ବୋଲେରୋ ଗାଡି ଦୁର୍ଘଟଣାଗ୍ରସ୍ତ , ଅଳ୍ପକେ ବଞ୍ଚିଲେ ଡ୍ରାଇଭର

8

Get real time updates directly on you device, subscribe now.

ବୌଦ୍ଧ(ସଂଘର୍ଷ ମିଡିଆ ) : ଭାରସାମ୍ୟ ହରାଇ ଘରର ବାଡାରେ ପିଟିଲା ଇଲେକ୍ଟ୍ରି ଅଫିସ ବୋଲୋରୋ ଅଳ୍ପକେ ବର୍ତ୍ତିଲା ଚାଳକ l ଆଜି ଦିନ ଏକ ଘଣ୍ଟା ସମୟରେ କଣ୍ଟାମାଳ ଦିଗରୁ ଦ୍ରୁତଗତିରେ ମନମୁଣ୍ଡା ଫେରୁଥିବା ବେଳେ ଇଲେକ୍ଟ୍ରି ଅଫିସର ଏକ ବୋଲେରୋ ଗାଡିର ଆଗ ଚକଟି ଫାଟିଯିବା ଯୋଗୁଁ ଓଡ଼ିଆ ଗୋଠ ନିକଟରେ ନିର୍ମାଣ ହୋଇଥିବା ପଂଚାୟତ ଷ୍ଟଲକୁ ଧକ୍କାଦେଇଥିଲା l ଫଳରେ ଘରର ବାଡା ଓ ଆଜବେଷ୍ଟ ଭାଙ୍ଗିଯାଇଥିବା ବେଳେ ଗାଡିଟି ଛିଟିକି ପଡି ରାସ୍ତା ତଳକୁ ଖସିପଡିଥିଲା l ଏହି ବଡ଼ ଦୁର୍ଘଟଣାରେ ଚାଳକର କୌଣସି କ୍ଷତି ହୋଇନଥିବା ବେଳେ କିଛି ସମୟ ସେଠାର ଘର ମରାମତି କରିବାପାଇଁ ଉତ୍ତେଜନା ସୃଷ୍ଟି ହୋଇଥିଲା l ମନମୁଣ୍ଡା ପୋଲିସ ପହଂଚି ଲୋକଙ୍କୁ ବୁଝା ସୁଝା କରିବାସହ କ୍ଷତି ପୂରଣ ବାବଦକୁ ଗାଡି ମାଲିକଠୁ ମଗେଇ ଦେବାର ପ୍ରତିଶୃତି ପରେ ଲୋକେ ଶାନ୍ତ ହୋଇଥିଲେ l ଏପଟେ ଗାଡିଟିକୁ ପୋଲିସ ଜବତ କରି ଥାନାକୁ ନେଇଥିବା ଜଣାପଡିଛିl ଏଠିପ୍ରଶ୍ନ ଉଠୁଛି ଯେ ଗୋଟେ ସରକାରୀ ସ୍ଥାନରେ ଲାଗିଥିବା ଗାଡିର ଚକ କେଉଁ ଭଳି ଭାବରେ ଫାଟିଲା ଏବଂ ସେଠାରେ ଯଦି ପିଲା ମାନେ ବସିଥାନ୍ତେ ତାହାହେଲେ ଏତେବଡ଼ ଦୁର୍ଘଟଣା ପାଇଁ ଦାୟୀ କିଏ ରହିଥାନ୍ତା ? ଏହାର ତଦନ୍ତ କରି ଉଚିତ ପଦକ୍ଷେପ ନେବା ଦରକାର l ବୌଦ୍ଧରୁ ଉଗ୍ରସେନ କର୍ମୀଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More