ବୋରିଗାଁରେ ଆଦିବାସୀ ଦଶହରା ପାଳିତ

62

Get real time updates directly on you device, subscribe now.

ନବରଙ୍ଗପୁର,(ସଂଘର୍ଷ ମିଡିଆ) : – ରବିବାର ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଅଧୀନ ବୋରିଗାଁ ଠାରେ ପାରମ୍ପରିକ ଆଦିବାସୀ ଦଶହରା ପାଳିତ ହୋଇଯାଇଛି | ଏଥିରେ ବ୍ଲକ ଅଧୀନ ବିଭିନ୍ନ ଗ୍ରାମରୁ ଲାଠି ,କୁର୍ଚି ଓ ଶିରା ମାନଙ୍କୁ ନିମନ୍ତ୍ରଣ କରାଯାଇଥିଲା | ଅପରାହ୍ନ ରେ ସମସ୍ତ ଲାଠି, କୁର୍ଚି ବୋରିଗାଁ ଗ୍ରାମ ଦେବତୀ ମନ୍ଦିର ଠାରେ ପହଞ୍ଚି ଥିଲେ | ସେଠାରୁ ଲାଠି ,କୁର୍ଚି, ଶିରା ଓ ଦିଶାରି ମାନେ ସୁସଜ୍ଜିତ ହୋଇ ପାରମ୍ପରିକ ଢୋଲ ମର୍ଦଳ ତାଳେ ତାଳେ ନୃତ୍ୟରତ ଭାବେ ଗ୍ରାମ ପରିକ୍ରମା କରିଥିଲେ | ରବିବାର ସାପ୍ତାହିକ ହାଟ ଥିବାରୁ ଭକ୍ତଙ୍କ ଭିଡ ପରିଲଖିତ ହୋଇଥିଲା | ଏହି ଦଶହରା ଆଶ୍ଵିନ ମାସରେ ଦଶହରା ପର୍ବ ରେ ମା ଦୂର୍ଗାଙ୍କ ଦଶମୀ ପୂଜା ପରେ ଯେଉଁ ସାପ୍ତାହିକ ହାଟ ପଡିଥାଏ, ସେହିଦିନ ଆଦିବାସୀ ଦଶହରା ପାଳନ କରିଥାନ୍ତି l ସାପ୍ତାହିକ ହାଟ ରବିବାର ରେ ପଡି ଥିବାରୁ ଆଜି ଦିନଟି କୁ ଆଦିବାସୀ ଦଶହରା ଭାବେ ପାଳିତ କରିଥିଲେ | ଏଥିରେ ଗ୍ରାମର ପ୍ରାୟ ବହୁ ଲୋକଙ୍କ ସମାଗମ ହୋଇଥିଲା | ରାତିରେ ଲୋକ ମାନଙ୍କ ମନୋରଞ୍ଜନ ପାଇଁ ଗୋଟିଏ ଦେଶିଆ ନାଟ ଯଥା:- ମାଲକାନଗିରି ଜିଲା ଖଇରିପୁଟ ବ୍ଲକ ପୂଜାରିଗୁଡା ଗ୍ରାମର କର୍ଣ୍ଣ ଗୁରୁ ଙ୍କ ନିର୍ଦ୍ଦେଶିତ “ଝିଅ ବାହା ନ ହୋଇ ମା ହେଲା “ପ୍ରଦର୍ଶିତ କରାଯାଇଛି | ଏଥିରେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ପୂର୍ବତନ ବିଧାୟକ ଭୁଜବଳ ମାଝି, ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର କୁମାର ମିଶ୍ର, ବିଧାୟକ ପ୍ରତିନିଧି ଏମ୍. ବୁଲୁ ରାଓ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ବଂଶୀଧର ମାଝି, ଶିଶିଧର ମାଝି ପ୍ରମୁଖ ଯୋଗ ଦେଇଥିଲେ | ମା ସୁନାଦେଇ ମେଲୋଡି, ବିରିଶୋଲା ର ବାଦ୍ୟ ନାଦରେ ଯୁବ ଗୋଷ୍ଠୀ ମାନଙ୍କ ନାଚରେ ଦୁଲୁକି ଥିଲା ବୋରିଗାଁ ପଞ୍ଚାୟତ ସଦର ମହକୁମା l ଉକ୍ତ କାର୍ଯ୍ୟକ୍ରମ ଗୁଡିକ ବୋରିଗାଁ ଓଂ ଶ୍ରୀ ଶ୍ରୀ ବୁଢା ଅମିତ ଦୂର୍ଗା ପୂଜା କମିଟି କର୍ମକର୍ତ୍ତା ମାନଙ୍କ ମଧ୍ୟରେ ଲକ୍ଷ୍ମଣ ପନକା, କୃଷ ପନକା, ଦଶମୁ କଲାର, ସୁବାସ ପନକା, ଇଶ୍ଵର ପନକା, ଇଶ୍ଵର ଭତରା, ରଞ୍ଜିତ ପନକା, ମହେଶ ପନକା, ବିଶ୍ଵନାଥ କଲାର, ସନପତ କଲାର, ବିଦ୍ୟାଧର ଗୌଡ, ଟୁନୁ ମାଳୀ, କ୍ଷେମରାଜ ପନକା ଓ ଅନ୍ୟ ମାନେ ପରିଚାଳନା କରିଥିଲେ | ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ସହ ଜି ବିନୋଦ କୁମାର ଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More