟନ ପ୍ରକ୍ରିୟାରେ ଭାଗନେବେ । ଏହି କାର୍ଯ୍ୟକ୍ରମରେ ବିଚାରକ ଭାବେ ଲକ୍ଷ୍ମଣ ମହାପାତ୍ର. ତୁଷାରକାନ୍ତ ପଟ୍ଟନାୟକ , ଭବାନୀ ଶଙ୍କର ମହାପାତ୍ର. ହରିହର ପ୍ରଧାନ, ବାସୁଦେବ ପାତ୍ର, ବସନ୍ତ କୁମାର ବୋଷ ପ୍ରମୁଖ ଯୋଗ ଦେଇଥିଲେ । ଜିଲା ସଂସ୍କୃତି ଅଧିକାରୀ ଶୁକ୍ରୁ ସ୍ୱାଇଁ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରା କାର୍ଯ୍ୟକ୍ରମକୁ ତଦାରଖ କରିବା ସହ ଯୋଗ ଦେଇଥିବା କଳାକାର ମାନଙ୍କୁ ଉତ୍ସାହିତ କରିଥିଲେ ।ବୌଦ୍ଧରୁ ଉଗ୍ରସେନ କର୍ମୀଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More