ବୌଦ୍ଧରେ ଉଦଘାଟିତ ହେଲା ପଶ୍ଚିମ ଓଡିଶାର ଦ୍ୱିତୀୟ ବୃହତ ସାପ୍ତାହିକ ବୁଣାକାର ବଜାର

16

Get real time updates directly on you device, subscribe now.

ବୌଦ୍ଧ(ସଂଘର୍ଷ ମିଡିଆ) – ବୌଦ୍ଧ ଜିଲ୍ଲା ମୁଖ୍ୟାଳୟର ବିଜୁ ପଟ୍ଟନାୟକ ଆଦର୍ଶ କୃଷି ବଜାର ଠାରେ ପଶ୍ଚିମ ଓଡିଶାର ଦ୍ୱିତୀୟ ସାପ୍ତାହିକ ବୁଣାକାର ବଜାର ଆଜି ଉଦଘାଟିତ ହୋଇଯାଇଛି । ମୁଖ୍ୟଅତିଥି ଭାବେ ମାନ୍ୟବର ମନ୍ତ୍ରୀ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ପଞ୍ଚାୟତିରାଜ ଓ ପାନୀୟଜଳ ଏବଂ ସୂଚନା ଓ ଲୋକସଂପର୍କ ବିଭାଗ ପ୍ରଦିପ କୁମାର ଅମାତ ଯୋଗଦେଇ ଏହି ବଜାରକୁ ଉଦଘାଟନ କରିଛନ୍ତି । ମୁଖ୍ୟଅତିଥି ଶ୍ରୀ ଅମାତ ପ୍ରଥମେ ପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ହାଟର ଶୁଭାରମ୍ଭ କରିଥିଲେ । ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଅତିଥି ଭାବେ ଆସ୍କା ବିଧାୟିକା ମଞ୍ଜୁଳା ସ୍ୱାଇଁ, ଆରକ୍ଷୀ ଅଧୀକ୍ଷକ ପ୍ରହଲ୍ଲାଦ ସହାଇ ମୀନା, ଅତିରିକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରା, ସୋନପୁର ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ, ସମ୍ବଲପୁର ଜିଏମ କଲେଜ ରେଜିଷ୍ଟ୍ରାର ଯୁଗଳେଶ୍ୱରୀ ଦାଶ, ଜିଲ୍ଲାପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଅଶ୍ୱିନୀ କୁମାର ମେହେର, ଉପ-ଜିଲ୍ଲାପାଳ ସନତ କୁମାର ନାୟକ, ଏନଏସି ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ର , ସାଂସଦ ପ୍ରତିନିଧି ତାରେଣୀ ମହାପାତ୍ର ଯୋଗ ଦେଇଥିଲେ । ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରୀତାକାନ୍ତି ବଳିୟାରସିଂ ମଞ୍ଚ ପରିଚାଳନା କରିଥିବାବେଳେ ଧନ୍ୟବାଦ ଅର୍ପଣ କରିଥିଲେ ଜିଲ୍ଲାପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ମେହେର । କାର୍ଯ୍ୟକ୍ରମକୁ ସଫଳ କରିବାରେ ଜିଲ୍ଲାସ୍ତରୀୟ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ । ଆଜି ଏହି ସାପ୍ତାହିକ ବୁଣାକାର ବଜାରକୁ ଗବଜୋର, ସାଗରପାଲି, ବୀରମହାରାଜପୁର, ମନମୁଣ୍ଡା, ବୁଟୁପାଲି, ନାରାୟଣନଗର, ବାଉଁଶୁଣୀ, କଟକ, ଗୋପାଳପୁର, ନୂଆପାଟଣା, କେନ୍ଦ୍ରାପଡ଼ା, ମାଣିଆଁ ବନ୍ଧ, ଜଗତସିଂହପୁର, ଭିଲେଇଗଡ ଆଦି ସ୍ଥାନରୁ ୩୫୦ରୁ ଉର୍ଦ୍ଧ୍ୱ ବୁଣାକାର ବ୍ୟବସାୟୀ ବ୍ୟବସାୟ ପାଇଁ ଆସିଥିବା ଜଣାପଡିଛି।ବୌଦ୍ଧରୁ ଉଗ୍ରସେନ କର୍ମୀଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More