ବୈଷ୍ଣବ କବି ଭ୍ରମରବର ରାୟଙ୍କ ରାଜ୍ୟ ସ୍ତରୀୟ ଜୟନ୍ତୀ ପାଳିତ

28

Get real time updates directly on you device, subscribe now.

ଜଗତସିଂହପୁର(ସଂଘର୍ଷ ମିଡିଆ) : -ଜଗତସିଂହପୁର ଗାନ୍ଧୀ ଛକ ବୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଓଡିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଓ ଜଗତସିଂହପୁର ସାହିତ୍ୟ ପରିଷଦ ସହଯୋଗରେ ବୈଷ୍ଣବ କବି ଭ୍ରମରବର ରାୟଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳିତ ହୋଇଯାଇଛି । ଡ଼. ଅରବିନ୍ଦ ରାୟଙ୍କ ସଭାପତିତ୍ୱରେ ଆୟୋଜିତ ସାଧାରଣ ସଭାରେ ମୁଖ୍ୟ ଅତିଥି ଭାବେ କଥାକାର ଚୌଧୁରୀ ବରଦା ପ୍ରସନ୍ନ ଦାସ, ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ ସାହିତ୍ୟିକ ଡ଼. ଅଜୟ କୁମାର ମିଶ୍ର, ସମ୍ମାନିତ ଅତିଥି ଭାବେ ପାଲା ଗାୟିକା କମଳା କୁମାରୀ ଶତପଥୀ,ପ୍ରଧାନ ଶିକ୍ଷକ ସୁଭାଷ ଚନ୍ଦ୍ର ରାଉତ, ସାହିତ୍ୟିକ ଉମାକାନ୍ତ ନାୟକ ଉପସ୍ଥିତ ରହି ବୈଷ୍ଣବ କବିଙ୍କ ଜୀବନୀ ଓ ସାଧନା ଉପରେ ବିସ୍ତୃତ ଆଲୋଚନା କରିଥିଲେ । ଆଦି କବି ସାରଳା ଦାସଙ୍କ ପରେ ସାରସ୍ୱତ ଜଗତରେ ବାଣୀକ୍ଷେତ୍ରର ଶ୍ରୀ ବୃଦ୍ଧି କରିଥିବା ସ୍ରଷ୍ଟା ହେଉଛନ୍ତି ଭ୍ରମରବର ରାୟ । ଯେ ପର୍ଯ୍ୟନ୍ତ ପାଲା ପରି ଲୋକ ସଂସ୍କୃତି ଥିବ ସେ ଯାଏଁ ବୈଷ୍ଣବ କବିଙ୍କ ପଦାବଳୀ ଜନ ମାନସକୁ ରୋମନ୍ଥିତ କରୁଥିବ ବୋଲି ଅତିଥିମାନେ କହିଥିଲେ । ଏହି କାର୍ଯ୍ୟକ୍ରମରେ ସତ୍ୟଜିତ ଶତପଥୀ ବେଦ ପାଠ କରିଥିବା ବେଳେ ଅମୂଲ୍ୟ କୁମାର ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ । ଜ୍ୟୋତିର୍ମୟୀ ମହାନ୍ତି, ଇଂ ବିଷ୍ଣୁ ସାହୁ, ମହେନ୍ଦ୍ର କୁମାର ଆଚାର୍ଯ୍ୟ, ଡ଼ ସୁରେନ୍ଦ୍ରନାଥ ତ୍ରିପାଠୀ, ରମେଶ ଚନ୍ଦ୍ର ଦାସ ପ୍ରମୁଖ ଶ୍ରୀ ରାୟଙ୍କ ଅଦ୍ଵିତୀୟ ସର୍ଜ୍ଜନା ଉପରେ ଟିପ୍ପଣୀ ଦେଇଥିଲେ । ରମେଶ ଚନ୍ଦ୍ର ବହିରା ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜଗତସିଂହପୁର ସାହିତ୍ୟ ପରିଷଦ ସଭାପତି ଅଜୟ କୁମାର ବେହେରା, ବଂଶୀଧର ବେହେରା, ମହାସ୍ମିତା ଓଝା, ସୀତାଂଶୁ ଜେନା, ସତ୍ୟବ୍ରତ ବିଶ୍ୱାଳଙ୍କ ସମେତ ଜିଲ୍ଲାର ବିଭିନ୍ନ ପ୍ରାନ୍ତରରୁ ବୁଦ୍ଧିଜୀବୀ ଓ ସାହିତ୍ୟିକମାନେ ଉପସ୍ଥିତ ଥିଲେ । ପାଲା ଗାୟିକା କମଳା କୁମାରୀ ଶତପଥୀଙ୍କୁ ଜୀବନ ଵ୍ୟାପୀ ସାଧନା ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା ।ଜଗତସିଂହପୁର ରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ ସଂଘର୍ଷ ନିଉଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More